ଟାଟା ମୋଟର୍ସର ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ

ନୂଆଦିଲ୍ଲୀ,୧୪-୧୧: ଟାଟା ମୋଟର୍ସ ପକ୍ଷରୁ ଇଣ୍ଡିଆକୀ ଦୁସରୀ ଦିଓ୍ବାଲି ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ କ୍ଷୁଦ୍ର ବାଣିଜି୍ୟକ ଯାନ ଉପରେ ଗ୍ରାହକଙ୍କୁ ବିଶେଷ ରିହାତି ପ୍ରଦାନ କରାଯିବ। ଏହି ସମୟରେ କମ୍ପାନୀର କ୍ଷୁଦ୍ର ବାଣିଜି୍ୟକ ଯାନ ଏବଂ ପିକଅପ୍‌ କ୍ରୟ ଉପରେ ସ୍କ୍ରାଚ କାର୍ଡ ସିଷ୍ଟମରେ ନିଶ୍ଚିନ୍ତ ଉପହାର ଉପଲବ୍ଧ ହେବ। ବମ୍ପର ପ୍ରାଇଜରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୋଲ୍ଡ ଭାଉଚର ସୁବିଧା ଗ୍ରାହକଙ୍କ ଲାଗି ରହିଛି। ଏହାବାଦ ଏଲ୍‌ଇଡି ଟିଭି, ଓ୍ବାଶିଂମେଶିନ, ମୋବାଇଲ ଫୋନ, ଜୁସ ମିକ୍ସର, ଫୁଏଲ କୁପନ ଭଳି ଆକର୍ଷଣୀୟ ରିହାତି ମଧ୍ୟ ରହିଛି। କାର୍ଗୋ ଯାନ ଏବଂ ପିକଅପର ବିସ୍ତୃତ ରେଞ୍ଜରେ ଗ୍ରାହକମାନେ ଚଳିତ ମାସ ୩୦ ଯାଏ ଏହି ଅଫର ଲାଭ କରିପାରିବେ। ଟାଟା ଏସ୍‌ ଯାନର ବିକ୍ରି ସଫଳତା ଆଧାରରେ କମ୍ପାନୀ ପକ୍ଷରୁ ଏହି ଅଫରକୁ ଆରମ୍ଭ କରାଯାଇଛି। ଏହି ମଡେଲର ୨୨ ଲକ୍ଷ ଯାନ କମ୍ପାନୀ ଆରମ୍ଭ କରୁଛି। ଗ୍ରାହକଙ୍କ ମୂଲ୍ୟଯୁକ୍ତ ସେବା ଯୋଗାଣ ସହ ବିଭିନ୍ନ ଅଫର ପ୍ରଦାନ ଉପରେ କାର୍ଯ୍ୟ କରୁଥିବା ଟାଟା ମୋଟର୍ସର ସେଲ୍‌ସ ମାର୍କେଟିଂ ମୁଖ୍ୟ ରାଜେଶ କୌଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri