ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୁଭିଛି ଶଙ୍ଖ ନାଦ। ଜଗତ୍‌ସିଂହପୁର ଏମ୍‌ପି ହୋଇଛନ୍ତି ଡା. ରାଜଶ୍ରୀ ମଲ୍ଲିକ। ଗୁରୁତ୍ୱପୂର୍ଣ୍ଣ ଜଗତ୍‌ସିଂହପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ ପରାଜିତ ହୋଇଛନ୍ତି। ବିଶ୍ୱାଳଙ୍କ ପରାଜୟରେ କଂଗ୍ରେସ ଶିବିରରେ ନୈରାଶ୍ୟ ଭାବ ଦେଖାଯାଇଥିବା ବେଳେ ବିଜେଡି ଶିବିର ଉତ୍ସାହିତ ହୋଇପଡିଛି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପ୍ରଥମ ଥର ପାଇଁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପାଖାପାଖି ୯ ହଜାର ଭୋଟ ବ୍ୟବଧାନରେ ବିଶ୍ୱାଳଙ୍କୁ ପରାଜିତ କରିବା କଥାକୁ ନେଇ ଆଲୋଚନା ସରଗରମ ହୋଇଛି। ମୁଦୁଲିଙ୍କ ବିଜୟରେ ସାରା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଉତ୍ସବ ପାଳନ ଆରମ୍ଭ ହୋଇଛି। ଜଗତ୍‌ସିଂହପୁର ବିଧାନସଭା ଆସନରୁ ୫ ଥର ବିଧାୟକ ହୋଇଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଏଥର ପ୍ରଥମଥର ତିର୍ତ୍ତୋଲରୁ ବିଜେଡି ପ୍ରାର୍ଥୀ ହୋଇ ଜିତିଛନ୍ତି। ସେହିପରି ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ପାରାଦୀପ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ସମ୍ବିତ ରାଉତରାୟ ବିଧାୟକ ହେବାର ଗୌରବ ହାସଲ କରିଛନ୍ତି। କିନ୍ତୁ ବରିଷ୍ଠ ନେତା ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଛନ୍ତି।
ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ଫଳାଫଳ ଘୋଷଣା ସରିଛି। ଖବର ଲେଖାହେବା ସୁଦ୍ଧା ତିର୍ତ୍ତୋଲ ଓ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ଗଣତି ଚାଲିଥିଲା। ଘୋଷିତ ଫଳାଫଳ ମଧ୍ୟରୁ ଜଗତ୍‌ସିଂହପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁଦୁଲିଙ୍କୁ ପୋଷ୍ଟାଲ ବାଲାଟ୍‌ ବାଦ୍‌ ୬୭,୧୬୯ ଓ କଂଗ୍ରେସର ବିଶ୍ୱାଳଙ୍କୁ ୫୮,୨୯୯ ଭୋଟ ମିଳିଥିଲା। ଭାଜପାର ସତ୍ୟବ୍ରତ ମହାପାତ୍ର ୨୭,୪୪୮ ଭୋଟ ପାଇଥିଲେ। ନିର୍ବାଚନ ମଣ୍ଡଳୀରେ ମୋଟ ଉପରେ ୨୪ ରାଉଣ୍ଡ ଗଣତି ହୋଇଥିଲା। ଏହି ଫଳାଫଳ ଅନୁଯାୟୀ କଂଗ୍ରେସ ଠାରୁ ବିଜେଡି ପ୍ରାର୍ଥୀଙ୍କୁ ଅଧିକ ୮,୮୭୦ ଭୋଟ ମିଳିଥିଲା। ସେହିପରି ପାରାଦୀପ ବିଧାନସଭା ଆସନରେ ପୋଷ୍ଟାଲ ବାଲାଟ୍‌ ବାଦ୍‌ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ୬୯,୩୪୪, କଂଗ୍ରେସର ଅରିନ୍ଦମ ସର୍ଖେଲ ୪୮,୫୪୨ ଓ ଭାଜପାର ସମ୍ପଦ ସ୍ବାଇଁଙ୍କୁ ୩୪,୫୬୩ ଭୋଟ ମିଳିଛି। ଏଥିରେ କଂଗ୍ରେସର ସର୍ଖେଲଙ୍କଠାରୁ ବିଜେଡିର ରାଉତରାୟ ୨୦,୮୦୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। କିନ୍ତୁ ତାଙ୍କ ପିତା ବରିଷ୍ଠ ନେତା ଦାମୋଦର ରାଉତ ବାଲିକୁଦା-ଏରସମା ଆସନରୁ ଭାଜପା ପ୍ରାର୍ଥୀ ହୋଇ କେବଳ ହାରି ନାହାନ୍ତି ନିଜର ଦମ୍ଭ ରଖିପାରିନାହାନ୍ତି। ତିର୍ତ୍ତୋଲ ବିଧାନସଭା ଆସନରେ ଫଳାଫଳ ଘୋଷଣା ହୋଇ ନ ଥିଲେ ସୁଦ୍ଧା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସ ଜିତିବା ସମ୍ଭାବନା ଅଧିକ ଦେଖାଯାଉଛି। କାରଣ ୨୪ ରାଉଣ୍ଡ ଗଣତି ସୁଦ୍ଧା ଦାସ ୫୮,୨୧୨, ଭାଜପାର ରମାକାନ୍ତ ଭୋଇ ୩୩,୨୫୦ ଓ କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ୧୪,୧୫୮ ଭୋଟ ମିଳିଛି। ଏହି ଫଳାଫଳ ଦେଖିଲେ ଜଣାଯାଏ ବିଜେଡି ଓ କଂଗ୍ରେସ ମଧ୍ୟରେ ବ୍ୟବଧାନ ୨୪,୯୬୨ ରହିଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୨୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରଘୁନନ୍ଦନ ଦାସଙ୍କୁ ୪୫,୧୯୨, କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର ୨୦,୩୯୬ ଓ ଭାଜପାର ଦାମୋଦର ରାଉତଙ୍କୁ ୧୮,୪୪୪ ଭୋଟ ମିଳିଛି। ଏଥିରୁ ଜଣାଯାଏ କଂଗ୍ରେସଠାରୁ ବିଜେଡି ପ୍ରାର୍ଥୀ ୨୪,୭୯୬ ଭୋଟରେ ଆଗୁଆ ରହିଛନ୍ତି। ଏହି ସଂଖ୍ୟା ଦେଖିଲେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ଅଧିକ ଥିବା ଆକଳନ କରାଯାଉଛି। ଜଗତ୍‌ସିଂହପୁର ଏମ୍‌ପି ସଟ୍‌ରେ ମଧ୍ୟ କଂଗ୍ରେସର ପ୍ରତିମା ମଲ୍ଲିକଙ୍କଠାରୁ ବିଜେଡି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବାରୁ ସେ ଜିତିବା ସମ୍ଭାବନା ରହିଛି। ତେବେ ଚୂଡାନ୍ତ ଫଳାଫଳ ଘୋଷଣା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri