Categories: ଖେଳ

ଜାତୀୟ ଜୁନିୟର ବାଳିକା ଫୁଟବଲ: ସଙ୍ଗୀତା ଓଡ଼ିଶା ଦଳର ନେତୃତ୍ୱ ନେବେ

ଭୁବନେଶ୍ୱର, ୧୭।୪(କ୍ରୀଡ଼ା ପ୍ରତିନିଧି)- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ଚଳିତମାସ ୨୦ରୁ ମେ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ମଙ୍ଗଳବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ସଙ୍ଗୀତା ଦାସ ଓଡ଼ିଶା ଦଳର ଅଧିନାୟିକା ମନୋନୀତ ହୋଇଛନ୍ତି। ଲିଗ୍‌ ପର୍ଯ୍ୟାୟ ପାଇଁ ଓଡ଼ିଶା ଦଳ ପଣ୍ଡିଚେରୀ ଓ ଛତିଶଗଡ଼ ସହିତ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛି। ଓଡ଼ିଶା ଏହାର ପ୍ରଥମ ମ୍ୟାଚ ଛତିଶଗଡ଼ ସହିତ ଏପ୍ରିଲ ୨୧ ଓ ପଣ୍ଡିଚେରୀ ସହିତ ୨୩ ତାରିଖରେ ଖେଳିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର କୋହ୍ଲାପୁର ଯାତ୍ରା କରିଛି। ନାଲ୍‌କୋର ଏଏଫସି ‘ସି’ ଫୁଟବଲ କୋଚ୍‌ ସୁରଜ ଥାପ୍ପା ଓଡ଼ିଶା ଦଳର କୋଚ୍‌ ଏବଂ ସୁଲତାନା ପରବିନ ମ୍ୟାନେଜରଭାବେ ଦଳସହ ଯାତ୍ରା କରିଛନ୍ତି।

ଓଡ଼ିଶା ଦଳ: ମଞ୍ଜୁ ଗାନ୍‌ଝୁ, ମିଲି ମାଝି, ସଙ୍ଗୀତା ଦାସ(ଅଧିନାୟିକା), ପୂର୍ଣ୍ଣିମା ମଲିକ, ସୁନୀତା ସୋରେନ, ମୋମିତା ସୋରୋନିଆ, ସସ୍ମିତା ଅମଙ୍ଗା, ସଲ୍‌ମା ମୁର୍ମୁ, ସାଲ୍‌ଗେ ମାଝି, ଜ୍ୟୋତ୍ସ୍ନା ଲାକ୍ରା, ସୁମିତ୍ରା ହେମ୍ବ୍ରମ, ସରିତା ସୋରେଙ୍ଗ, କ୍ରଷ୍ଣା ବାରିକ, ଜାହ୍ନବୀ କିଶାନ, ମାଳତୀ ମୁଣ୍ଡା, ଶୁଭସ୍ମିତା ଶୁଭଦର୍ଶୀ ଦାସ, ଜ୍ୟୋତି କୁମାରୀ, ମନୀଷା ନାଏକ, ବର୍ଷା ମହାକୁଡ଼, ଲକ୍ଷ୍ମୀପ୍ରୀୟା ଲେଙ୍କା।

Share