ଜିଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା: ପ୍ରଥମ ଦିନରେ ପଢ଼ିଲେ ୩୦୦୯ ପିଲା

ରାୟଗଡ଼ା ଅଫିସ,୧୬ା୫: ରାୟଗଡ଼ାରେ ଆରମ୍ଭ ହେଲା ଇ-ସୁବିଦ୍ୟା । ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକ ଗାଁକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦାରା ପ୍ରସ୍ତୁତ ଏହି ଅଭିଯାନ ମୁତାବକ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମକୁ ଯାଇ କଲ୍ୟାଣ ବିଭାଗ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ପ୍ରଦାନପୂର୍ବକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ୍‌ ୧୭ ଯାଏ ଚାଲିବାକୁ ଥିବା ଏଇ କାର୍ଯ୍ୟକ୍ରମରେ ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୧୧ଟି ବ୍ଲକରେ ଥିବା ୫୬୦ଟି ହଷ୍ଟେଲର୍‌ ୬୪୦୦୦ ପିଲା ଏଥିରେ ଉପକୃତ ହେବେ। କାର୍ଯ୍ୟକ୍ରମ ମୁତାବକ ପ୍ରତି ଶିକ୍ଷକ ସୋମବାରରୁ ଶୁକ୍ରବାର ୫ଟି ଗାଁକୁ ଯାଇ ଗାଁରେ ଥିବା ପିଲାଙ୍କୁ ୩ ଘଣ୍ଟା ବିଭିନ୍ନ ବିଷୟରେ ଶିକ୍ଷାଦାନ ଦେବେ। ଏଥିରେ ଗାଁରେ ଥିବା ଅନ୍ୟ ବିଭାଗୀୟ ବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ଶିକ୍ଷକମାନେ ଶିକ୍ଷାଦାନ ଦେବେ । ଶୁକ୍ରବାର ଜିଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗରେ କର୍ମରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ ନିଜ ବିଦ୍ୟାଳୟ ଆଖାପାଖରେ ଚିହ୍ନଟ ହୋଇଥିବା ଗାଁକୁ ଯାଇ ପ୍ରଥମେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହ କୋଭିଡ୍‌ ୧୯ର ଭୟାଭୟତା ଓ ତା’ର ପ୍ରତିକାର ସମ୍ପର୍କରେ ଉଭୟ ପିଲା ଓ ଅଭିଭାକମାନଙ୍କୁ ବୁଝାଇ ଥିଲେ। ପରେ ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ସପ୍ତମ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ କନିଷ୍ଠ ଓ ବରିଷ୍ଠ ବର୍ଗର ପିଲାଙ୍କୁ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଇଂରାଜୀ ଆଦି ବିଷୟରେ ଶିକ୍ଷାଦନ ସହ ପ୍ରକଳ୍ପ କାର୍ଯ୍ୟ ପ୍ରଦାନ କରିଥିଲେ। ପ୍ରଥମ ଦିନରେ ୨୦୩ ଜଣ ଶିକ୍ଷକ ଜିଲାର ୨୦୩ଟି ଗ୍ରାମକୁ ଯାଇ ୩୦୦୯ ଜଣ ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଦଶମ ସିବିଏସଇ ପରୀକ୍ଷା ଫଳ: ଜିଲା ପାଇଁ ଗୌରବ ଆଣିଲେ ଅଂଶୁମାନ

ଛତ୍ରପୁର,୧୭।୪(ଦିଲ୍ଲୀପ ସାମଲ): ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସୋରଡ଼ା  ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଅଂଶୁମାନ ପଣ୍ଡା ଜିଲା ପାଇଁ ଗୌରବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri