Categories: ଖେଳ

ଜାତୀୟ ହୋସ୍‌ଲା-୨୦୧୯ : ଚାମ୍ପିୟନ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)-
ଦେଶର ବିଭିନ୍ନ ଶିଶୁ ଯତ୍ନ ଗୃହ ମାନଙ୍କରେ ରହୁଥିବା ପିଲାମାନଙ୍କୁ ନେଇ ଗତ ଡିସେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତା ହୋସ୍‌ଲା-୨୦୧୯ରେ ଓଡ଼ିଶା ଚାମ୍ପିୟନ ହୋଇଛି। ଓଡ଼ିଶା ପ୍ରତିଯୋଗୀମାନେ ମୋଟ ୩୦(୧୪ ସ୍ବର୍ଣ୍ଣ, ୧୨ ରୌପ୍ୟ, ୪ ବ୍ରୋଞ୍ଜ) ପଦକ ହାସଲ କରିଛନ୍ତି। ଜାତୀୟ ସ୍ତରରେ ଓଡ଼ିଶା ପିଲାମାନଙ୍କର ଏହି ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ହୋସ୍‌ଲା ୨୦୧୯ରେ ସର୍ବାଧିକ ପଦକ ଜିତିଥିବା ରଞ୍ଜିତା ପାତ୍ରଙ୍କୁ ୧,୫୦,୦୦୦, ନନ୍ଦିତା ନାୟକଙ୍କୁ ୧,୨୦,୦୦୦, ଅର୍ଚ୍ଚିତା ଗୁପ୍ତାଙ୍କୁ ୯୫,୦୦୦, ପ୍ରସାଦ ଗମାଙ୍ଗଙ୍କୁ ୮୫,୦୦୦ ଏବଂ ବିରାମ ହେମ୍ବ୍ରମଙ୍କୁ ୭୫,୦୦୦ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ —ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Share