Posted inଖେଳ

କୋଭିଡ୍‌-୧୯ ଲଢେଇ: ବହୁମୂଲ୍ୟ ଦେଇ ମୁସ୍‌ଫିକରଙ୍କ ବ୍ୟାଟ୍‌ କିଣିଲେ ଆଫ୍ରିଦି

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫକର ରହିମ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ତାଙ୍କ ବ୍ୟାଟ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଫ୍ରିଦି ଏହି ବ୍ୟାଟ୍‌କୁ ୨୦,୦୦୦ ଆମେରିକୀୟ ଡଲାର ବା ୧୫ ଲକ୍ଷ ଟଙ୍କାରୁ ଅର୍ଥ ବିନିମୟରେ କ୍ରୟ କରିଛନ୍ତି।
ଗତ ମାସ ବ୍ୟାଟ ନିଲାମ କରିବାକୁ ମୁସ୍‌ଫିକର ଘୋଷଣା କରିଥିଲେ। ଏହି ବ୍ୟାଟ୍‌ରେ ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଥିଲେ। କରୋନା ମୁକାବିଲା ପାଇଁ ସେ ପାଣ୍ଠି ସଂଗ୍ରହ ଉଦ୍ଦ୍ୟେଶରେ ଏହି ନିଷ୍ପତ୍ତି ନେଇଥିଲେ। ଆଫ୍ରିଦି ତାଙ୍କା ଫାଉଣ୍ଡେଶନ ପାଇଁ ଏହି ବ୍ୟାଟ କ୍ରୟ କରିଛନ୍ତି। ଆଫ୍ରିଦିଙ୍କ ଭଳି ଜଣେ ମହାନ ଖେଳାଳି ମୋ ବ୍ୟାଟ୍‌ କ୍ରୟ କରିଥିବାରୁ ଗର୍ବ ଅନୁଭବ କରୁଛି ମୁସ୍‌ଫିକର କହିଛନ୍ତି।
ଗତ ସପ୍ତାହରେ କେତେକ ନକଲି ବିଡର ଏହି ନିଲାମରେ ସାମିଲ ହୋଇଥିଲେ ଓ ପୂରା ପ୍ରକ୍ରିୟାକୁ ଅନିଶ୍ଚିତତାକୁ ଟାଣି ନେଇଥିଲେ। ଫଳରେ ନିଲାମକୁ ସସ୍‌ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଭଳି ସ୍ଥିତିରେ ଖରବ ପାଇଁ ସହିଦ ଭାଇ ବ୍ୟକ୍ତିଗତ ଭାବେ ମୋ ସହିତ କଥା ହୋଇଥିଲେ ଓ ମେ ୧୩ ତାରିଖରେ ଚିଠି ଲେଖି ୧୬.୮ ବାଂଲାଦେଶ ଟାକା ବିନିମୟରେ ବ୍ୟାଟ୍‌ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁସ୍‌ଫିକର ମଧ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲ୍‌ରେ ଆଫ୍ରିଦିଙ୍କ ଭିଡିଓ ମେସେଜ ଅପଲୋଡ କରିଛନ୍ତି। ଭିଡିଓରେ ଆଫ୍ରିଦି ମୁସ୍‌ଫିକରଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଥାଉ କି, କରୋନା ଭାଇରସ୍‌ ବିରୋଧ ଲଢେଇରେ ବହୁ କ୍ରିକେଟର ସାମିଲ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ସେମାନଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କିଟ୍‌ର ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ଉଇକେଟକିପର ଜୋସ ବଟଲର ମଧ୍ୟ ତାଙ୍କ ବିଶ୍ୱକପ୍‌ ଫାଇନାଲ ଶାର୍ଟକୁ ନିଲା କରି ୬୫,୦୦୦ ପାଉଣ୍ଡ ଅର୍ଥର ପାଣ୍ଠି ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri