Posted inଖେଳ

ଜାଡେଜାଙ୍କ ବିବାଦୀୟ ରନ ଆଉଟ

ଚେନ୍ନାଇ, ୧୬ା୧୨ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଯେପରି ଭାବେ ଆଉଟ ଦିଆଗଲା ସେଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪୮ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଜାଡେଜା ଦ୍ରୁତ ସିଙ୍ଗଲ ରନ ନେଉଥିବାବେଳେ ଷ୍ଟ୍ରାଇକର ଏଣ୍ଡ୍‌ରୁ ଫିଲ୍ଡର ସିଧାସଳଖ ଥ୍ରୋ କରି ସଫଳ ହୋଇଥିଲେ। ଜାଡେଜା ଠିକଣା ସମୟରେ କ୍ରିଜ୍‌ରେ ପହଞ୍ଚତ୍ପାରି ନ ଥିବା ଯଦିଓ ଜଣାପଡୁଥିଲା, ଫିଲ୍ଡ ଅମ୍ପାୟାର ଶନ୍‌ ଜର୍ଜ କିନ୍ତୁ ତାଙ୍କୁ ଆଉଟ୍‌ ଦେଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନଙ୍କ ତରଫରୁ କୌଣସି ଅପିଲ୍‌ ମଧ୍ୟ ହୋଇ ନ ଥିଲା। ମାତ୍ର ଜାଡେଜାଙ୍କ ଆଉଟ୍‌ ଯେତେବେଳେ ବଡ଼ ସ୍କ୍ରିନ୍‌ରେ ଦେଖାଗଲା ଫିଲ୍ଡ ଅମ୍ପାୟର ତୃତୀୟ ଅମ୍ପାୟରର ସହାୟତା ଲୋଡିଲେ। ଶେଷରେ ସେ ଆଉଟ ଦେଇଥିଲେ। ଜାଡେଜାଙ୍କ ଆଉଟ ଉପରେ ଖବରଦାତାମାନେ ଯେତେବେଳେ କୋହଲିଙ୍କ ମତାମତ ଜାଣିବାକୁ ଚାହିଁଲେ ସେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଥିଲେ, କ୍ରିକେଟରେ ଏଭଳି ଘଟଣା ନଜିର ନାହିଁ। ଫିଲ୍ଡର ‘ହାଓ ଇଜ୍‌ ଦ୍ୟାଟ’ ଅପିଲ କରିବାପରେ ଅମ୍ପାୟର ନଟଆଉଟ କହିଥାନ୍ତି ତେବେ କଥା ସେହିଠାରେ ଶେଷ ହୋଇଯାଇଥାଏ। ମାତ୍ର ପଡ଼ିଆ ବାହାରେ ଟିଭି ନିକଟରେ ବସିଥିବା ଲୋକ ପୁନର୍ବାର ରିଭ୍ୟୁ ପାଇଁ ଅମ୍ପାୟରକୁ କହିବା ଲାଗି ଫିଲ୍‌ଡରଙ୍କୁ ପ୍ରବର୍ତ୍ତାଇବା ବଡ଼ ବିଚିତ୍ର ଘଟଣା। କ୍ରିକେଟରେ ଏପରି କୌଣସି ନିୟମ ନାହିଁ, ଯେଉଁଥିରେ କି ଅମ୍ପାୟର ବିଳମ୍ବରେ ରେଫରାଲର ସହାୟତା ନେଇ ପାରିବେ ବୋଲି ଭାରତୀୟ ଅଧିନାୟକ ତାଙ୍କ ଅସନ୍ତୋଷ ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

କୋହଲିଙ୍କ ସହ ରିଲ୍ସ କରି ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଅର୍ଶଦୀପ, ଜାଣନ୍ତୁ କାହିଁକି ଆରମ୍ଭ କରିଥିଲେ YouTube

ନୂଆଦିଲ୍ଲୀ,୧୧।୧୨: ଟିମ ଇଣ୍ଡିଆର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ କେବଳ ପଡ଼ିଆରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର...

ପୁଣି ଭାରତ-ପାକିସ୍ତାନ ମହାମୁକାବିଲା: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ କ୍ରିକେଟ ଏସିଆ କପ ୨୦୨୫ ଡିସେମ୍ବର ୧୨ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ। ଆୟୁଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri