ଜିପସମ୍‌ ପରିବହନକୁ ନେଇ ବିବାଦ: ପିପିଏଲ୍‌ କାରଖାନା ଆଗରେ ଜେସିସିର ଧାରଣା

ପାରାଦୀପ,୪ା୨(ସ୍ବ.ପ୍ର.): ପାରାଦୀପରେ ଥିବା ଶିଳ୍ପ ସଂସ୍ଥାର ପଣ୍ୟ ପରିବହନକୁ ନେଇ ବର୍ଷେ ହେଲା ଚାଲିଥିବା ବିବାଦ ସୋମବାର ଭିନ୍ନମୋଡ଼ ନେଇଛି। ଅର୍ଥାତ୍‌ ୩ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ ଜେସିସି (ଜଏଣ୍ଟ କୋଅର୍ଡିନେସନ୍‌ କମିଟି)ର ସଦସ୍ୟମାନେ ସୋମବାର ପିପିଏଲ୍‌ କାରଖାନା ରେଳଲାଇନ୍‌ ଗେଟ୍‌ ଆଗରେ ଧାରଣା ଦେଇଛନ୍ତି। ୨୦୧୪ର ଆରଡିସିସ୍ତରୀୟ ବୈଠକ ଚୁକ୍ତି ଅନୁସାରେ ରୋଡ ଟ୍ରାନ୍ସପୋର୍ଟର ୩୦ ପ୍ରତିଶତ ୩ଟି ଟ୍ରକ ମାଲିକ ସଂଘକୁ ଦେବା ପାଇଁ ସେମାନଙ୍କର ଦାବି ରହିଛି। ୩ଟି ଟ୍ରକ ମାଲିକ ସଂଘ ହେଲେ ପାରାଦୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତ୍‌ସିଂହପୁର ଜିଲା ଟ୍ରକ ମାଲିକ ସଂଘ।
ଜେସିସି ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନାଙ୍କ ସୂଚନା ଅନୁସାରେ ପିପିଏଲ୍‌ ୨୦୧୪ରେ ଏହି ୩ଟି ମାଲିକ ସଂଘକୁ ୩୦ ପ୍ରତିଶତ ଜିପସମ୍‌ ପରିବହନ ପାଇଁ ଦେବ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ କମ୍ପାନୀ ଗତ ୨ ବର୍ଷରେ ୩୦ ପ୍ରତିଶତ ଜିପସମ୍‌ ଟ୍ରକ ମାଲିକ ସଂଘକୁ ଦେଇନାହିଁ। ସେଥିପାଇଁ ଆମ୍ଭେ କମ୍ପାନୀ ବିରୋଧରେ ସେହି ୩୦ ପ୍ରତିଶତ ପରିବହନ ପାଇଁ ଧାରଣା ଦେଇଛୁ। ଏହି ଧାରଣା ପ୍ରସଙ୍ଗରେ ଆମ୍ଭେ ଜିଲା ପ୍ରଶାସନକୁ ଅବଗତ କରିଛୁ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଧାରଣା ବଳବତ୍ତର ରହିବ ବୋଲି ସେ କହିଥିଲେ। ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ସେମାନଙ୍କ ଦାବି ଅମୂଳକ ଓ ଅବାସ୍ତବ। କାରଣ ଆମ୍ଭର୨୦୧୬/୧୭ରେ ରୋଡ ଟ୍ରାନ୍ସପୋର୍ଟ ୧ ଲକ୍ଷ ୧୬ ମେଟ୍ରିକ ଟନ୍‌ ଓ ୨୦୧୮/୧୯ ବର୍ଷରେ ୧.୭୦ ଲକ୍ଷ ମେଟ୍ରିକ ଟନ୍‌ ପରିବହନ ହୋଇଛି। ଜିପସମ୍‌ ପରିବହନ କ୍ଷମତା ଡିଲରଙ୍କର। ଡିଲରମାନେ କେଉଁ ଟ୍ରକ ସଂଘକୁ ପରିବହନ ପାଇଁ ସ୍ବୀକୃତି ଦେବେ ତାହା ସେମାନଙ୍କ କାମ। ଯଦି ତାଙ୍କର ରୋଡ ଟ୍ରାନ୍ସପୋର୍ଟ କମିଥିଲା, ସେମାନେ ପୂର୍ବରୁ କେବେ ଜଣାଇନାହାନ୍ତି। ଏବେ ଏକ ନୂଆ ପ୍ରତିଯୋଗୀ ସଂଘ ପରିବହନ କରିବା ଯୋଗୁ ଏମାନଙ୍କ ଦାବି କଥା ଉଠୁଛି। ତଥାପି ମଙ୍ଗଳବାର ପ୍ରଶାସନିକ ଆଲୋଚନା ପାଇଁ ପ୍ରୟାସ ଚାଲିଛି। ଏ ସମ୍ପର୍କରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ଟ୍ରକ ସଂଘ ଓ କମ୍ପାନୀର ଏହା ବ୍ୟବସାୟିକ ସ୍ବାର୍ଥ ପ୍ରସଙ୍ଗ। ମୋତେ କେହି ଏ ବିଷୟରେ ଜଣାଇନାହାନ୍ତି। ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବ ନାହିଁ ବୋଲି ସେ ରୋକ୍‌ଠୋକ୍‌ ଭାବେ କହିଥିଲେ।
ସୂଚନାଯୋଗ୍ୟ, ପାରାଦୀପର ଏହି ୩ଟି ସଂଘ ୧୫ ବର୍ଷ ହେଲା ପଣ୍ୟ ପରିବହନ କରୁଥିଲେ। ସଂଘଗୁଡିକ ସେମାନଙ୍କ ସଦସ୍ୟଙ୍କ ମଧ୍ୟରେ ଗାଡିସଂଖ୍ୟା ବୃଦ୍ଧି କରୁଥିବାବେଳେ ନୂଆଗାଡି ମାଲିକଙ୍କୁ ସଦସ୍ୟଭାବେ ଗ୍ରହଣ କରୁ ନ ଥିଲେ। ଯେଉଁଥିପାଇଁ ଅସନ୍ତୋଷ ଲାଗିଥିଲା। ବର୍ଷେ ହେଲା ସୃଷ୍ଟ ଏକ ୪ଟି ସଂଘ (ଟ୍ରକ ଟିପ୍ପଲର ଟ୍ୟାଙ୍କର ଟ୍ରେଲର) ଏଥିରେ ପଶି ପଣ୍ୟ ପରିବହନ ପାଇଁ ଉଦ୍ୟମ ଚଳାଇଥିଲେ ହେଁ ଜେସିସିର କର୍ମକର୍ତ୍ତାମାନେ ତାହା କରାଇ ଦେଉ ନ ଥିଲେ। ଶେଷରେ ୪ଟି ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କ ସପକ୍ଷରେ ନିଷ୍ପତ୍ତି ଯାଇଥିଲା। ଗତ ସପ୍ତାହରେ ଏହି ସଂଘ ଜିପସମ୍‌ ପରିବହନ କାମ ଆରମ୍ଭ କରିଛି। ଜେସିସି ନ୍ୟାୟିକ ପ୍ରକ୍ରିୟାରେ ବିଫଳ ହେବା ପରେ ଏବେ ଧାରଣାକୁ ଓହ୍ଲାଇଛି ବୋଲି ଚର୍ଚ୍ଚା ହେଉଛି। ଯାହାକି ଶୃଙ୍ଖଳିତ ଭାବେ ଚାଲିଥିବା କମ୍ପାନୀ ପାଇଁ ବୁମେରାଂ ସାଜିଛି।
ସଂଗ୍ରାମକୁ ଯିବା ପୂର୍ବରୁ ଏକତାରେ ଫାଟ
ଏହି ଟ୍ରକ ସଂଘ ଧାରଣା ଦେବାର ଅବବ୍ୟହିତ ପୂର୍ବରୁ ଜଗନ୍ନାଥ ଟ୍ରକ ମାଲିକ ସଂଘରେ ସଦସ୍ୟ ଓ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଜଣେ ମାଲିକଙ୍କ ସଦସ୍ୟତାକୁ କଳାତାଲିକାଭୁକ୍ତ ଓ ନିଲମ୍ବନ କରିବା ପ୍ରତିବାଦରେ ୫୦ରୁ ଊର୍ଦ୍ଧ୍ୱ ମାଲିକମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏପରି କି ଜଣେ ମାଲିକ ଦେହରେ କିରାସିନ ଢ଼ାଳି ନିଅଁା ଲଗାଇବାକୁ ଉଦ୍ୟମ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ କର୍ମକର୍ତ୍ତା ନିଲମ୍ବନ ଉଠାଇଥିବା ଜଣାଯାଇଛି। ସଂଘର କର୍ମକର୍ତ୍ତାଥିବା ଲୋକଙ୍କ ଗାଡି ଅଧିକ ଭଡ଼ା ଥିବା ଜାଗାକୁ ଯିବା, କଳା ତାଲିକାଭୁକ୍ତ କରିବାରେ ପାତରଅନ୍ତର, ଆୟବ୍ୟୟ ହିସାବ ମାଗିବା, କୋଇଲା ପରିବହନ କମ୍ପାନୀକୁ ମୂଲ୍ୟରେ ରିହାତି ନ ଦେବାରୁ ସେମାନେ ଟ୍ରେନ୍‌ରେ ପରିବହନ କରିବା ଆଦି ଘଟଣାକୁ ନେଇ ସଂଘ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସୋମବାର ଧାରଣା ପୂର୍ବରୁ ଏପରି ଘଟଣା ବିବାଦକୁ ନେଇ ପ୍ରାୟ ୫ ହଜାର ଟ୍ରକ ମାଲିକଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି। ଏପରି କି ଧାରଣାସ୍ଥଳରେ ସଂଘ ମୁଖିଆ ଅନୁପସ୍ଥିତ ରହିବା ଅନ୍ୟତମ ଚର୍ଚ୍ଚାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri