ଭାରତ ମସଲାର କର୍ପୋରେଟ ଷ୍ଟଲ

ଭୁବନେଶ୍ୱର,୧୪-୧୧(ବ୍ୟୁରୋ): ଭାରତ ମସଲା ପକ୍ଷରୁ ବାଲିଯାତ୍ରାରେ ଏକ କର୍ପୋରେଟ ଷ୍ଟଲ ସ୍ଥାପନ କରାଯାଇଛି। ପ୍ରଥମ ଥର ଲାଗି ଏଭଳି ଏକ ଆକର୍ଷଣୀୟ ଷ୍ଟଲ କମ୍ପାନୀ ପକ୍ଷରୁ ସ୍ଥାପନ କରାଯାଇଥିବା ବେଳେ ଏହାକୁ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ଉଦ୍‌ଘାଟନ କରିଥିଲେ। ଗ୍ରାହକଙ୍କ ଚାହିଦା ଏବଂ ଭଲପାଇବାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କମ୍ପାନୀର ଏମ୍‌ଡି ସୁଶାନ୍ତ କୁମାର ପଣ୍ଡା କହିଛନ୍ତି। ମେଳାରେ ଭାରତ ମସଲାର ବ୍ୟବସାୟିକ ଷ୍ଟଲଗୁଡିକରେ ଗ୍ରାହକମାନେ ପ୍ରଡକ୍ଟ କ୍ରୟ କ୍ଷେତ୍ରରେ ରିହାତି ଲାଭ କରିପାରିବେ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ଏହି ଅବସରରେ କମ୍ପାନୀର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା, ଉପଦେଷ୍ଟା ପ୍ରଫୁଲ୍ଲ ସିଂ, ମହାପ୍ରବନ୍ଧକ ଅରୁଣ ନାୟକ ଏବଂ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri