ଛୋଟ ପରଦାରୁ ‘ଛିଛୋରେ’

ନୂଆଦିଲ୍ଲୀ: ଇର୍ଫାନ୍‌ ଖାନ୍‌ଙ୍କ ପରେ ଆଉଜଣେ ଭର୍ସାଟାଇଲ ଆକ୍ଟରଙ୍କୁ ବଲିଉଡ୍‌ ହରାଇଛି। ଅଳ୍ପଦିନରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋୟର ସୃଷ୍ଟି କରିପାରିଥିବା ୟଙ୍ଗ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଚଳଚ୍ଚିତ୍ର ଜଗତକୁ ଦୋହଲାଇ ଦେଇଛି। ଚଳଚ୍ଚିତ୍ରରେ ଚରିତ୍ରକୁ ନେଇ ସବୁବେଳେ ଗୁରୁଗମ୍ଭୀର ଏହି ଖ୍ୟାତନାମା ଆକ୍ଟରଙ୍କ ଏପରି ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଏସବୁ ଭିତରେ ସୁଶାନ୍ତଙ୍କ ପ୍ରଫେଶନାଲ ଜୀବନ, ଉତ୍ଥାନପତନ, ପ୍ରତିକୂଳ ସମୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
‘କିସ୍‌ ଦେଶ ମେଁ ହେ ମେରା ଦିଲ୍‌’ ନାମକ ଏକ ଶୋ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ ସିଂ ରାଜପୁତ। ହେଲେ ଏକତା କପୁରଙ୍କ ‘ପବିତ୍ର ରିସ୍ତା’ ସିରିୟଲ୍‌ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହାପରେ ଚଳଚ୍ଚିତ୍ର ‘କାଏ ପୋ ଚେ’ ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଥିଲେ ସେ। ତାଙ୍କର ଅନ୍ତିମ ସିନେମା ଥିଲା ‘ଛିଛୋରେ’। ଏହାକୁ ବାଦ୍‌ ଦେଲେ ‘ସୁଦ୍ଧ ଦେଶି ରୋମାନ୍ସ’, ଏମ୍‌. ଏସ୍‌. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି, ପିକେ, ରାବତା, କେଦାରନାଥ, ସୋନାଚିଡ଼ିଆ ଭଳି ଫିଲ୍ମରେ ସୁଶାନ୍ତଙ୍କ ଦମଦାର ଅଭିନୟ ବେଶ୍‌ ପ୍ରଶଂସା ସାଉଁଟିଥିଲା। ତେବେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ ଉପରେ ଆଧାରିତ ଏମ୍‌. ଏସ୍‌. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରିରେ ଧୋନୀଙ୍କ ଭୂମିକାରେ ଅଭିନୟ କରି ଏକ ନିଆରା ଛାପ ଛାଡ଼ିଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ସେହିପରି ଆକ୍ସନ ଥ୍ରୀଲର ଡିକ୍ଟେଟିଭ୍‌ ବ୍ୟୋମକେଶ ବକ୍ସି ମଧ୍ୟ ବେଶ୍‌ ସଫଳତା ପାଇଥିଲା। ଏଥିସହ ଡ୍ୟାନ୍ସ ରିଆଲିଟି ଶୋ ‘ଜରା ନଚ୍‌ କେ ଦିଖା-୨’ରେ ‘ଝଲକ ଦିଖ ଲା ଜା-୪’ ତାଙ୍କର ଡ୍ୟାସିଂ ଟ୍ୟାଲେଣ୍ଟକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।
କେବଳ ଅଭିନୟ ନୁହେଁ, ଶିକ୍ଷାକ୍ଷେତ୍ରରେ ମଧ୍ୟ ବେଶ୍‌ ପାରଦର୍ଶୀ ଥିଲେ ସୁଶାନ୍ତ। ପାଟଣାର ସେଣ୍ଟ କେରେନ୍ସ ହାଇସ୍କୁଲରେ ସୁଶାନ୍ତ ପ୍ରାଥମିକ ଶିକ୍ଷା ସାରିବା ପରେ ଦିଲ୍ଲୀ କୁଲାଚୀ ହଂସରାଜ ମଡେଲ ସ୍କୁଲରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସାରା ଭାରତରେ ୭ନଂ ର଼୍ୟାଙ୍କ୍‌ ହାସଲ କରିବା ପରେ ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାତେଇଥିଲେ। ଶିକ୍ଷାରେ ଧୂରୀଣ ସୁଶାନ୍ତ ପଦାର୍ଥ ବିଜ୍ଞାନରେ ନ୍ୟାଶନାଲ ଅଲିମ୍ପିୟାଡ ଜିତିଥିଲେ। ଇଣ୍ଡିଆନ ସ୍କୁଲ ଅଫ୍‌ ମାଇନିଂରେ ସେ ଅଧ୍ୟୟନ କରି ସେ ୧୧ଟି ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଅଭିନୟ ଜଗତରେ ପାଦ ଦେବାପରେ ତାଙ୍କର ଏହି ପାଠ୍ୟକ୍ରମ ଅସମ୍ପୂର୍ଣ୍ଣ ରହିଯାଇଥିଲା। ପାଠପଢ଼ା କ୍ଷେତ୍ରରେ ଅନେକ ଗରିବ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେ ସାହାଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବ ସମ୍ମୁଖରେ ବିଜୟ ଦେବାକୋଣ୍ଡାଙ୍କୁ ‘ଡାର୍ଲିଂ’ ବୋଲି ଡାକିଲେ ରଶ୍ମିକା

ଚେନ୍ନାଇ:ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ଅଭିନେତା ବିଜୟ ଦେବରକୋଣ୍ଡା ସେମାନଙ୍କ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ଯଦିଓ ଉଭୟ ନିଜ ରିଲେସନଶିପକୁ ନିଶ୍ଚିତ...

ରିଲିଜ ହେଲା ଫିଲ୍ମ ‘କ୍ରୁ’: ଦମ୍‌ ଦେଖାଇଲେ ଏହି ୩ ଅଭିନେତ୍ରୀ

ମୁମ୍ବାଇ: କିଛି ବର୍ଷ ହେଲା ବଲିଉଡ୍‌ ଅଭିନେତ୍ରୀମାନେ ଫିଲ୍ମରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଏବେ ଫିଲ୍ମଗୁଡ଼ିକରେ ଆକ୍ସନ କେବଳ ହିରୋଙ୍କ କାନ୍ଧରେ ନୁହେଁ ବରଂ ଏହାର...

୧୪ ବର୍ଷର ବନବାସ ଶେଷ କରି କାହିଁକି ରାଜନୀତିକୁ ଫେରିଲେ ଛୋଟେ ମିଆଁ

ମୁମ୍ବାଇ,୨୮।୩: ବଲିଉଡ଼ ଅଭିନେତା ତଥା ପୂର୍ବତନ ଏମପି ଗୋବିନ୍ଦା ଗୁରୁବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନାରେ ଯୋଗ ଦେଇଛନ୍ତି। ମୁମ୍ବାଇ ଉତ୍ତର ପଶ୍ଚିମରେ ଶିବସେନାର...

ସିଦ୍ଧାର୍ଥଙ୍କୁ ବିବାହ ଲାଗି ହଁ କହିଲେ ଅଦିତି, ସରିଲା ନିର୍ବନ୍ଧ

ବମ୍ବେ: ବିବାହ ହୋଇନି, ସରିଛି ନିର୍ବନ୍ଧ। ଲୁଚାଛପାରେ ବଲିଉଡ୍‌ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଏବଂ ସିଦ୍ଧାର୍ଥ କର୍ନାଟକର ଏକ ମନ୍ଦିରରେ ବିବାହ କରିନେଇଛନ୍ତି ବୋଲି...

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ...

ମାତ୍ର ଦେଢ ବର୍ଷ ବୟସରେ ୨୫୦ କୋଟି ଟଙ୍କାର ମାଲିକାଣୀ ହେବେ ଏହି ଷ୍ଟାରକିଡ୍‌

ବଲିଉଡର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ନୂଆ ଘର ପ୍ରସ୍ତୁତ କରୁଛନ୍ତି। ଏହି ଦମ୍ପତି ଶୀଘ୍ର ନିଜ ନୂଆ...

ଅନୁଷ୍କାଙ୍କ ସ୍ମାଇଲ୍‌

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା କିଛିଦିନର ବ୍ୟବଧାନ ପରେ ପୁଣି ଇନ୍‌ଷ୍ଟାଗ୍ରାମକୁ ଫେରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଥାଇ ନବଜାତ ପୁତ୍ର ଅକାୟଙ୍କ ଯତ୍ନ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri