Categories: ଖେଳ

ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ଖୁସି

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- “ମୁଁ ଜାତୀୟ ରେକର୍ଡ ଭାଙ୍ଗିବା ପାଇଁ ବ୍ୟଗ୍ର ଥିଲି। ମୁଁ ଏହା ପୂର୍ବରୁ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଥିଲି। ମୁଁ ପୂର୍ବରୁ ଏତେ ଓଜନ କେବେ ଟେକି ନ ଥିଲି। ଜାତୀୟ ରେକର୍ଡ ଭାଙ୍ଗିଥିବାରୁ ମୁଁ ବହୁତ ଖୁସି। ” ଏଥିପାଇଁ ମୁଁ ନିଜକୁ ଭଲଭାବେ ପ୍ରସ୍ତୁତ କରିଥିଲି ବୋଲି ୧୯ ବର୍ଷୀୟ ସଙ୍କେତ ପ୍ରକାଶ କରିଛନ୍ତି। ନିଜ ସମ୍ପ୍ରଦାୟରେ ଅନେକେ ଭାରୋତ୍ତୋଳନ କରୁଥିବାରୁ ସେ ସେଥିପ୍ରତି ଆକୃଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି ସଙ୍କେତ। “ମୁଁ ୭ମ ଶ୍ରେଣୀରେ ପଢ଼ିବା ବେଳରୁ ଭାରୋତ୍ତୋଳନ ସମ୍ପର୍କରେ ଜ୍ଞାନ ଆହରଣ କରି ଆସୁଛି। ମୁଁ ପ୍ରଥମେ ଭାରୋତ୍ତୋଳନ କରିବାବେଳେ ସମସ୍ତେ ପ୍ରଶଂସା କରୁଥିଲେ। ତେଣୁ ମୋତେ କେବଳ ଭାରୋତ୍ତୋଳନ ବାର୍‌ ହିଁ ଦେଖା ଯାଉଥିଲା। ପ୍ରଦର୍ଶନ ଭିତ୍ତିରେ ମୁଁ ପଟିଆଲାସ୍ଥିତ ନ୍ୟାଶନାଲ କ୍ୟାମ୍ପକୁ ମନୋନୀତ ହୋଇଥିଲି ଏବଂ ସେଠାରୁ ଆଗକୁ ବଢ଼ୁଛି” ବୋଲି ସଙ୍କେତ କହିଛନ୍ତି।

Share