Categories: ଖେଳ

ଜାତୀୟ ଜୁନିୟର ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)-ମଥୁରାର ଜିଏଲଏ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ଟେନିସ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ଫାଇନାଲରେ ଓଡ଼ିଶା ୯ ରନରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଏହାକୁ ମିଶାଇ ଓଡ଼ିଶା ୨ୟଥରପାଇଁ ଟାଇଟଲ ହାସଲ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୬୫ ରନ କରିଥିଲା। ଜବାବରେ ଝାଡ଼ଖଣ୍ଡ ୯.୧ ଓଭରରେ ୫୬ ରନ କରି ଅଲଆଉଟ ହୋଇ ଯାଇଥିଲା। ୨ ଓଭରରେ ୮ ରନ ବିନିମୟରେ ୩ ଉଇକେଟ ହାସଲ କରିଥିବା ଓଡ଼ିଶାର ହିତେଶ ରାଉତ ଫାଇନାଲର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶାର ସ୍ମୃତି ଚନ୍ଦନ ଦାସ ମୋଟ ୧୫୩ ରନ ଏବଂ ୮ ଉଇକେଟ ହାସଲ କରି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କ୍ୱାର୍ଟର ଫାଇନାଲରେ ମୁମ୍ବାଇକୁ ୬୫ ରନରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିବା ଓଡ଼ିଶା ପ୍ରଥମ ସେମିଫାଇନାଲରେ ୮୬ ରନରେ ମହାରାଷ୍ଟ୍ରକୁ ପରାସ୍ତ କରିଥିଲା। ଏହି ସଫଳତା ପାଇଁ ଓଡ଼ିଶା ଟେନିସ କ୍ରିକେଟ ଆସୋସିଏଶନ ସଭାପତି ଅବିନାଶ ସାହୁ, ଉପସଭାପତି ଦୀପକ ହଂସ, ମହମ୍ମଦ ଆଜାମ, ରାଜେନ୍ଦ୍ର ମହାରଣା, ଦେବବ୍ରତ ସାହୁ, ସାଧାରଣ ସମ୍ପାଦକ ରିଣ୍ଟୁ ମିତ୍ର, ଯୁଗ୍ମ ସମ୍ପାଦକ ସୋଭେନ ମହାରଣା, କୋଷାଧ୍ୟକ୍ଷ ରାଗିଣୀ ମିତ୍ର, ପରାମର୍ଶଦାତା ଅଖିଳେଶ୍ୱର ତିଓ୍ବାରୀ ଓ ବାରିଜରଞ୍ଜନ ମହାନ୍ତି ଓଡ଼ିଶା ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

Share