ଜିକା ପରୀକ୍ଷାକୁ ବଜାର ପ୍ରାଧିକରଣ ସ୍ବୀକୃତି

ଚିକାଗୋ: ଜିକା ଭାରି ମାରାମତ୍କ । ଏହି ରୋଗକୁ ପ୍ରାଥମିକ ସ୍ତରରେ ହଠାତ ଚିହ୍ନଟ କରିହୁଏନାହିଁ। କିନ୍ତୁ ଏହା ଧୀରେ ଧୀରେ ଗର୍ଭସ୍ଥ ଶିଶୁର ମସ୍ତିଷ୍କକୁ କ୍ଷତି କରିଦେଇଥାଏ। ଜିକାକୁ ପ୍ରାରମ୍ଭିକ ଅବସ୍ଥାରୁ ଜାଣିବା ପାଇଁ ସେଣ୍ଟ ଲୁଇସ୍‌ସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ ଦ୍ୱାରା ଏକ ଡାଇଗ୍ନୋଷ୍ଟିକ ଟେଷ୍ଟ ବା ଡାକ୍ତରୀ ପରୀକ୍ଷା ପଦ୍ଧତି ବିକାଶ କରାଯାଇଛି। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ ଆଡ୍‌ମିନିଷ୍ଟ୍ରେଶନ(ଏଫ୍‌ଡିଏ) ଏହାକୁ ବଜାର ପ୍ରାଧିକରଣ ସ୍ବୀକୃତି ମଧ୍ୟ ଦେଇଛି। ଓ୍ବାଶିଂଟନ ୟୁନିଭର୍ସିଟିର ଓ୍ବେବ୍‌ସାଇଟରେ ଏ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି। କିଛି ଆଣ୍ଟିବଡି(ରୋଗପ୍ରତିରୋଧୀ ତତ୍ତ୍ୱ) ଓ ଅନ୍ୟ ଉପାଦାନ ପ୍ରୟୋଗ କରାଯାଇ ଜିକା ପୀଡିତଙ୍କଠାରେ ଜିକା ବିରୋଧୀ ଆଣ୍ଟିବଡିଜ୍‌କୁ ଠାବ କରାଯାଇପାରିବ। ସଂକ୍ରମଣର ୧୨ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ଦ୍ୱାରା ଜିକା ରହିଛି କି ନାହିଁ ତାହା ଜଣାପଡିବ । ଏହା ନୁହେଁ ଯେ, ଜିକା ସଂକ୍ରମଣ ଜାଣିବା ପାଇଁ ଏହି ପରୀକ୍ଷା ଏକମାତ୍ର ଉପାୟ । ନିକଟରେ ଯେଉଁ ପୀଡିତଙ୍କଠାରେ ଜିକା ଲକ୍ଷଣ ଥିବା ଜଣାଯାଏ କିମ୍ବା ଯେଉଁମାନେ ଜିକା ସଂକ୍ରମିତ ଅଞ୍ଚଳରେ ରହୁଛନ୍ତି ସେମାନଙ୍କ ପାଇଁ ଏହି ପରୀକ୍ଷା ଉପଯୁକ୍ତ ହେବ। ଏହି ପରୀକ୍ଷା ଦ୍ୱାରା ପଜିଟିଭ ଜାଣିବା ପାଇଁ ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍‌ଶନ ଏକ ଗାଇଡ୍‌ ଲାଇନ ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri