ଜଗତ୍‌ସିଂହପୁର ଥାନା: ସପ୍ତାହରେ ସର୍ବାଧିକ ନାରୀ ନିର୍ଯାତନା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନାରେ ଗତ୬ରୁ ୧୨ତାରିଖ ମଧ୍ୟରେ ମୋଟ ୧୬ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ସର୍ବାଧିକ ନାରୀ ନିର୍ଯାତନା ସମ୍ବନ୍ଧୀୟ ଥିବା ଜଣାଯାଇଛି। ବିଶେଷକରି ଯୌତୁକ ନିର୍ଯାତନା ଓ ଧମକ ଆଦି ଅଭିଯୋଗ ରହିଛି। ଏହାବାଦ୍‌ ଦୁର୍ଘଟଣା, ଗାଳିଗୁଲଜ, ମାରଧର ଓ ଧମକ ଆଦି ରହିଥିବା ଜଣାଯାଇଛି। ଏସବୁ ମାମଲାରେ ୩୫ରୁ ଅଧିକ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ଜଣ ଗିରଫ ହୋଇଛନ୍ତି। ଏସମ୍ପର୍କରେ ଆଇଆଇସି ରଜନୀକାନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଯେହେତୁ ଅଧିକାଂଶ ମାମଲା ପାରିବାରିକ ବିବାଦ କାରଣରୁ ହୋଇଛି ତେଣୁ ପୋଲିସ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ସାମାଜିକ ଦିଗକୁ ଗୁରୁତ୍ୱ ଦେଉଛି। ସମସ୍ତ ମାମଲାରେ ତଦନ୍ତ ଚାଲିଥିବା ବେଳେ କେତୋଟିରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ତେଣୁ ଅଭିଯୁକ୍ତଙ୍କୁ ଗିରଫ କରାଯିବାରେ ବିଳମ୍ବ ହେଉଛି।
ଥାନା ସୂଚନା ଅନୁଯାୟୀ, ଗତମାସ ୨୫ ତାରିଖରେ ତରିକୁନ୍ଦ ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେଲାପରେ ପୋଲିସ ଗତ ୬ ତାରିଖରେ ମାମଲା ସଂଖ୍ୟା ୩୮୧/୧୯ ରୁଜୁ କରିଥିଲା। କିନ୍ତୁ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକଙ୍କୁ ଏଯାଏ ଗିରଫ କରାଯାଇନାହିଁ। ସେହିପରି ଗତ ୨ ତାରିଖରେ ଜଣେ ୧୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୨/୧୯ ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ନବାପାଟଣାର ରାଜୁଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା। ଗତ ୫ ତାରିଖରେ ଜଣେ ମହିଳାଙ୍କୁ ୭ ଜଣ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୩/୧୯ ରୁଜୁ ହୋଇଥିଲେ ସୁଦ୍ଧା କାହାରିଙ୍କୁ ଗିରଫ କରାଯାଇ ପାରିନାହିଁ। ଗତ ୫ ତାରିଖରେ ସମଙ୍ଗର ଜଣଙ୍କୁ ୪ ଜଣରୁ ଅଧିକ ମିଶି ମାରପିଟ୍‌ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୪/୧୯ ରୁଜୁ କରାଯାଇଥିଲା। ଏହି ମାମଲାରେ କେହି ଗିରଫ ହୋଇନାହାନ୍ତି। ୬ ତାରିଖରେ ଏକସୁଧାର ଜଣେ ବ୍ୟକ୍ତିଙ୍କୁ ଶାଳଗାଁର ଜଣେ ବ୍ୟକ୍ତି ଗାଳିଗୁଲଜ ସହ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ମାମଲା ସଂଖ୍ୟା ୩୮୫/୧୯ ରୁଜୁ ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ୭ ତାରିଖରେ ମଜୁରାଇ ଛକ ନିକଟରେ ଏକ ୧୪ ଚକିଆ ଟ୍ରକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହା ଉପରେ ମାମଲା ସଂଖ୍ୟା ୩୮୬/୧୯ ରୁଜୁ ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇପାରିଛି। ଗତ ୬ ତାରିଖରେ ବାଲିକୁଦା ଥାନା ଅନ୍ତର୍ଗତ ମହନାପାରୀର ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ମାମଲା ସଂଖ୍ୟା ୩୮୭/୧୯ ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତ ଗିରଫ ହୋଇ ନାହାନ୍ତି। ସ୍ଥାନୀୟ କଣ୍ଟାବଲ୍ଲଭପୁରର ଜଣେ ବ୍ୟକ୍ତିଙ୍କୁ ଏହି ଗାଁର ଅନ୍ୟ ଜଣେ ବ୍ୟକ୍ତି ଧମକଚମକ ଦେଇଥିବା ୭ ତାରିଖରେ ଅଭିଯୋଗ ହେଲାପରେ ପୋଲିସ ମାମଲା ସଂଖ୍ୟା ୩୮୮/୧୯ ରୁଜୁ କରିଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନାହିଁ। ଗତ ୯ ତାରିଖରେ ମଣ୍ଡାସାହି ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ସରକାରୀ ସହାୟତା ପାଇଁ ଦାବି କରି ସରପଞ୍ଚଙ୍କଠାରୁ ନିରାଶ ହେଲା ପରେ କ୍ରୋଧାନ୍ବିତ ହୋଇ ଅଭିଯୁକ୍ତ ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୮୯/୧୯ ରୁଜୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରାଯାଇ ପାରିନାହିଁ। ଗତ ୧୦ ତାରିଖରେ ଅତାମଳାର ଜଣେ ମହିଳାଙ୍କୁ ଏହି ଗାଁର ୩ ଜଣ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୯୦/୧୯ ରୁଜୁ ହୋଇଥିଲା। କିନ୍ତୁ ଅଭିଯୁକ୍ତମାନେ ଏଯାଏ ଗିରଫ ହୋଇନାହାନ୍ତି। ଗତ ୧୧ ତାରିଖରେ ଅର୍ଥାତ୍‌ ଗୋଟିଏ ଦିନରେ ୫ଟି ଯୌତୁକ ନିଯାତନା ମାମଲା (ସଂଖ୍ୟା ୩୯୧/୧୯, ୩୯୨/୧୯, ୩୯୩/୧୯, ୩୯୪/୧୯ ଓ ୩୯୫/୧୯) ରୁଜୁ ହୋଇଥିଲା। ଗତ ୧୨ ତାରିଖରେ ୫ଟି ଛେଳି ଚୋରି ଯାଇଥିବା ଅଭିଯୋଗ ଉପରେ ମାମଲା ସଂଖ୍ୟା ୩୯୬/୧୯ ରୁଜୁ ହୋଇଥିଲେ ସୁଦ୍ଧା ଚୋରଙ୍କୁ ପୋଲିସ ଗିରଫ କରିବାକୁ ସମର୍ଥ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri