ଜଗତ୍‌ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି। ବିଶେଷକରି ଯୌତୁକ ନିର୍ଯାତନା ଓ ଧମକ ଆଦି ଅଭିଯୋଗ ରହିଛି। ଏହାବାଦ୍‌ ଦୁର୍ଘଟଣା, ଗାଳିଗୁଲଜ, ମାରଧର ଓ ଧମକ ଆଦି ରହିଥିବା ଜଣାଯାଇଛି। ଏସବୁ ମାମଲାରେ ୩୫ରୁ ଅଧିକ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ଜଣ ଗିରଫ ହୋଇଛନ୍ତି। ଏସମ୍ପର୍କରେ ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଅଧିକାଂଶ ମାମଲା ପାରିବାରିକ ବିବାଦ କାରଣରୁ ହୋଇଛି ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସାମାଜିକ ଦିଗକୁ ଗୁରୁତ୍ୱ ଦେଉଛି। ସମସ୍ତ ମାମଲାରେ ତଦନ୍ତ ଚାଲିଥିବା ବେଳେ କେତୋଟିରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ତେଣୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାରେ ବିଳମ୍ବ ହେଉଛି।
ଥାନା ସୂଚନା ଅନୁଯାୟୀ, ଗତମାସ ୨୫ ତାରିଖରେ ତରିକୁନ୍ଦ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେଲାପରେ ପୋଲିସ ଗତ ୬ ତାରିଖରେ ମାମଲା ସଂଖ୍ୟା ୩୮୧/୧୯ ରୁଜୁ କରିଥିଲା। କିନ୍ତୁ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକଙ୍କୁ ଏଯାଏ ଗିରଫ କରାଯାଇନାହିଁ। ସେହିପରି ଗତ ୨ ତାରିଖରେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୨/୧୯ ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ନବାପାଟଣାର ରାଜୁଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା। ଗତ ୫ ତାରିଖରେ ଜଣେ ମହିଳାଙ୍କୁ ୭ ଜଣ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୩/୧୯ ରୁଜୁ ହୋଇଥିଲେ ସୁଦ୍ଧା କାହାରିଙ୍କୁ ଗିରଫ କରାଯାଇ ପାରିନାହିଁ। ଗତ ୫ ତାରିଖରେ ସମଙ୍ଗର ଜଣଙ୍କୁ ୪ ଜଣରୁ ଅଧିକ ମିଶି ମାରପିଟ୍‌ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୪/୧୯ ରୁଜୁ କରାଯାଇଥିଲା। ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି। ୬ ତାରିଖରେ ଏକସୁଧାର ଜଣେ ବ୍ୟକ୍ତିଙ୍କୁ ଶାଳଗାଁର ଜଣେ ବ୍ୟକ୍ତି ଗାଳିଗୁଲଜ ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ମାମଲା ସଂଖ୍ୟା ୩୮୫/୧୯ ରୁଜୁ ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ୭ ତାରିଖରେ ମଜୁରାଇ ଛକ ନିକଟରେ ଏକ ୧୪ ଚକିଆ ଟ୍ରକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହା ଉପରେ ମାମଲା ସଂଖ୍ୟା ୩୮୬/୧୯ ରୁଜୁ ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇପାରିଛି। ଗତ ୬ ତାରିଖରେ ବାଲିକୁଦା ଥାନା ଅନ୍ତର୍ଗତ ମହନାପାରୀର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ମାମଲା ସଂଖ୍ୟା ୩୮୭/୧୯ ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି। ସ୍ଥାନୀୟ କଣ୍ଟାବଲ୍ଲଭପୁରର ଜଣେ ବ୍ୟକ୍ତିଙ୍କୁ ଏହି ଗାଁର ଅନ୍ୟ ଜଣେ ବ୍ୟକ୍ତି ଧମକଚମକ ଦେଇଥିବା ୭ ତାରିଖରେ ଅଭିଯୋଗ ହେଲାପରେ ପୋଲିସ ମାମଲା ସଂଖ୍ୟା ୩୮୮/୧୯ ରୁଜୁ କରିଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ। ଗତ ୯ ତାରିଖରେ ମଣ୍ଡାସାହି ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ସରକାରୀ ସହାୟତା ପାଇଁ ଦାବି କରି ସରପଞ୍ଚଙ୍କଠାରୁ ନିରାଶ ହେଲା ପରେ କ୍ରୋଧାନ୍ବିତ ହୋଇ ଅଭିଯୁକ୍ତ ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୯/୧୯ ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରାଯାଇ ପାରିନାହିଁ। ଗତ ୧୦ ତାରିଖରେ ଅତାମଳାର ଜଣେ ମହିଳାଙ୍କୁ ଏହି ଗାଁର ୩ ଜଣ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୯୦/୧୯ ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତମାନେ ଏଯାଏ ଗିରଫ ହୋଇନାହାନ୍ତି। ଗତ ୧୧ ତାରିଖରେ ଅର୍ଥାତ୍‌ ଗୋଟିଏ ଦିନରେ ୫ଟି ଯୌତୁକ ନିଯାତନା ମାମଲା (ସଂଖ୍ୟା ୩୯୧/୧୯, ୩୯୨/୧୯, ୩୯୩/୧୯, ୩୯୪/୧୯ ଓ ୩୯୫/୧୯) ରୁଜୁ ହୋଇଥିଲା। ଗତ ୧୨ ତାରିଖରେ ୫ଟି ଛେଳି ଚୋରି ଯାଇଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୯୬/୧୯ ରୁଜୁ ହୋଇଥିଲେ ସୁଦ୍ଧା ଚୋରଙ୍କୁ ପୋଲିସ ଗିରଫ କରିବାକୁ ସମର୍ଥ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri