ଜଗତ୍‌ସିଂହପୁର ଜିଲାରେ ଶଙ୍ଖନାଦ

ଜଗତ୍‌ସିଂହପୁର ଅଫିସ, ୨୪।୫ : ୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଜଗତ୍‌ସିଂହପୁର ଲୋକସଭା ଆସନ ସମେତ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ଶୁଭିଛି ଶଙ୍ଖ ନାଦ। ଜଗତ୍‌ସିଂହପୁର ଏମ୍‌ପି ହୋଇଛନ୍ତି ଡା. ରାଜଶ୍ରୀ ମଲ୍ଲିକ। ଗୁରୁତ୍ୱପୂର୍ଣ୍ଣ ଜଗତ୍‌ସିଂହପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ ପରାଜିତ ହୋଇଛନ୍ତି। ବିଶ୍ୱାଳଙ୍କ ପରାଜୟରେ କଂଗ୍ରେସ ଶିବିରରେ ନୈରାଶ୍ୟ ଭାବ ଦେଖାଯାଇଥିବା ବେଳେ ବିଜେଡି ଶିବିର ଉତ୍ସାହିତ ହୋଇପଡିଛି। ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ପ୍ରଥମ ଥର ପାଇଁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇ ପାଖାପାଖି ୯ ହଜାର ଭୋଟ ବ୍ୟବଧାନରେ ବିଶ୍ୱାଳଙ୍କୁ ପରାଜିତ କରିବା କଥାକୁ ନେଇ ଆଲୋଚନା ସରଗରମ ହୋଇଛି। ମୁଦୁଲିଙ୍କ ବିଜୟରେ ସାରା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଉତ୍ସବ ପାଳନ ଆରମ୍ଭ ହୋଇଛି। ଜଗତ୍‌ସିଂହପୁର ବିଧାନସଭା ଆସନରୁ ୫ ଥର ବିଧାୟକ ହୋଇଥିବା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଏଥର ପ୍ରଥମଥର ତିର୍ତ୍ତୋଲରୁ ବିଜେଡି ପ୍ରାର୍ଥୀ ହୋଇ ଜିତିଛନ୍ତି। ସେହିପରି ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ ପାରାଦୀପ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ସମ୍ବିତ ରାଉତରାୟ ବିଧାୟକ ହେବାର ଗୌରବ ହାସଲ କରିଛନ୍ତି। କିନ୍ତୁ ବରିଷ୍ଠ ନେତା ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଛନ୍ତି।
ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ଓ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ଫଳାଫଳ ଘୋଷଣା ସରିଛି। ଖବର ଲେଖାହେବା ସୁଦ୍ଧା ତିର୍ତ୍ତୋଲ ଓ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟ ଗଣତି ଚାଲିଥିଲା। ଘୋଷିତ ଫଳାଫଳ ମଧ୍ୟରୁ ଜଗତ୍‌ସିଂହପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମୁଦୁଲିଙ୍କୁ ପୋଷ୍ଟାଲ ବାଲାଟ୍‌ ବାଦ୍‌ ୬୭,୧୬୯ ଓ କଂଗ୍ରେସର ବିଶ୍ୱାଳଙ୍କୁ ୫୮,୨୯୯ ଭୋଟ ମିଳିଥିଲା। ଭାଜପାର ସତ୍ୟବ୍ରତ ମହାପାତ୍ର ୨୭,୪୪୮ ଭୋଟ ପାଇଥିଲେ। ନିର୍ବାଚନ ମଣ୍ଡଳୀରେ ମୋଟ ଉପରେ ୨୪ ରାଉଣ୍ଡ ଗଣତି ହୋଇଥିଲା। ଏହି ଫଳାଫଳ ଅନୁଯାୟୀ କଂଗ୍ରେସ ଠାରୁ ବିଜେଡି ପ୍ରାର୍ଥୀଙ୍କୁ ଅଧିକ ୮,୮୭୦ ଭୋଟ ମିଳିଥିଲା। ସେହିପରି ପାରାଦୀପ ବିଧାନସଭା ଆସନରେ ପୋଷ୍ଟାଲ ବାଲାଟ୍‌ ବାଦ୍‌ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କୁ ୬୯,୩୪୪, କଂଗ୍ରେସର ଅରିନ୍ଦମ ସର୍ଖେଲ ୪୮,୫୪୨ ଓ ଭାଜପାର ସମ୍ପଦ ସ୍ବାଇଁଙ୍କୁ ୩୪,୫୬୩ ଭୋଟ ମିଳିଛି। ଏଥିରେ କଂଗ୍ରେସର ସର୍ଖେଲଙ୍କଠାରୁ ବିଜେଡିର ରାଉତରାୟ ୨୦,୮୦୨ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। କିନ୍ତୁ ତାଙ୍କ ପିତା ବରିଷ୍ଠ ନେତା ଦାମୋଦର ରାଉତ ବାଲିକୁଦା-ଏରସମା ଆସନରୁ ଭାଜପା ପ୍ରାର୍ଥୀ ହୋଇ କେବଳ ହାରି ନାହାନ୍ତି ନିଜର ଦମ୍ଭ ରଖିପାରିନାହାନ୍ତି। ତିର୍ତ୍ତୋଲ ବିଧାନସଭା ଆସନରେ ଫଳାଫଳ ଘୋଷଣା ହୋଇ ନ ଥିଲେ ସୁଦ୍ଧା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସ ଜିତିବା ସମ୍ଭାବନା ଅଧିକ ଦେଖାଯାଉଛି। କାରଣ ୨୪ ରାଉଣ୍ଡ ଗଣତି ସୁଦ୍ଧା ଦାସ ୫୮,୨୧୨, ଭାଜପାର ରମାକାନ୍ତ ଭୋଇ ୩୩,୨୫୦ ଓ କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକଙ୍କୁ ୧୪,୧୫୮ ଭୋଟ ମିଳିଛି। ଏହି ଫଳାଫଳ ଦେଖିଲେ ଜଣାଯାଏ ବିଜେଡି ଓ କଂଗ୍ରେସ ମଧ୍ୟରେ ବ୍ୟବଧାନ ୨୪,୯୬୨ ରହିଛି। ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୨୩ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରଘୁନନ୍ଦନ ଦାସଙ୍କୁ ୪୫,୧୯୨, କଂଗ୍ରେସର ଲଲାଟେନ୍ଦୁ ମହାପାତ୍ର ୨୦,୩୯୬ ଓ ଭାଜପାର ଦାମୋଦର ରାଉତଙ୍କୁ ୧୮,୪୪୪ ଭୋଟ ମିଳିଛି। ଏଥିରୁ ଜଣାଯାଏ କଂଗ୍ରେସଠାରୁ ବିଜେଡି ପ୍ରାର୍ଥୀ ୨୪,୭୯୬ ଭୋଟରେ ଆଗୁଆ ରହିଛନ୍ତି। ଏହି ସଂଖ୍ୟା ଦେଖିଲେ ବିଜେଡି ପ୍ରାର୍ଥୀ ଜିତିବା ସମ୍ଭାବନା ଅଧିକ ଥିବା ଆକଳନ କରାଯାଉଛି। ଜଗତ୍‌ସିଂହପୁର ଏମ୍‌ପି ସଟ୍‌ରେ ମଧ୍ୟ କଂଗ୍ରେସର ପ୍ରତିମା ମଲ୍ଲିକଙ୍କଠାରୁ ବିଜେଡି ପ୍ରାର୍ଥୀ ୫୦ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବାରୁ ସେ ଜିତିବା ସମ୍ଭାବନା ରହିଛି। ତେବେ ଚୂଡାନ୍ତ ଫଳାଫଳ ଘୋଷଣା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?