ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କର: ଆରଡିସି

ବଲାଙ୍ଗୀର ଅଫିସ,୨୯ା୨
ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ନିରଞ୍ଜନ ସାହୁ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ା ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲାପାଳ ଅରିନ୍ଦମ ଡ଼ାକୁଆ ଆରଡିସି ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସ୍ବାଗତ ଜଣାଇଥିଲେ ା ସମୀକ୍ଷା ବୈଠକରେ ଏସ୍‌ପି ସନ୍ଦୀପ ମାଡକର, ଡିଆରଡିଏ ପିଡି ଡ ମହେଶ୍ୱର ସ୍ବାଇଁ, ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନଙ୍କ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ତହସିଲଦାରମାନେ ଯୋଗଦାନ କରିଥିଲେ ା ଆରଡିସି ସାହୁ, ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁଫଳ ଯେପରି ତୃଣମୂଳସ୍ତରର ଜନସାଧାରଣ ପାଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଓ ପାରଦର୍ଶିତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ା ମୋ ସରକାର ଯୋଜନା ଜରିଆରେ ଜନସାଧାରଣ ଯେପରି ସମସ୍ତ ଯୋଜନାର ସୁଯୋଗ ନେଇ ପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ ା ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହି କାର୍ଯ୍ୟ କରିବା, ସରକାରଙ୍କ ୫-ଟି ସୂତ୍ର ଆଧାରରେ ପ୍ରତ୍ୟେକ ବିଭାଗ କାର୍ଯ୍ୟଗୁଡ଼ିକୁ କାର୍ଯ୍ୟାନ୍ବୟନ କରିବାକୁ ସେ ପରାମର୍ଶ ଦେଇଥିଲେ ା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ତଥା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ା ଏହି ସମୀକ୍ଷା ବୈଠକରେ ଆରଡିସି ସାହୁ ବିଭାଗ ୱାରି କାର୍ଯ୍ୟାବଳୀର ସବିଶେଷ ସମୀକ୍ଷା କରିଥିଲେ ା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ରୂପରେଖ, କାର୍ଯ୍ୟକାରିତା ଓ ଅଗ୍ରଗତି ତଥା କାର୍ଯ୍ୟ ଖସଡ଼ା ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ ା ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ, ପ୍ରାଣୀ ସମ୍ପଦ, ଉଦ୍ୟାନ, କୃଷି, ପରିବହନ, ଜିଲା ସାମାଜିକ ସୁରକ୍ଷା ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ୍‌, ଭିନ୍ନକ୍ଷମ ଭତ୍ତା, ଭୀମଭୋଇ ସାମର୍ଥ ଶିବିର, ଆଧାର ସଂଯୋଗୀକରଣ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ଜିଲା ଜଳ ଓ ପରିମଳ ବିଭାଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ, ଶିକ୍ଷା, ସର୍ବଶିକ୍ଷା ଯୋଜନା, ପାଠ୍ୟପୁସ୍ତକ ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ମିଶନ ଶକ୍ତି, ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଓ ପରିଚାଳନା, ସ୍ବତନ୍ତ୍ର ପୁଷ୍ଟି ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ, ଜିଲାରେ ଧାନ ସଂଗ୍ରହର ସ୍ଥିତି, ଖାଦ୍ୟ ନିରାପତ୍ତା ଇତ୍ୟାଦି ଯୋଜନା ଇତ୍ୟାଦି ସମ୍ପର୍କରେ ସବିଶେଷ ସମୀକ୍ଷା କରିଥିଲେ ା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସାହୁ ଗ୍ରାମ୍ୟ ଜଳ ଯୋଗାଣ, ସହରାଞ୍ଚଳ ଜଳ ଯୋଗାଣ, ରାସ୍ତା ଓ ଗୃହ ନିର୍ମାଣ, ବିଦ୍ୟୁତକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଭିତ୍ତିଭୂମିର ବିକାଶ ଦିଗରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ା ଆକାଂକ୍ଷୀ ଜିଲା ବଲାଙ୍ଗୀରର ବିଭିନ୍ନ ବିଭାଗର ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ ା ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହ ମୋ ସରକାର ଯୋଜନା ଜରିଆରେ ଜନସାଧାରଣ ଯେପରି ସୁଫଳ ପାଇବେ ସେଥିପ୍ରତି ରାଜସ୍ବ ଅଧିକାରୀ ତହସିଲଦାରମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?