ଜାତୀୟସ୍ତର ଫିଲ୍ମ ଫେଷ୍ଟିଭାଲରେ ‘ଅଭିଳାଷ’

ବ୍ରହ୍ମପୁର ଅଫିସ,୭ା୬-ଗଞ୍ଜାମ ଜିଲା ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଅନୁଷ୍ଠାନ ନୃତ୍ୟମର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନିତ ହୋଇଛି। କରୋନା ମୁକବିଲା ନେଇ ଘୋଷିତ ଲାକଡାଉନ ସଚେତନତା ବାର୍ତ୍ତା ଉପରେ ଆଧାରିତ ଏହି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ରଟି ବେଙ୍ଗାଲ ଲକ ଡାଉନ ଅନ ଲାଇନ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲା। ଫେଷ୍ଟିଭାଲରେ ଚଳଚ୍ଚିତ୍ରଟି ଅନ ଲାଇନ ସ୍କ୍ରିନିଂ ହୋଇଥିଲା। ସେଥିରେ ଏହି ଚଳଚ୍ଚିତ୍ରଟି ଜାତୀୟସ୍ତର ଫିଲ୍ମ ଫେଷ୍ଟିଭାଲକୁ ମନୋନୀତ ହୋଇଛି। ଏଥିରେ ନୃତ୍ୟମ ଅନୁଷ୍ଠାନର ଛାତ୍ର ଶିବାଜୀ ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ରଞ୍ଜନ କୁମାର ସାହୁ ଚଳଚ୍ଚିତ୍ରଟିର ସହକାରୀ ନିଦ୍ଦେର୍ର୍ଶନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କ୍ୟାମେର ମ୍ୟାନ ଭାବେ ଟି. ଶ୍ରୀନିବାସ ଦାସଙ୍କ ସମେତ ରବି ସାହୁ, ଗୋପାଳ ମହାନ୍ତି, ସୋମନାଥ ବେହେରା, ପ୍ରଭାତ କୁମାର ମହାରଣା, ଚିମନ ସାହୁ, କେଶବ ମହାରଣା ପ୍ରମୁଖ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଛନ୍ତି। ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ହିଞ୍ଜିଳିକାଟୁ ଅଞ୍ଚଳରେ ନିର୍ମାଣ କରାଯାଇଥିବାବେଳେ ଚଳଚ୍ଚିତ୍ରଟି ଜାତୀୟସ୍ତରୀୟ ପୁରସ୍କାର ପାଇବା ନେଇ ନିର୍ଦ୍ଦେଶକ ସାହୁ ଆଶା ପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri