ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ କରିଥାଏ। ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଦ୍ୱାରା ଏହି ରୋଗକୁ ରୋକାଯାଇପାରିବ। କୁକୁର, ବିଲେଇ ଆଦି ଗୃହପାଳିତ ପ୍ରାଣୀ ତଥା ନେଉଳ, ବିଲୁଆ ଆଦି ବନ୍ୟଜନ୍ତୁ ଏହି ରୋଗର ବାହକ। ଆମ ଦେଶରେ ଜଳାତଙ୍କ ରୋଗର ୯୫ ପ୍ରତିଶତ କୁକୁର କାମୁଡ଼ିବା ଦ୍ୱାରା ହୋଇଥାଏ। ଏହି ରୋଗର ଅନ୍ୟ ନାମ ହେଉଛି ଜଳାତଙ୍କ (ଜଳ+ଆତଙ୍କ) ବା ହାଇଡ୍ରୋଫୋବିଆ। ସାଧାରଣତଃ ଲକ୍ଷଣ ପ୍ରକାଶ ପାଇବାର ୭ରୁ ୧୦ ଦିନ ମଧ୍ୟରେ ରୋଗୀର ମୃତ୍ୟୁ ଘଟେ।
ରୋଗ ସୃକାରୀ ଭୂତାଣୁ ସୁସ୍ଥ ପ୍ରାଣୀ/ମନୁଷ୍ୟର ଶରୀରରେ ପ୍ରବେଶ କରିବାର ୩ରୁ ୮ ସପ୍ତାହ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଇଥାଏ। କେତେକ କ୍ଷେତ୍ରରେ ଏହି ସମୟ ସୀମା ଅତ୍ୟନ୍ତ ଦୀର୍ଘ ହୋଇ ୨୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପ୍ରାରମ୍ଭିକ ଅବସ୍ଥାରେ କାମୁଡ଼ା ସ୍ଥାନ ପୋଡାଜଳା କରେ ଓ ଯନ୍ତ୍ରଣା ଅନୁଭୂତ ହୁଏ। କ୍ରମଶଃ ଶରୀରର ତାପମାତ୍ରା ବୃଦ୍ଧି, ମୁଣ୍ଡବ୍ୟଥା, କ୍ଷୁଧାହୀନତା, ଗିଳିବାରେ ଅସୁବିଧା, ଦ୍ୱନ୍ଦ୍ୱ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ଆଦି ଲକ୍ଷଣ ଦେଖାଯାଏ। ମାନସିକ ଭାରସାମ୍ୟ ହରାଇବା ସଙ୍ଗେ ସଙ୍ଗେ ରୋଗୀ ଅତ୍ୟଧିକ ଉତ୍ତେଜିତ ଓ ହିଂସ୍ର ହୋଇପଡ଼େ। ରୋଗୀ ପାଣି ପିଇବାରେ ବହୁତ କଷ୍ଟ ଅନୁଭବ କରେ, ଏପରି କି ପାଣି ଦେଖିଲେ ଭୟଭୀତ ହୋଇପଡେ। ତେଣୁ ପ୍ରତିକାର ନିମନ୍ତେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ୩ ମାସ ଓ ତଦୁର୍ଦ୍ଧ୍ୱ ବୟସର କୁକୁରମାନଙ୍କୁ ନିୟମିତ ଭାବରେ ଟିକାକରଣ କରିବା ଆବଶ୍ୟକ। ର଼୍ୟାବିଜ୍‌ ଆକ୍ରାନ୍ତ ପ୍ରାଣୀର ଦୁଗ୍ଧ ମାଧ୍ୟମରେ ସଂକ୍ରମଣର ସମ୍ଭାବନା ଥିବାରୁ ଦୁଗ୍ଧକୁ ଫୁଟାଇ ବ୍ୟବହାର କରିବା ଉଚିତ। ଦୁଗ୍ଧ ଦୁହୁଁଥିବା ବ୍ୟକ୍ତିକୁ ସଂକ୍ରମଣର ସମ୍ଭାବନା ଥିବାରୁ ସେ ବ୍ୟକ୍ତି ପ୍ରତିଷେଧକ ଟିକା ନେବା ଆବଶ୍ୟକ। କୌଣସି ବ୍ୟକ୍ତି ବା ଗୃହପାଳିତ ପ୍ରାଣୀ, କୁକୁର ଅଥବା ବନ୍ୟଜନ୍ତୁ କାମୁଡ଼ା/ରାମ୍ପୁଡ଼ାର ଶିକାର ହେଲେ ତତ୍‌କ୍ଷଣାତ୍‌ କ୍ଷତ ସ୍ଥାନକୁ ସାବୁନ ପାଣିରେ ଅନୂ୍ୟନ ୧୫ ମିନିଟ୍‌ ଯାଏ ଧୋଇବା ଆବଶ୍ୟକ। କାମୁଡ଼ା ବା ରାମ୍ପୁଡ଼ା ଦ୍ୱାରା କ୍ଷତ ସୃଷ୍ଟି ହେବାଠାରୁ ୨୪ ଘଣ୍ଟା ମଧ୍ୟରେ ର଼୍ୟାବିଜ୍‌ ପ୍ରତିଷେଧକ ଟିକାର ପ୍ରଥମ ମାତ୍ରା ଦିଆଯିବା ଅତ୍ୟନ୍ତ ଜରୁରୀ। ପ୍ରଥମ ମାତ୍ରା ଟିକା ଦେବାର ଦିନକୁ ୦(ଶୂନ୍ୟ) ଦିନ ଧାର୍ଯ୍ୟ କରି ଯଥାକ୍ରମେ ୦, ୩, ୭, ୧୪ ଓ ୨୮ ଦିନରେ ଟିକା ଦେବା ଉଚିତ। କ୍ଷତ ଗଭୀର ଓ ମସ୍ତିଷ୍କର ନିକଟତର ହୋଇଥିଲେ ନିୟମିତ ଟିକା ସହିତ ଜଳାତଙ୍କ ପ୍ରତିପିଣ୍ଡ ବା ରେବିଜ୍‌ ଇମ୍ମୁନୋଗ୍ଲୋବୁଲିନ ଦିଆଯାଇଥାଏ। ସମ୍ପ୍ରତି ମଣିଷଙ୍କୁ ଅନ୍ତଃଚର୍ମ ଉପାୟରେ ୦, ୩, ୭ ଏବଂ ୨୮ ଦିନରେ ପ୍ରତିଷେଧକ ଟିକା ଦିଆଯାଉଛି। ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ମାଧ୍ୟମରେ ଜଳାତଙ୍କର ଚିକିତ୍ସା ସମ୍ଭବ ନୁହେଁ। ଏଣୁ ଡାକ୍ତରୀ ପରାମର୍ଶ କ୍ରମେ ପ୍ରତିଷେଧକ ଟିକାର ସମ୍ପୂର୍ଣ୍ଣ ମାତ୍ରା ନେବା ସର୍ବାଦୌ ବାଞ୍ଚନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri