ଜଙ୍ଗଲ ଅଧିକାର ଆଇନ ସଚେତନତା ସଭା: ଅସନ୍ତୋଷ ଜାହିର କଲେ ଆଦିବାସୀ, ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୨୯ା୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜଙ୍ଗଲ ଅଧିକାର ଆଇନ ଗଞ୍ଜାମ ଜିଲା ଉପଖଣ୍ଡ ସ୍ତରୀୟ ସମୀକ୍ଷା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଡିଓ ହଳଧର ଶବର ଅଧ୍ୟକ୍ଷତା କରିଥିବା ବେଳେ ଜିଲା ମଙ୍ଗଳ ଅଧିକାରୀ ଡ. ପରୀକ୍ଷିତ ଦାସ, ଦିଗପହଣ୍ଡି ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜୁର, ବନାଞ୍ଚଳ ଅଧିକାରୀ ପରମାନନ୍ଦ ପାଣିଗ୍ରାହୀ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଜିତେନ୍ଦ୍ର ମହାଲିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଜଙ୍ଗଲ ଜମି ସ୍ବତ୍ୱାଧିକାର ପଟ୍ଟା ପାଇଁ ଆବେଦନ କରିଥିବା ୪୪୯ ହିତାଧିକାରୀଙ୍କ ଦରଖାସ୍ତକୁ ନାମଞ୍ଜୁର କରାଯାଇଥିଲା। ଜିଲା ଉପଖଣ୍ଡସ୍ତରୀୟ କମିଟି ଜଙ୍ଗଲ ବିଭାଗ କ୍ଷେତ୍ର କର୍ମଚାରୀଙ୍କ ଡିଜିଟାଲ ସର୍ଭେ ରିପୋର୍ଟକୁ ଭିତ୍ତିକରି ଆବେଦନ ହୋଇଥିବା ଦରଖାସ୍ତ ଗୁଡ଼ିକୁ ପ୍ରତ୍ୟାଖ୍ୟାତ କରିଥିବା ଜଣାପଡ଼ିଛି। ସେ ସମ୍ପର୍କରେ ସଭାରେ ସବିଶେଷ ଆଲୋଚନା ସହ ଜନଶୁଣାଣି କରାଯାଇଥିଲା। ଦିଗପହଣ୍ଡି ବ୍ଲକର ପୋଡ଼ାଖାଲ, ଶ୍ୟାମସୁନ୍ଦରପୁରପଲ୍ଲୀ, ବାଲିପାଟ, କନିଆରି ସାହି, ଆଦିବାସୀ ସାହି, ମରେଇବାଡ଼ି, କଞ୍ଚରଡ଼ା, ବଡ଼ବୁରୁଡ଼ା, ଆମପୁର ଆଦି ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଅନୁସୂଚିତ ଜନଜାତି ବର୍ଗର ଜନସାଧାରଣ ସଭାରେ ଉପସ୍ଥିତ ଥିଲେ।
ଦିଗପହଣ୍ଡି ବନାଞ୍ଚଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବନାଞ୍ଚଳ ଅଧୀନରେ ପ୍ରାୟ ୧୫ ହଜାର ହେକ୍ଟର ଜଙ୍ଗଲ ଜମି ରହିଛି। ୨୦୦୫ ଡିସେମ୍ବର ୧୩ ସୁଦ୍ଧା ଜଙ୍ଗଲ ଜମିରେ ବସବାସ କରୁଥିବା ୧୯୫ ପରିବାରକୁ ବନ ବିଭାଗ ରିପୋର୍ଟକୁ ଆଧାର କରି ରାଜସ୍ବ ବିଭାଗ ପକ୍ଷରୁ ଜମି ସ୍ବତ୍ୱାଧିକାର ପଟ୍ଟା ପ୍ରଦାନ କରାଯାଇଛି। ପ୍ରତ୍ୟାଖ୍ୟାତ ହୋଇଥିବା ୪୪୯ ହିତାଧିକାରୀ ଅଣ ଜଙ୍ଗଲ କିସମ ଜମିରେ ବସବାସ କରୁଛନ୍ତି। ସେମାନେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ଯୋଗ୍ୟ ନ ଥିବା ବନାଞ୍ଚଳ ଅଧିକାରୀ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ସଂଖ୍ୟକ ଆବେଦନକାରୀ ନିରାଶ ହେବା ପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ପିତୃ ପୁରୁଷ ଅମଳରୁ ଦଖଲ କରି ଆସୁଥିବା ଜମିପଟ୍ଟା ନ ମିଳିଲେ ଆନ୍ଦୋଳନ କରାଯିବ ବୋଲି ଡମ୍ବରୁ ମଳିକ, କିଶୋର ମଳିକ, ଉଗ୍ରସେନ ମଳିକ, ପ୍ରତାପ ମଳିକ, ରାମ ମଳିକ, ଜଟାଧାରୀ ମଳିକ, ସମ୍ବାରୁ ମଳିକ, ବିକ୍ରମ ମଳିକ, ଜଗନ୍ନାଥ ମଳିକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri