Posted inଖେଳ

ଜାତୀୟ ଜୁନିୟର ହକି କ୍ୟାମ୍ପ୍‌ ପାଇଁ ଓଡ଼ିଶାରୁ ୫

ନୂଆଦିଲ୍ଲୀ, ୧୨।୫(ପି.ଟି.)- ବେଙ୍ଗାଲୁରୁଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିୟର ପୁରୁଷ ହକି କୋଚିଂ କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ୩୩ ଜଣିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଓଡ଼ିଶାରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସାହିଲ କୁମାର ନାୟକ (ଗୋଲକିପର), ଗ୍ରେଗୋ ଖେସ୍‌ (ମିଡ୍‌ଫିଲ୍ଡର), ସୁମନ ବେକ୍‌, ପ୍ରତାପ ଲାକ୍ରା ଓ ନବୀନ କୁଜୁର (ସମସ୍ତେ ଡିଫେଣ୍ଡର୍ସ)। ତିନି ସପ୍ତାହ ବ୍ୟାପୀ ହେବାକୁ ଥିବା ଏହି କ୍ୟାମ୍ପ୍‌ ଜୁନ୍‌ ୪ରେ ଶେଷ ହେବ। ସ୍ପେନର ମାଡ୍ରିଡ୍‌ଠାରେ ଜୁନ ୧୦ରୁ ଆରମ୍ଭ ହେବାକୁ ଥିବା ଅଷ୍ଟରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଲାଗି ଏହି କ୍ୟାମ୍ପ୍‌ରୁ ଭାରତୀୟ ଦଳ ଘୋଷଣା କରାଯିବ। ଆୟୋଜକ ସ୍ପେନ ସମେତ ଭାରତ, ବେଲଜିୟମ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ଆର୍ଜେଣ୍ଟିନା, ଅଷ୍ଟ୍ରିଆ ଓ ନେଦରଲାଣ୍ଡସ୍‌ ଅଂଶଗ୍ରହଣ କରିବେ। ‘ଏହା ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ଟୁର୍ନାମେଣ୍ଟ ହେବ। ସେହିଭଳି ଖେଳାଳିଙ୍କ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ କ୍ୟାମ୍ପ୍‌ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। କ୍ୟାମ୍ପ୍‌ରେ ଖେଳାଳିଙ୍କ ଫିଟ୍‌ନେସ ଓ କମ୍ବିନେଶନ ଉପରେ ଗୁରୁତ୍ୱ ଦିଆଯିବ। ଚାପଜନକ ପରିସ୍ଥିତିରେ ଖେଳାଳିମାନେ କେଉଁଭଳି ପରିସ୍ଥିତିକୁ ମୁକାବିଲା କରୁଛନ୍ତି ତାହା ଉପରେ ମଧ୍ୟ କୋଚ୍‌ମାନେ ଦୃଷ୍ଟି ରଖିବେ’ ବୋଲି ଏଚ୍‌ଆଇର ଡାଇକ୍ଟେର ଅଫ୍‌ ହାଇପରଫର୍‌ମାନ୍ସ ଡେଭିଡ୍‌ ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ପଡ଼ିଆରେ ହେଡ୍ସ-ଟେଲ୍ସକୁ ନେଇ ହଙ୍ଗାମା! କ୍ୱାଲିଫାୟର୍-୨ ରେ ଦୁଇଥର ପଡ଼ିଲା ଟସ୍,ନିଷ୍ପତ୍ତି ବଦଳାଇଦେଲା…

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ (Qualifier-୨) ମ୍ୟାଚ୍‌ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ…

ହାରିଗଲେ ସିନ୍ଧୁ, ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମିରେ

ସିଙ୍ଗାପୁର, ୨୯ା୫: ସ୍ଥିର ପ୍ରଦର୍ଶନ ଅଭାବରୁ ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ…

ପ୍ରଥମ ଟି୨୦ ମ୍ୟାଚ୍‌ ଜିତିଲା ଭାରତ

ଚେମ୍ସ ଫୋର୍ଡ, ୨୯ା୫: ଜେମିମା ରୋଡ୍ରିଗ୍ସ ଓ ୟାସ୍ତିକା ଭାଟିଆଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ନବାଗତ ପେସ୍‌ର ନନ୍ଦନୀ ଶର୍ମାଙ୍କ ଚମତ୍କାର ବୋଲିଂ ଦ୍ୱାରା ଭାରତ ଶୁକ୍ରବାର…

ଆଇପିଏଲ ମଝିରେ ଲକ୍ଷ୍ନୌ କଲା ବଡ଼ ଘୋଷଣା: ଅଧିନାୟକ ପଦ ଛାଡ଼ିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୨୯।୫: ୨୦୨୬ ଆଇପିଏଲ ମଝିରେ ରିଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ପଦ ଛାଡି ଦେଇଛନ୍ତି। ଶୁକ୍ରବାର ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ପନ୍ତଙ୍କୁ ଅଧିନାୟକ ପଦରୁ…

ଖେଳାଳିଙ୍କ ପାଇଁ ନୂଆ ନିର୍ଦ୍ଦେଶ ଜାରି କଲା BCCI, ନିଷିଦ୍ଧ ଅଞ୍ଚଳରେ ସ୍ମାର୍ଟ ଚଷମା ପିନ୍ଧିବା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଅତ୍ୟାଧୁନିକ ଯୋଗାଯୋଗ ଉପକରଣର ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରାଯାଇଛି ।…

ଆଜି କ୍ୱାଲିଫାୟର-୨ ମହାମୁକାବିଲା

ମୁଲାନପୁର,୨୯।୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର କ୍ୱାଲିଫାୟର-୨ ମହାମୁକାବିଲା। ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ। ଏହାର ବିଜେତା ରବିବାର ଅହମଦାବାଦରେ ହେବାକୁ ଥିବା…

ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ ପାଦ ଛୁଇଁଲେ, କ’ଣ କହିଲେ ‘ଲିଟିଲ ମାଷ୍ଟର’? ତିନୋଟି ଶବ୍ଦରେ ଦେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୨୯।୫: ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ, IPL 2026 ର ସବୁଠାରୁ ଚର୍ଚ୍ଚିତ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଭାବରେ ଉଭା ହୋଇଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri