ଜନସାଧାରଣ ଗଣତନ୍ତ୍ରର ଜୀବନୀଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ବ୍ୟୁରୋ):ଗଣତନ୍ତ୍ରରେ ଜନସାଧାରଣ ହିଁ ପ୍ରକୃତ ମାଲିକ। ଏହା ରାଜ୍ୟର ପ୍ରତ୍ୟେକ ନାଗରିକ ଅନୁଭବ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ନିର୍ଦ୍ଦିଷ୍ଟଭାବେ କାର୍ଯ୍ୟ କରୁଛି। ବିଶେଷ କରି ଜନସାଧାରଣଙ୍କୁ ସରକାରୀ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ବ୍ୟବହାର, ସେମାନଙ୍କ ଅଭିଯୋଗ ଉପରେ ନିଆଯାଉଥିବା ପଦକ୍ଷେପ ନେଇ ପ୍ରତିକ୍ରିୟା ସଂଗ୍ରହ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଅଧିକାରୀ, ଜିଲାସ୍ତରରେ ଜିଲାପାଳ ଓ ଅନ୍ୟ ପ୍ରଶାସକ ଜନସାଧାରଣଙ୍କୁ ସିଧାସଳଖ ଟେଲିଫୋନ କରି ଫିଡ୍‌ବ୍ୟାକ୍‌ ସଂଗ୍ରହ କରୁଛନ୍ତି। ଏହି କ୍ରମରେ ସୋମବାର ୫ଟି ବିଭାଗ ମୋ’ ସରକାର ଅଧୀନକୁ ଆସିଛି। ଏଗୁଡ଼ିକ ହେଉଛି ଜଳସମ୍ପଦ ବିଭାଗ, ସମବାୟ, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ହସ୍ତଶିଳ୍ପ, ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗ।
ଇତିମଧ୍ୟରେ ଉପରୋକ୍ତ ୫ ବିଭାଗକୁ ମିଶାଇ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା ୨୨ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନସ୍ଥ ହୋଇ ସାରିଛି। କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ ଜନସାଧାରଣଙ୍କ ପ୍ରତି ଅଧିକ ଦାୟିତ୍ୱବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜୀବନୀଶକ୍ତି। ସେମାନଙ୍କ ଆଶା, ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ତେଣୁ ଜନସାଧାରଣଙ୍କୁ ସମ୍ମାନ ଦେବା ସହ ତାଙ୍କ ହିତକୁ କର୍ମଚାରୀ ସବୁବେଳେ ଧ୍ୟାନ ଦେବା ଆବଶ୍ୟକ। ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବା କେବଳ ଏକମାତ୍ର ସ୍ଲୋଗାନ ନୁହେଁ, ଏହାକୁ ଏକ ବ୍ୟବସ୍ଥାଗତ ସଂସ୍କୃତିରେ ପରିଣତ କରିବାରେ ଆବଶ୍ୟକତା ରହିଛି। ଏହା ହୋଇପାରିଲେ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି ପାଇପାରିବ। ଯେ କୌଣସି କାର୍ଯ୍ୟ ପାଇଁ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ନାଗରିକର କାମହେବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ଏପରି ସୁସଙ୍ଗଠିତ ଭାବରେ ହେବା ଆବଶ୍ୟକ, ଯେପରି ସାଧାରଣ ଜନତାଟି ହୃଦୟରୁ କହିବ ଏହା ପ୍ରକୃତରେ ‘ମୋ ସରକାର’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ, ସମ୍ପୂର୍ଣ୍ଣ ପେସାଗତ ସରକାରୀ ସୁବିଧା ଜନସାଧାରଣଙ୍କୁ ଯୋଗାଇଦେବା ପାଇଁ ସମବାୟ ବିଭାଗ ପ୍ରସ୍ତୁତ। ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ସହାୟତା ପାଇଁ ସ୍ବତନ୍ତ୍ର ଡେସ୍କ ଖୋଲାଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିୟମିତ ବ୍ୟବଧାନରେ କର୍ମଶାଳା ସେମାନଙ୍କୁ ଅଧିକ ଦାୟିତ୍ୱ ସମ୍ପନ୍ନ କରିଛି। ଆଗାମୀ ଦିନରେ ଏହାର ସୁଫଳ ନିଶ୍ଚୟ ମିଳିବ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ, ମୋ ସରକାର କାର୍ଯ୍ୟକ୍ରମର ପରିଚାଳନା ପାଇଁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ, ବିଭାଗୀୟ ଅଧିକାରୀମାନଙ୍କ ଏଥିପାଇଁ ପ୍ରଶିକ୍ଷଣ ସରିଛି। ହସ୍ତତନ୍ତ,ବୟନଶିଳ୍ପ ଏବଂ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ କହିଥିଲେ ଯେ, ମୋ ସରକାର ବୁଣାକାର ଏବଂ ଶିଳ୍ପୀଙ୍କ ପାଇଁ ଉପାଦେୟ ସାଧିତ ହେବ।
ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଏହି ୫ ବିଭାଗୀୟ ଅଧିକାରୀଙ୍କ ସହ ଭାବବିନିମୟ କରିଥିଲେ। ସେ କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନବରଙ୍ଗପୁର ଜିଲାର ତୃଣମୂଳ ଅଧିକାରୀଙ୍କ ସହ ଯୋଜନାର ସୁଫଳ ନେଇ ଆଲୋଚନା କରିଥିଲେ। ସେହିଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ଅଭିଯୋଗକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରି ପଦକ୍ଷେପ ନେବାକୁ ୫-ଟି ସଚିବ କହିଛନ୍ତି। ସେହିପରି ଉନ୍ନୟନ କମିଶନର ସୁରେଶ ମହାପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri