Categories: ଖେଳ

ଜନ୍ମଦିନ ପାଳିଲେ: ନିଜକୁ ଦେଇଥିବା ପୁରୁଣା ଚିଠି ଶେୟାର କଲେ କୋହଲି

ନୂଆଦିଲ୍ଲୀ,୬।୧୧(ପି.ଟି.)- କ୍ରିକେଟ ସୁପରଷ୍ଟାର ବିରାଟ କୋହଲି ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନିଜର ପ୍ରଶଂସକମାନଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। କୋହଲି ତାଙ୍କର ଏକ ପୁରୁଣା ଚିଠି ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଚିଠି ସେ ୧୬ ବର୍ଷ ତଳେ ଖାସ ନିଜ ପାଇଁ ଲେଖିଥିଲେ। ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। କୋହଲି ମଧ୍ୟ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ସହ ସେ ଭୁଟାନରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଟୁଇଟରରେ କୋହଲି ଏହି ଚିଠି ଶେୟାର କରିଛନ୍ତି। ୧୫ ବର୍ଷ ତଳେ ମୁଁ ନିଜେ ନିଜକୁ ବୁଝାଇବାକୁ ଚେଷ୍ଟା କରି ଏହି ଚିଠି ଲେଖିଥିଲି। ଆପଣମାନେ ବି ଏହାକୁ ପଢ଼ନ୍ତୁ ବୋଲି ସେ କ୍ୟାପ୍‌ଶନରେ ଉଲ୍ଲେଖ କରିଛନ୍ତି।
ଏହି ଚିଠିରେ ସେ ସେତେବେଳର ଭାବପ୍ରବଣତାକୁ ଉଲ୍ଲେଖ କରିଛନ୍ତି। ଏଥିରେ ପିତା ପ୍ରେମ କୋହଲିଙ୍କ ସହିତ ଥିବା ତାଙ୍କର ଭଲ ପାଇବା ବିଷୟରେ ସେ ଉଲ୍ଲେଖ କରିଛନ୍ତି।
ଚିଠିରେ ହାଏ ଚିକୁ କହି ସେ ଲେଖା ଆରମ୍ଭ କରିଛନ୍ତି। ସେ ନିଜକୁ ନିରାଶ ନ ହେବା ପାଇଁ ଓ ଉତ୍ସାହିତ କରିବା ପାଇଁ ଲେଖିଛନ୍ତି। ଜୀବନରେ ସବୁ ଚ୍ୟାଲେଞ୍ଜ ରୋମାଞ୍ଚ ସୃଷ୍ଟି କରିଥାଏ। ନିରାଶ ବହୁତ କିଛି ଶିଖାଇଥାଏ। ଲକ୍ଷ୍ୟଠାରୁ ସଂଘର୍ଷ ଅଧିକ ରୋମାଞ୍ଚକ ହୋଇଥାଏ। ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିବାକୁ ସେ ନିଜେ ନିଜକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି। ଜନ୍ମଦିନରେ ବାପା ଜୋତା ଦେବେ ବୋଲି ଭାବୁଥିଲୁ। କିନ୍ତୁ ବାପା ତାକୁ ଦେଇପାରିଲେ ନାହିଁ। ଯେତେବେଳେ ସେ ସକାଳେ ତୋତେ ଆଲିଙ୍ଗନ କରି ଯେତେବେଳେ ତୋର ଉଚ୍ଚତାକୁ ନେଇ ଜୋକ କରିବେ ସେତେବେଳେ ଜନ୍ମଦିନର ଉପହାରର କିଛି ମାନେ ନାହିଁ।
ସହଜରେ ମିଳୁଥିବା ଜିନିଷକୁ ଗ୍ରହଣ କରିବୁ ନାହିଁ। ଜୀବନରେ କେବେ ହାର ମାନିବୁ ନାହିଁ। ତୋତେ କିଛି ଲୋକ ଭଲ ପାଇବେ ଓ ଆଉ କେତେକେ ଭଲ ପାଇବେ ନାହିଁ। ପୁଣି କେତେ ତେତୋ ଜାଣି ନ ଥିଲେ। ତେଣୁ ଲୋକ ବିଷୟରେ ଚିନ୍ତା କରିବୁ ନାହିଁ। ନିଜ ଉପରେ ଭରସା ରଖିବୁ। ଚିଠିରେ ସେ ବାପା ପ୍ରେମ କୋହଲିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ବାପା ବେଳେବୋଳ କଠୋର ହୋଇଥାନ୍ତି। ତୋର ଭଲ ପାଇଁ ସେ ଏଭଳି ହୋଇଥାନ୍ତି। ତେଣୁ ଏଥିରେ ବ୍ୟସ୍ତ ହେବୁ ନାହିଁ। ମାତାପିତା ଆମକୁ ବୁଝିପାରନ୍ତି ନାହିଁ ବୋଲି ଭାବିବୁ ନାହିଁ। କାରଣ ବିନା କୌଣସି ସର୍ତ୍ତରେ ଆମ ପରିବାର ଆମକୁ ଭଲ ପାଇଥାନ୍ତି। ତୁ ମଧ୍ୟ ପରିବାର ଲୋକଙ୍କୁ ଭଲ ପାଇବୁ। ସବୁବେଳେ ନିଜ ହୃଦୟ କଥା ଶୁଣିବୁ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରୟାସ ଜାରି ରଖିଥିବୁ। ସବୁବେଳେ ଦୟା ଭାବ ରଖିଥିବୁ ଓ ଆଗକୁ ଚାଲିବାର ଉତ୍ସାହକୁ ବଜାୟ ରଖିଥିବୁ। ଯେମିତି ଅଛୁ ସେମିତି ରହିବୁ। ପୁଣି ସେ ପରାଟାର ମଧ୍ୟ ସ୍ବାଦ ନେବୁ। କାରଣ ଏହା ଦିନେ ଭବିଷ୍ୟତରେ ଲକଜୁରି ବନିଯିବ ବୋଲି କୋହଲି ଏହି ଚିଠିରେ ନିଜ ପାଇଁ ଲେଖିଛନ୍ତି।

Share