Posted inକଟକ

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଚୌଦ୍ୱାରରେ ସିଲ୍‌ ହେଲା ମଦ ଦୋକାନ

ଚୌଦ୍ୱାର,୮ା୫(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। କଟକ ଜିଲାର ଚୌଦ୍ୱାର ସହର ଗ୍ରୀନ ଜୋନରେ ଯାଉଛି। ଗତ ୪ ତାରିଖରେ କେନ୍ଦ୍ର ସରକାର ଗ୍ରୀନ ଜୋନ ଅଞ୍ଚଳରେ ମଦ ଦୋକାନ ଖୋଲିବା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୌଦ୍ୱାର ସହରରେ ଥିବା ମଦ ଦୋକାନ ଗୁଡିକ ସରକାରୀ କଟକଣା ତଥା ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଲକ୍ଷ ରଖି ସମସ୍ତ ପ୍ର୍ରସ୍ତୁତି ଶେଷ କରିଥିଲେ। କେବଳ ବାକି ଥିଲା ପ୍ରଶାସନର ନିଷ୍ପତ୍ତିକୁ। ଶୁକ୍ରବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲାର କୌଣସି ଜାଗାରେ ମଦ ଦୋକନ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ପରେ ଚୌଦ୍ୱାର ସହରରେ ୨ଟି ମଦ ଦୋକନକୁ ସିଲ କରାଯାଇଛି। ଏଥିସହିତ ଚୌଦ୍ୱାର, ଟାଙ୍ଗି ଓ ଜଗତପୁର ଅଞ୍ଚଳରେ ଥିବା ପ୍ରାୟ ୧୫ଟି ଦୋକାନକୁ ସିଲ କରାଯିବ ବୋଲି ଚୌଦ୍ୱାର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ସ୍ବାତୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?