Posted inଫୁରସତ

ଜାଣନ୍ତି ଆଜିପର୍ଯ୍ୟନ୍ତ କାହିଁକି ପାଣିରୁ ବାହାର କରାଯାଇନାହିଁ ଟାଇଟନିକ୍‌ ଜାହାଜ

ଟାଇଟନିକ୍‌ ଜାହାଜ ବିଷୟରେ ଜାଣିଥିବେ ନିଶ୍ଚିତ। ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା। ଟାଇଟନିକ୍‌ ବିଶ୍ୱର ବୃହତ୍ତମ ଜାହାଜ ଭାବେ ପରିଚିତ ହେବା ଆଜକୁ ୧୦୮ ବର୍ଷ ବିତିଗଲାଣି। ଏହା ୧୦ ଏପ୍ରିଲ ୧୯୧୨ରେ ବ୍ରିଟେନର ସାଉଥ୍‌ମ୍ପଟନ୍‌ ବନ୍ଦରରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା। ଯାତ୍ରା କରିବାର ମାତ୍ର ୪ ଦିନ ପରେ ଉତ୍ତର ଆଟ୍‌ଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହିତ ମୁହାଁମୁହିଁ ଧକ୍କା ହୋଇ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଫଳରେ ଏହାର ଭଗ୍ନାଂଶ ୩.୮ କିଲୋମିଟର ଗଭୀରରେ ରହିଗଲା।


ଟାଇଟନିକ୍‌ ଦୁର୍ଘଟଣାରେ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ। ଏହାକୁ ସେହି ସମୟର ସବୁଠାରୁ ବଡ଼ ସାମୁଦ୍ରିକ ଦୁର୍ଘଟଣା ଭାବରେ ବିବେଚନା କରାଯାଏ। ପ୍ରାୟ ୭୦ ବର୍ଷ ଧରି ଏହି ଜାହାଜର ଧ୍ୱଂସାବଶେଷ ସମୁଦ୍ରରେ ଛୁଇଁ ନ ଥିଲା। ୧୯୯୫ରେ ଟାଇଟନିକ୍‌ର ଧ୍ୱଂସାବଶେଷ ପ୍ରଥମେ ଅନୁସନ୍ଧାନକାରୀ ରବର୍ଟ ବଲାର୍ଡ ଏବଂ ତାଙ୍କ ଦଳ ଦ୍ୱାରା ଆବିଷ୍କୃତ ହୋଇଥିଲା।
ଜାହାଜ ଯେଉଁଠାରେ ବୁଡ଼ି ଯାଇଥିଲା ସେଠାରେ ଘନ ଅନ୍ଧକାର ଏବଂ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ଥିଲା। ଯାହାକି ବର୍ତ୍ତମାନ ସମୟରେ ଏପରି ଗଭୀରକୁ ଯିବା ଏବଂ ନିରାପଦରେ ଫେରିବା ଅତ୍ୟନ୍ତ କଷ୍ଟକର। ଧ୍ୱଂସାବଶେଷ ଖୋଜିବା ତ ଦୂର କଥା। ଜାହାଜ ଏତେ ବଡ଼ ଏବଂ ଓଜନିଆ ଥିଲା ଯେ, ପ୍ରାୟ ୪ କିଲୋମିଟର ଗଭୀରରୁ ଭଗ୍ନାଂଶ ବାହାର କରିବା ଅସମ୍ଭବ।
କୁହାଯାଏ, ଟାଇଟନିକ୍‌ର ଧ୍ୱଂସାବଶେଷ ସମୁଦ୍ର ଭିତରେ ଅଧିକ ସମୟ ରହିପାରିବ ନାହିଁ। କାରଣ ଏହା ଦ୍ରୁତ ଗତିରେ ତରଳିବାରେ ଲାଗିଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଟାଇଟନିକର ଭଗ୍ନାଂଶ ଆସନ୍ତା ୨୦-୩୦ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ତରଳି ଯିବ। ପ୍ରକୃତରେ ସମୁଦ୍ରରେ ଥିବା ଜୀବାଣୁ ଏହାର ଲୌହ ଗଠନକୁ ଶୀଘ୍ର ବଦଳାଇ ଦେଉଛନ୍ତି। ଯେଉଁ କାରଣରୁ ଏଥିରେ କଳଙ୍କି ଲାଗିଯାଉଛି।
ବିବିସି ରିପୋର୍ଟ ଅନୁଯାୟୀ, କଳଙ୍କି ସୃଷ୍ଟି କରୁଥିବା ଏହି ଜୀବାଣୁ ପ୍ରତିଦିନ ପ୍ରାୟ ୧୮୦ କିଲୋଗ୍ରାମ ଆବର୍ଜନା ଖାଇଥା’ନ୍ତି। ତେଣୁ ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଏହା ଖୁବ୍‌ ଶୀଘ୍ର ପାଣିରେ ମିଳାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri