ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ ନିକଟ ଜଙ୍ଗଲରେ ଗତ ୩ଦିନ ହେଲା ୪୫ଡିଗ୍ରୀ ତାତିରେ ଦିନ କାଟୁଛନ୍ତି। ୧୩ପ୍ରବାସୀଙ୍କ ମଧ୍ୟରେ ୭ଜଣ ଶିିଶୁ ରହିଛନ୍ତି। ମାଗୁରବେଡା ପଞ୍ଚାୟତ ସଦର ଗାଁର ୩ପରିବାରର ୧୩ଜଣ ସଦସ୍ୟ ବ୍ରହ୍ମପୁର ଅଞ୍ଚଳକୁ ଇଟା ଗଢିବାକୁ ଯାଇଥିଲେ ା ଲକ୍‌ଡାଉନ ଯୋଗୁ କାମ ବନ୍ଦ ହେବାରୁ ୩ ଦିନ ତଳେ ଗାଁକୁ ଚାଲି ଆସିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ା ସେମାନେ ରାଜ୍ୟ ବାହାରର ପ୍ରବାସୀ ଶ୍ରମିକ ହୋଇ ନ ଥିବାରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିଲା ା ହେଲେ ଘରକୁ ଗଲେ ପଡୋଶୀଙ୍କ ବାରଣ ଓ ହୋମକ୍ୱାରାଣ୍ଟାଇନ ପାଇଁ ଆବଶ୍ୟକ ଘର ନ ଥିବାରୁ ବାଧ୍ୟ ହୋଇ ସେମାନେ ଜଙ୍ଗଲରେ ରହିବାକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଏ ସମ୍ପର୍କରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ପଚାରିବାରୁ ରାଜ୍ୟ ବାହାର ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ରହିବା ଓ ଖାଇବା ସକାଶେ ସଙ୍ଗରୋଧର ବ୍ୟବସ୍ଥା ରହିଛି ା ତଥାପି ଘଟଣା ସମ୍ପର୍କରେ ଅବଗତ ହେବାପରେ କୌଣସି ଏକ ସ୍କୁଲ ଗୃହ ବ୍ୟବସ୍ଥା କରି ସମ୍ପୃକ୍ତ ପ୍ରବାସୀଙ୍କୁ ରଖିବାକୁ ସ୍ଥାନୀୟ ସରପଞ୍ଚକୁ କହିଛି ା ଏ ଦିଗରେ ଜିଲା ପ୍ରଶାସନ ଅବିଳମ୍ବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri