Categories: ଖେଳ

ଜାତୀୟ କ୍ରୀଡ଼ା ସ୍ଥଗିତ

ନୂଆଦିଲ୍ଲୀ, ୨୯।୫(ପି.ଟି.)-ଆସନ୍ତା ଅକ୍ଟୋବର-ନଭେମ୍ବରରେ ଗୋଆରେ ହେବାକୁଥିବା ୩୬ତମ ଜାତୀୟ କ୍ରୀଡ଼ାକୁ କୋଭିଡ-୧୯ ପାଇଁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖା ଯାଇଛି। ଅକ୍ଟୋବର ୨୦ରୁ ନଭେମ୍ବର ୪ ମଧ୍ୟରେ ଏହି ପ୍ରତିଯୋଗିତା କରିବା ପାଇଁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ପକ୍ଷରୁ ଗୋଆ ସରକାରଙ୍କୁ ପରାମର୍ଶ ଦିଆ ଯାଇଥିଲା। ମାତ୍ର ହଠାତ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଲା। ଆଗାମୀ ସେପ୍ଟେମ୍ବରରେ ଆୟୋଜକ କମିଟି ବୈଠକ ଅନୁଷ୍ଠିତ ହୋଇ ଜାତୀୟ କ୍ରୀଡ଼ା ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହେବ ବୋଲି ଗୋଆ ଉପମୁଖ୍ୟମନ୍ତ୍ରୀ ମନୋହର ଆଜଗାଓଙ୍କର ପ୍ରକାଶ କରିଛନ୍ତି। କ୍ରୀଡ଼ା ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ରହିଛି। ଜାତୀୟ କ୍ରୀଡ଼ାର ପୂର୍ବ ସଂସ୍କରଣ କେରଳରେ ୨୦୧୫ରେ ଅନୁଷ୍ଠିତ ହୋଇଥିଲା।

Share