ଜାତୀୟ ହାରଠୁ ଓଡ଼ିଶାରେ କରୋନା ନମୁନା ପରୀକ୍ଷା ଅଧିକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ନମୁନା ପରୀକ୍ଷା ହାର ଜାତୀୟ ହାରଠୁ ଅଧିକ ରହିଛି। ଜାତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୫୨ଜଣ ଲୋକଙ୍କର ନମୁନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ୬୬୬ଜଣ ରହିଛନ୍ତି। ଗତ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ନମୁନା ପରୀକ୍ଷା ୧୦ଗୁଣ ବୃଦ୍ଧି ପାଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଓଡ଼ିଶାରେ ଗତ ୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ମାତ୍ର ୧୫୧୮ଟି ନମୁନାର ପରୀକ୍ଷା ସମ୍ଭବ ହୋଇଥିଲା। କିନ୍ତୁ ୨୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏହି ପରିମାଣ ୧୪୯୩୯କୁ ବୃଦ୍ଧି ପାଇଛି, ଯାହାକି ପ୍ରାୟ ୧୦ଗୁଣ ଅଧିକ। ଏବେ ରାଜ୍ୟର ମୋଟ ୮ଟି ସ୍ଥାନରେ ଦୈନିକ ୨୦୦୦ରୁ ୨୪୦୦ଟି କୋଭିଡ୍‌-୧୯ ନମୁନା ପରୀକ୍ଷା ହେଉଥିବାବେଳେ ଖୁବଶୀଘ୍ର ଅନ୍ୟ ୪ ସ୍ଥାନରେ ଏହି ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଉଛି। ଏବେ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ନମୁନା ପରୀକ୍ଷା ହେଉଥିବାବେଳେ ବୁର୍ଲା, କଟକ, ରାଉରକେଲା ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏ କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଉଛି। ଖୁବ୍‌ଶୀଘ୍ର କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର ଓ ବାରିପଦାସ୍ଥିତ ସରକାରୀ ମେଡିକାଲ କଲେଜରେ ମଧ୍ୟ କୋଭିଡ୍‌-୧୯ ପରୀକ୍ଷା କରାଯିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।
ଜଣେ ପଜିଟିଭ୍‌ ରୋଗୀ ମାସକ ମଧ୍ୟରେ ପ୍ରାୟ ୪୦୦ଜଣ ଲୋକଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ସଂକ୍ରମିତ ରୋଗୀ ଯେତେ ଶୀଘ୍ର ଚିହ୍ନଟ ହେବେ ସେତେ ଜଲ୍‌ଦି ସ୍ଥିତି ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରିବ। ଗତ ୧୦ଦିନ ମଧ୍ୟରେ ରାଜ୍ୟରେ ୬୦ଟି ନୂଆ ପଜିଟିଭ୍‌ ମାମଲା ଆସିଥିବାବେଳେ ସେଥିରୁ ୩୮ଟି ମାମଲା ପଶ୍ଚିମବଙ୍ଗ ଫେରନ୍ତାଙ୍କ ମାଧ୍ୟମରେ ଆସିଛି।

୮୨.୪% ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ନ ଥିଲା

ଓଡ଼ିଶାରେ ବର୍ତ୍ତମାନ ୧୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମାତ୍ର ୧୭.୬% ଅର୍ଥାତ୍‌ ୨୨ଜଣଙ୍କ ପାଖରେ କୋଭିଡ୍‌-୧୯ର ଲକ୍ଷଣ ଦେଖା ଦେଇଥିବାବେଳେ ୮୨.୪% ଅର୍ଥାତ୍‌ ୧୦୩ଜଣ ଆକ୍ରାନ୍ତଙ୍କଠାରେ ଆଦୌ ଲକ୍ଷଣ ନ ଥିଲା। ସେହିପରି ଓଡ଼ିଶାରେ କରୋନା ସଂକ୍ରମଣ ବିଦେଶ ଫେରନ୍ତାଙ୍କ ମାଧ୍ୟମରେ ୫% ମାମଲା ଆସିଥିବାବେଳେ ବାହାର ରାଜ୍ୟ ଫେରନ୍ତାଙ୍କ ମାଧ୍ୟମରେ ୪୫% ସଂକ୍ରମିତ ହୋଇଛନ୍ତି। ବାକି ୫୦ ପ୍ରତିଶତ ମାମଲା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଲକଡାଉନ୍‌ କୋହଳ ହେବାପରେ ମଧ୍ୟ ସମସ୍ତଙ୍କର ବ୍ୟକ୍ତିଗତ ଦାୟିତ୍ୱ ରହିଛି। ଅତିକମ୍‌ରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ତେବେ ଲୋକମାନେ ଯଦି ବ୍ୟକ୍ତିଗତ ଦାୟିତ୍ୱ ନେଇ ସାମାଜିକ ଦୂରତ୍ୱ ବଜାୟ ନ ରଖିବେ ସଂକ୍ରମଣ ହାର ବେଶ୍‌ ଅଧିକ ହେବାର ଆଶଙ୍କା ରହିଛି ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri