Categories: ଖେଳ

ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ସ୍ଥଗିତ

ନୂଆଦିଲ୍ଲୀ, ୨୫।୩ (ପି.ଟି.)- କରୋନା ଭାଇରସ୍‌ ଆତଙ୍କକୁ ନଜରରେ ରଖି ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୮୪ତମ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବାଇ) ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଏପ୍ରିଲ ୨୭ରୁ ମେ ୩ ପର୍ଯ୍ୟନ୍ତ ଏହା ଲକ୍ଷ୍ନୌରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ‘କରୋନା ଭାଇରସ୍‌ ଯୋଗୁ ଆମେ ୮୪ତମ ସିନିୟର ବ୍ୟାଡ୍‌ମିଣ୍ଟନ ଓ ୭୫ତମ ଆନ୍ତଃ ରାଜ୍ୟ-ଆନ୍ତଃ ଜୋନ୍‌ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ଲକ୍ଷ୍ନୌରେ ହେବାକୁ ଥିବା ଏହି ଇଭେଣ୍ଟ ପାଇଁ କୌଣସି ଅଗ୍ରିମ ଟିକେଟ୍‌ ବୁକିଂ ନ କରିବାକୁ ଆମେ ସମସ୍ତ ରାଜ୍ୟ ସଂଘର ସମ୍ପାଦକଙ୍କୁ ପରାମର୍ଶ ଦେଉଛୁ’ ବୋଲି ବାଇ ସମ୍ପାଦକ ଅଜୟ ସିଂଘାଣିଆ କହିଛନ୍ତି। ଗତ ବର୍ଷ ଗୁଆହାଟୀରେ ଖେଳାଯାଇଥିବା ସଂସ୍କରଣରେ ସାଇନା ନେହ୍ବାଲ ଓ ସୌରଭ ବର୍ମା ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସ ବର୍ଗରେ ଚାମ୍ପିୟନ ହୋଇଥିଲେ।

Share