Categories: ଖେଳ

ଛେତ୍ରୀଙ୍କ ସ୍ଥାନ ପୁରଣ କରିବେ ସାହାଲ

କୋଲକାତା, ୩୧ା୫ (ପି.ଟି.)-ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ପରେ କେରଳ ବ୍ଳାଷ୍ଟର୍ସର ଯୁବ ଖେଳାଳି ସାହାଲ ଅବ୍‌ଦୁଲ ସମାଦ ତାଙ୍କ ସ୍ଥାନ ପୁରଣ କରିବେ ବୋଲି କହିଛନ୍ତି ଭାରତୀୟ ଫୁଟ୍‌ବଲ ଆଇକନ ବାଇଚୁଙ୍ଗ ଭୂତିଆ। ସାହାଲ ହେଉଛନ୍ତି ଭାରତୀୟ ଫୁଟ୍‌ବଲ ଦଳର ଜଣେ ଅନ୍ୟତମ କନିଷ୍ଠ ସଦସ୍ୟ। ଭବିଷ୍ୟତରେ ସେ ଭାରତର ଜଣେ ଷ୍ଟାର ଗୋଲ ସ୍କୋର ଖେଳାଳି ହୋଇ ବାହାରିବେ। ୨୦୧୯ କିଙ୍ଗ୍ସ କପ୍‌ରେ ସେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ତାଙ୍କ ଡ୍ରିବ୍‌ଲିଂ ଓ ପାସିଂ ଦକ୍ଷତା କୋଚ୍‌ ଇଗୋର ଷ୍ଟିମାକ୍‌ଙ୍କୁ ପ୍ରଭାବିତ କରିଥିଲା। ସାହାଲ ଜଣେ ଆଟାକିଂ ମିଡ୍‌ଫିଲ୍‌ଡର। ହେଲେ ଗୋଲ ସ୍କୋର କରିବାକୁ ଉଦ୍ୟମ ଜାରି ରଖିଲେ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାହାଲ ୨୦୧୬-୧୭ ସନ୍ତୋଷ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କେରଳ ବ୍ଲାଷ୍ଟର୍ସ ପରବର୍ତ୍ତୀ ସିଜନ ପାଇଁ ତାଙ୍କୁ ଅନୁବନ୍ଧିତ କରିଛି। ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ୨୦୧୮-୧୯ରେ ସାହାଲ ଆଇଏସ୍‌ଏଲ୍‌ ଇମର୍ଜିଂ ପ୍ଲେୟର ବ୍ୟତୀତ ଏଆଇଏଫ୍‌ଏଫ୍‌ ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। ୨୩ ବର୍ଷୀୟ ସାହାଲ ଭାରତର ଅନ୍ୟତମ ଭାବି ଷ୍ଟାର ଖେଳାଳି। ସ୍କୋରିଂ ଆରମ୍ଭ କରିବା ମାତ୍ରେ ସେ ଜଣେ ଦକ୍ଷ ଫିନିଶର ହୋଇ ପାରିବେ। ଭବିଷ୍ୟତରେ ସୁନୀଲ ଛେତ୍ରୀଙ୍କ ସ୍ଥାନ ନେଇ ପାରିବେ।

Share