ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ପ୍ରସୂତି

ରାୟଗଡା ଅଫିସ, ୧୮।୩: ଖଟରେ ବୁହା ହେଲେ ପ୍ରସୂତି। ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ ଖଟରେ ବୁହା ହୋଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଡୁମୁକୁ ଗ୍ରାମରରେ। ସେ ହେଲେ ସାବିତ୍ରୀ ତାଡିଙ୍ଗୀ। ବୁଧବାର ସାବିତ୍ରୀଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। ମାତ୍ର ଉକ୍ତ ଗ୍ରାମକୁ ରାସ୍ତା ନ ଥିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଖଟରେ ବୋହି କଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଦେଖିବାକୁ ମିଳିଛି।