ଜଙ୍ଗଲରୁ ଗଛ କଟାକୁ ନେଇ ବିବାଦ

ବଡ଼ସାହି,୨୫ା୮(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଆକାଶିଆ ଗଛ କଟାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ବିଭାଗୀୟ ନିର୍ଦ୍ଦେଶ ତୁଳନାରେ ଅଧିକ ଗଛ କଟାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶୁକ୍ରବାର ଜଙ୍ଗଲରୁ ଗଛ କଟାଯିବା ବେଳେ ଗ୍ରାମବାସୀ ବିରୋଧ କରି ଉପସ୍ଥିତ ଜଣେ ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ ଘେରାଉ କରିଥିଲେ। ୫୦ଟି ଗଛ କାଟିବା ଲାଗି ଡିଏଫଓ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରାୟ ୧୩୦ ଗଛ ବେଆଇନ ଭାବେ କଟାଯାଇଥିବା ଗ୍ରାମବାସୀ ଦର୍ଶାଇଥିଲେ। ଜଙ୍ଗଲରୁ ବେଆଇନ ଗଛକଟାର ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଯଦୁନାଥ ମାରାଣ୍ଡି, ପାର୍ବତୀ ମାଝି, ବିକାଶ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବନ ବିଭାଗ କର୍ତ୍ତୃପକ୍ଷ ଭାଙ୍ଗିପଡିଥିବା ଗଛ ବ୍ୟତୀତ ଅନ୍ୟ ଗଛ କଟା ଯାଇ ନାହିଁ କହି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି ଯେ, କାଳବୈଶାଖୀ ପ୍ରଭାବରେ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ ଭାଙ୍ଗିପଡିଥିବା ଆକାଶିଆ ଗଛକୁ କାଟିବା ସକାଶେ ପୂର୍ବରୁ ଗ୍ରାମ୍ୟ କମିଟି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ା ନିୟମ ଅନୁଯାୟୀ ଭାଙ୍ଗିପଡିଥିବା କିମ୍ବା ଉପୁଡି ପଡିଥିବା ଗଛ ମଧ୍ୟରୁ ୫୦ପ୍ରତିଶତ ଲେଖାଏଁ ଉଭୟ ଗ୍ରାମ୍ୟ କମିଟି ଓ ବିଭାଗ ନେବାର ବ୍ୟବସ୍ଥା ରହିଛି ା ଏହି ପରିପ୍ରେକ୍ଷୀରେ ଉଜୁଡା ଗଛକୁ କାଟିବା ସକାଶେ ଡିଏଫଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୫୦୨୮/ ତା ୩।୮୨୦୧୯ରିଖରେ ଡୁକୁରା ରେଞ୍ଜ ଅଫିସକୁ ଅବଗତ କରାଯାଇଥିଲା ା ପରେ ଗତ ୮ଦିନ ଧରି ବଡସାହି ଫରେଷ୍ଟରଙ୍କ ତଦାରଖରେ ଗଛ କାଟିବା ଆରମ୍ଭ ହୋଇଥିଲା ା କିନ୍ତୁ ଅନୁମୋଦିତ ଗଛ ତୁଳନାରେ ଅଧିକ ଗଛ କଟାଯାଉଥିବା ଦେଖି ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଏଭଳି ସମସ୍ୟା ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଗତ ୧୭ ତାରିଖରେ ବାରିପଦା ବନଖଣ୍ଡ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇଥିଲା। ଏହାସତ୍ତ୍ୱେ ଗଛ କଟା ଜାରି ରହିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଶୁକ୍ରବାର ଜଙ୍ଗଲକୁ ଯାଇ ଅଧିକାରୀ ଓ କର୍ମଚାରୀଙ୍କୁ ଘେରାଉ କରିବା ସହ କାଠ ନେବାକୁ ଆସିଥିବା ଟ୍ରକକୁ ଅଟକାଇ ଥିଲେ ା ଏ ସମ୍ପର୍କରେ ସେମାନେ ଡୁକୁରା ରେଞ୍ଜର ଓ ଡିଏଫଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନ ଥିଲେ। ପରେ କର୍ମଚାରୀ ସେଠାରୁ ଚାଲି ଯାଇଥିଲେ। ଏହି ପରିପ୍ରେକ୍ଷୀରେ ବନ ସୁରକ୍ଷା ସମିତିର ସଦସ୍ୟ ତଥା ୧୦ନଂ ୱାର୍ଡ ସଦସ୍ୟା ଲକ୍ଷ୍ମୀ ସିଂ ଓ କୁନା ହେମ୍ବ୍ରମ ପ୍ରମୁଖ ଏଭଳି ବେଆଇନ ଗଛକଟାକୁ ବିରୋଧ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri