ଜଳିଗଲା ନୀଳଚକ୍ର ବାନା

ପୁରୀ ଅଫିସ,୧୯ା୩: ଜଳିଗଲା ନୀଳଚକ୍ର ବାନା । ମହାଦୀପରୁ ନିଅଁା ଲାଗି ନୀଳଚକ୍ର ତଳେ ବନ୍ଧାଯାଇଥିବା ୨/୩ଟି ମାନସିକ ବାନା ପୋଡ଼ିଯାଇଛି। କରୋନା ମୁକାବିଲା ଉଦ୍ଦେଶ୍ୟରେ ଶୁକ୍ରବାରଠୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ଗୁରୁବାର ନିଷ୍ପତ୍ତି ନିଆଯିବାର କିଛି ଘଣ୍ଟା ପରେ ବାନା ପୋଡ଼ିଯିବାକୁ ନେଇ ନାନା ପ୍ରକାର ଚର୍ଚ୍ଚା ଶୁଣିବାକୁ ମିଳୁଛି। କେହି କେହି ଏହାକୁ ଅଶୁଭ ବୋଲି କହୁଥିବାବେଳେ ଆଉ କେହି ପବନ ଯୋଗୁ ବାନାରେ ନିଆଁ ଲାଗିଥିବା କହିଛନ୍ତି ।
ପ୍ରତ୍ୟେକ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥାଏ। ଜଗତର ମଙ୍ଗଳ କାମନା କରି ଅଁଳା ବେଢ଼ାରେ ଏହି ଦୀପ ଜଳାଯାଇଥାଏ। ଗୁରୁବାର ଏକାଦଶୀ ଥିବାରୁ ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଚୂନରା ସେବକ ମହାଦୀପ ନେଇ ଅଁଳା ବେଢାରେ ଜାଳିଥିଲେ। ମହାଦୀପ ଲାଗିବାର କିଛି ସମୟ ପରେ ହଠାତ୍‌ ପବନ ବହିଥିଲା। ଏହି ପବନ ଯୋଗୁ ନୀଳଚକ୍ର ତଳେ ବନ୍ଧାଯାଇଥିବା ମାନସିକ ବାନାରେ ନିଅଁା ଲାଗି ଯାଇଥିଲା। ପ୍ରାୟ ୨/୩ଟି ବାନାରେ ନିଅଁା ଲାଗିଯିବାରୁ ପବନରେ ନିଅଁା ଉଡ଼ିଥିଲା। ଭକ୍ତମାନେ ଏହା ଦେଖି ବାନା ପୋଡିଗଲା ବାଲି ପାଟି କରିଥିଲେ। ପରେ ଚୂନରା ସେବକ ଉପରକୁ ଯାଇ ନୀଳଚକ୍ର ତଳେ ବନ୍ଧା ଯାଇଥିବା ଅନ୍ୟ ବାନାଗୁଡ଼ିକୁ ଖୋଲି ଆଣିଥିଲେ। ଏନେଇ ସେବାୟତ ମଧୁସୂଦନ ଦାସ ମହାପାତ୍ରଙ୍କୁ ପଚାରିବାରେ, ପ୍ରତ୍ୟେକ ଏକାଦଶୀରେ ନୀଳଚକ୍ର ତଳେ ବନ୍ଧାଯାଇଥିବା ବାନା ଖୋଲାଯାଇ ମହାଦୀପ ଉଠିଥାଏ। କିନ୍ତୁ ଗୁରୁବାର ଏହି ବାନାଗୁଡ଼ିକ ଖୋଲା ନଯାଇ ମହାଦୀପ ଉଠିଥିଲା। ପବନ ଅଧିକ ଜୋରରେ ବହିବାରୁ ୩/୪ଟି ବାନାରେ ନିଅଁା ଲାଗି ଉଡ଼ିଥିଲା ବୋଲି ଦାସମହାପାତ୍ର କହିଛନ୍ତି। । ଭକ୍ତ ଦିଲୀପ ବରାଳଙ୍କ କହିବା ହେଲା, ବାନାରେ ନିଅଁା ଲାଗିବା ପରେ ପବନରେ ନିଅଁା ଉଡ଼ିଥିଲା। ବଡ଼ଦାଣ୍ଡରେ ଭକ୍ତମାନେ ଠିଆ ହୋଇ ଏହାକୁ ଦେଖିଥିଲେ। ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଏକାଦଶୀ ଯୋଗୁ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା। ପବନ ଯୋଗୁ ନୀଳଚକ୍ର ତଳେ ବନ୍ଧା ଯାଇଥିବା ବାନାରେ ନିଅଁା ଲାଗିଥିଲା। ଶ୍ରୀମନ୍ଦିର ସୁପରଭାଇଜର ଚୂନରା ସେବକଙ୍କୁ ଜଣାଇବା ପରେ ସେମାନେ ଯାଇ ମୁଖ୍ୟ ବାନାକୁ ଛାଡି ଅନ୍ୟ ବାନାକୁ ଖୋଲି ଆଣିଥିଲେ ।
ଯଦି ଏପରି ଘଟଣା ଘଟିଥିବ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି। ସେହିପରି ଶୁକ୍ରବାରଠାରୁ ଜିଲା ପ୍ରଶାସନ ଭକ୍ତଙ୍କ ଦର୍ଶନ ବନ୍ଦ କରୁଛି । ତା ପୂର୍ବରୁ ବାନା ପୋଡ଼ିଯିବା ବଡ଼ ଅଘଟଣକୁ ସୂଚାଉଛି ବୋଲି ଭକ୍ତ ଶ୍ରୀଧର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଲା ବାଇକ, ୨….

ପଟ୍ଟାଙ୍ଗି,୨୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ବାଲିଘାଟ ସରିଗୁଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର ସହ ମୋଟର ସାଇକେଲ…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri