ଛୋଟ ପରଦାରୁ ‘ଛିଛୋରେ’

ନୂଆଦିଲ୍ଲୀ: ଇର୍ଫାନ୍‌ ଖାନ୍‌ଙ୍କ ପରେ ଆଉଜଣେ ଭର୍ସାଟାଇଲ ଆକ୍ଟରଙ୍କୁ ବଲିଉଡ୍‌ ହରାଇଛି। ଅଳ୍ପଦିନରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋୟର ସୃଷ୍ଟି କରିପାରିଥିବା ୟଙ୍ଗ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଚଳଚ୍ଚିତ୍ର ଜଗତକୁ ଦୋହଲାଇ ଦେଇଛି। ଚଳଚ୍ଚିତ୍ରରେ ଚରିତ୍ରକୁ ନେଇ ସବୁବେଳେ ଗୁରୁଗମ୍ଭୀର ଏହି ଖ୍ୟାତନାମା ଆକ୍ଟରଙ୍କ ଏପରି ମୃତ୍ୟୁ ପରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଏସବୁ ଭିତରେ ସୁଶାନ୍ତଙ୍କ ପ୍ରଫେଶନାଲ ଜୀବନ, ଉତ୍ଥାନପତନ, ପ୍ରତିକୂଳ ସମୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
‘କିସ୍‌ ଦେଶ ମେଁ ହେ ମେରା ଦିଲ୍‌’ ନାମକ ଏକ ଶୋ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ ସିଂ ରାଜପୁତ। ହେଲେ ଏକତା କପୁରଙ୍କ ‘ପବିତ୍ର ରିସ୍ତା’ ସିରିୟଲ୍‌ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହାପରେ ଚଳଚ୍ଚିତ୍ର ‘କାଏ ପୋ ଚେ’ ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଥିଲେ ସେ। ତାଙ୍କର ଅନ୍ତିମ ସିନେମା ଥିଲା ‘ଛିଛୋରେ’। ଏହାକୁ ବାଦ୍‌ ଦେଲେ ‘ସୁଦ୍ଧ ଦେଶି ରୋମାନ୍ସ’, ଏମ୍‌. ଏସ୍‌. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି, ପିକେ, ରାବତା, କେଦାରନାଥ, ସୋନାଚିଡ଼ିଆ ଭଳି ଫିଲ୍ମରେ ସୁଶାନ୍ତଙ୍କ ଦମଦାର ଅଭିନୟ ବେଶ୍‌ ପ୍ରଶଂସା ସାଉଁଟିଥିଲା। ତେବେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ ଉପରେ ଆଧାରିତ ଏମ୍‌. ଏସ୍‌. ଧୋନୀ: ଦ ଅନଟୋଲ୍ଡ ଷ୍ଟୋରିରେ ଧୋନୀଙ୍କ ଭୂମିକାରେ ଅଭିନୟ କରି ଏକ ନିଆରା ଛାପ ଛାଡ଼ିଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ସେହିପରି ଆକ୍ସନ ଥ୍ରୀଲର ଡିକ୍ଟେଟିଭ୍‌ ବ୍ୟୋମକେଶ ବକ୍ସି ମଧ୍ୟ ବେଶ୍‌ ସଫଳତା ପାଇଥିଲା। ଏଥିସହ ଡ୍ୟାନ୍ସ ରିଆଲିଟି ଶୋ ‘ଜରା ନଚ୍‌ କେ ଦିଖା-୨’ରେ ‘ଝଲକ ଦିଖ ଲା ଜା-୪’ ତାଙ୍କର ଡ୍ୟାସିଂ ଟ୍ୟାଲେଣ୍ଟକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ।
କେବଳ ଅଭିନୟ ନୁହେଁ, ଶିକ୍ଷାକ୍ଷେତ୍ରରେ ମଧ୍ୟ ବେଶ୍‌ ପାରଦର୍ଶୀ ଥିଲେ ସୁଶାନ୍ତ। ପାଟଣାର ସେଣ୍ଟ କେରେନ୍ସ ହାଇସ୍କୁଲରେ ସୁଶାନ୍ତ ପ୍ରାଥମିକ ଶିକ୍ଷା ସାରିବା ପରେ ଦିଲ୍ଲୀ କୁଲାଚୀ ହଂସରାଜ ମଡେଲ ସ୍କୁଲରୁ ଉଚ୍ଚଶିକ୍ଷା ହାସଲ କରିଥିଲେ। ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସାରା ଭାରତରେ ୭ନଂ ର଼୍ୟାଙ୍କ୍‌ ହାସଲ କରିବା ପରେ ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାତେଇଥିଲେ। ଶିକ୍ଷାରେ ଧୂରୀଣ ସୁଶାନ୍ତ ପଦାର୍ଥ ବିଜ୍ଞାନରେ ନ୍ୟାଶନାଲ ଅଲିମ୍ପିୟାଡ ଜିତିଥିଲେ। ଇଣ୍ଡିଆନ ସ୍କୁଲ ଅଫ୍‌ ମାଇନିଂରେ ସେ ଅଧ୍ୟୟନ କରି ସେ ୧୧ଟି ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ଅଭିନୟ ଜଗତରେ ପାଦ ଦେବାପରେ ତାଙ୍କର ଏହି ପାଠ୍ୟକ୍ରମ ଅସମ୍ପୂର୍ଣ୍ଣ ରହିଯାଇଥିଲା। ପାଠପଢ଼ା କ୍ଷେତ୍ରରେ ଅନେକ ଗରିବ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସେ ସାହାଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri