ଜଙ୍ଗଲରୁ ଗଛ କଟାକୁ ନେଇ ବିବାଦ

ବଡ଼ସାହି,୨୫ା୮(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଆକାଶିଆ ଗଛ କଟାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ବିଭାଗୀୟ ନିର୍ଦ୍ଦେଶ ତୁଳନାରେ ଅଧିକ ଗଛ କଟାଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶୁକ୍ରବାର ଜଙ୍ଗଲରୁ ଗଛ କଟାଯିବା ବେଳେ ଗ୍ରାମବାସୀ ବିରୋଧ କରି ଉପସ୍ଥିତ ଜଣେ ଅଧିକାରୀଙ୍କ ସମେତ କର୍ମଚାରୀଙ୍କୁ ଘେରାଉ କରିଥିଲେ। ୫୦ଟି ଗଛ କାଟିବା ଲାଗି ଡିଏଫଓ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରାୟ ୧୩୦ ଗଛ ବେଆଇନ ଭାବେ କଟାଯାଇଥିବା ଗ୍ରାମବାସୀ ଦର୍ଶାଇଥିଲେ। ଜଙ୍ଗଲରୁ ବେଆଇନ ଗଛକଟାର ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନାମତ୍କ ପନ୍ଥା ଅବଲମ୍ବନ କରାଯିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଯଦୁନାଥ ମାରାଣ୍ଡି, ପାର୍ବତୀ ମାଝି, ବିକାଶ ସିଂ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବନ ବିଭାଗ କର୍ତ୍ତୃପକ୍ଷ ଭାଙ୍ଗିପଡିଥିବା ଗଛ ବ୍ୟତୀତ ଅନ୍ୟ ଗଛ କଟା ଯାଇ ନାହିଁ କହି ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି ଯେ, କାଳବୈଶାଖୀ ପ୍ରଭାବରେ କଉଡିଖଣି ସ୍ଥିତ ଗ୍ରାମ୍ୟ ଜଙ୍ଗଲ ଓ ରିଜର୍ଭ ଜଙ୍ଗଲରେ ଭାଙ୍ଗିପଡିଥିବା ଆକାଶିଆ ଗଛକୁ କାଟିବା ସକାଶେ ପୂର୍ବରୁ ଗ୍ରାମ୍ୟ କମିଟି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ା ନିୟମ ଅନୁଯାୟୀ ଭାଙ୍ଗିପଡିଥିବା କିମ୍ବା ଉପୁଡି ପଡିଥିବା ଗଛ ମଧ୍ୟରୁ ୫୦ପ୍ରତିଶତ ଲେଖାଏଁ ଉଭୟ ଗ୍ରାମ୍ୟ କମିଟି ଓ ବିଭାଗ ନେବାର ବ୍ୟବସ୍ଥା ରହିଛି ା ଏହି ପରିପ୍ରେକ୍ଷୀରେ ଉଜୁଡା ଗଛକୁ କାଟିବା ସକାଶେ ଡିଏଫଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୫୦୨୮/ ତା ୩।୮୨୦୧୯ରିଖରେ ଡୁକୁରା ରେଞ୍ଜ ଅଫିସକୁ ଅବଗତ କରାଯାଇଥିଲା ା ପରେ ଗତ ୮ଦିନ ଧରି ବଡସାହି ଫରେଷ୍ଟରଙ୍କ ତଦାରଖରେ ଗଛ କାଟିବା ଆରମ୍ଭ ହୋଇଥିଲା ା କିନ୍ତୁ ଅନୁମୋଦିତ ଗଛ ତୁଳନାରେ ଅଧିକ ଗଛ କଟାଯାଉଥିବା ଦେଖି ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଏଭଳି ସମସ୍ୟା ନେଇ ଗ୍ରାମ୍ୟ କମିଟି ପକ୍ଷରୁ ଗତ ୧୭ ତାରିଖରେ ବାରିପଦା ବନଖଣ୍ଡ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇଥିଲା। ଏହାସତ୍ତ୍ୱେ ଗଛ କଟା ଜାରି ରହିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ଶୁକ୍ରବାର ଜଙ୍ଗଲକୁ ଯାଇ ଅଧିକାରୀ ଓ କର୍ମଚାରୀଙ୍କୁ ଘେରାଉ କରିବା ସହ କାଠ ନେବାକୁ ଆସିଥିବା ଟ୍ରକକୁ ଅଟକାଇ ଥିଲେ ା ଏ ସମ୍ପର୍କରେ ସେମାନେ ଡୁକୁରା ରେଞ୍ଜର ଓ ଡିଏଫଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନ ଥିଲେ। ପରେ କର୍ମଚାରୀ ସେଠାରୁ ଚାଲି ଯାଇଥିଲେ। ଏହି ପରିପ୍ରେକ୍ଷୀରେ ବନ ସୁରକ୍ଷା ସମିତିର ସଦସ୍ୟ ତଥା ୧୦ନଂ ୱାର୍ଡ ସଦସ୍ୟା ଲକ୍ଷ୍ମୀ ସିଂ ଓ କୁନା ହେମ୍ବ୍ରମ ପ୍ରମୁଖ ଏଭଳି ବେଆଇନ ଗଛକଟାକୁ ବିରୋଧ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri