ଛୁଟିରେ ଥାଇ ଦରମା ଆସୁଛି

ନବରଙ୍ଗପୁର,୭।୧୧(ବି.ପ୍ର.):ନିୟମ ଏଠି ବାଟବଣା। ବିନା ଦରଖାସ୍ତରେ ୬ ମାସ ଛୁଟିରେ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲାରେ ଦରମା ମିଳିଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷା ବିଭାଗର କେତେଜଣ କର୍ମଚାରୀ ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଅଭିଯୋଗ ହେଲେ ମଧ୍ୟ ତଦନ୍ତ ହେଉନାହିଁ। ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦରମା ବାବଦକୁ ସରକାର ଅନୁଦାନ ଯୋଗାଉଛନ୍ତି। ସରକାରଙ୍କ ଅନୁଦାନ ଅବାଟରେ ଚାଲିଗଲେ ଅଧିକାରୀଙ୍କର କ’ଣ ବା ଯାଏଆସେ। ସେହି ନୀତିରେ ଦରମା ସହ ଶିକ୍ଷକଙ୍କ ଡିଏ ଆଦି ପ୍ରଦାନ କରାଯାଉଛି। ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ଅନୁପସ୍ଥିତ ସତ୍ତ୍ୱେ ମେଣ୍ଟ୍ରି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ୩ ମାସର ଓ ବଡକୁମୁଲି ସ୍କୁଲର ଜଣେ ଶିକ୍ଷକଙ୍କୁ ୮ ମାସର ଦରମା ମିଳିଥିଲା। ଏବେ ଝରିଗାଁ ବ୍ଲକ ଚଚ୍ଚା ସରକାରୀ ୟୁଜି ହାଇସ୍କୁଲରୁ ସମାନ ଅଭିଯୋଗ ଆସିଛି।
ଚଚ୍ଚା ଗାଁରେ ୫-ଟି ଅଧୀନରେ ରହିଛି ସରକାରୀ ୟୁଜି ହାଇସ୍କୁଲ। ବିଦ୍ୟାଳୟର କ୍ଲାସିକାଲ ଶିକ୍ଷୟିତ୍ରୀ ମଧୁସ୍ମିତା ଦାଶ ଚଳିତ ବର୍ଷ ମେ’ ୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନୀ ମଲ୍ଲିକ ଅନୁପସ୍ଥିତ ରିପୋର୍ଟ ଜିଲା ଶିକ୍ଷା ବିଭାଗକୁ ନ ଦେଇ ମଧୁସ୍ମିତା ଉପସ୍ଥିତ ଥିବା ଜଣାଇଛନ୍ତି। ଫଳରେ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କୁ ନିୟମିତ ଭାବେ ଦରମା ମିଳୁଛି ବୋଲି ଏସ୍‌ଏମ୍‌ସି କମିଟି ସଭାପତି ଭଗବାନ ମାଝି ନିଜ ମୋବାଇଲ ନମ୍ବର ସହ ଗତ ବୁଧବାର ଜିଲା ଶିକ୍ଷା ଅଧିକାରୀଙ୍କୁ ମେଲ୍‌ କରି ଜଣାଇଛନ୍ତି। ବିଦ୍ୟାଳୟର ଉପସ୍ଥାନ ଖାତାରେ ମଧୁସ୍ମିତାଙ୍କ ଦସ୍ତଖତ ମେ’ ୬ ତାରିଖ ପର୍ଯ୍ୟନ୍ତ ରହିଛି। ସେଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ମଧୁସ୍ମିତାଙ୍କ ଦସ୍ତଖତ ସ୍ଥାନ ଫାଙ୍କା ରହିଛି। ସମସ୍ତ ତଥ୍ୟ ସହ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। ଏନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ଜଣାଇବାରୁ ସେ କାର୍ଯ୍ୟାଳୟର କିରାଣି ପଙ୍କଜ ମହାପାତ୍ରଙ୍କୁ ଡାକି ପଚାରିଥିଲେ। ଶିକ୍ଷୟିତ୍ରୀ ମଧୁସ୍ମିତା ନିୟମିତ ସ୍କୁଲ ଆସିଥିବା ପ୍ରଧାନଶିକ୍ଷୟିତ୍ରୀ ରିପୋର୍ଟ ଦେଇଛନ୍ତି। ସେହି ଅନୁଯାୟୀ ଦରମା ମିଳିଛି ବୋଲି କିରାଣି ମହାପାତ୍ର କହିଛନ୍ତି। ଏନେଇ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କୁ ପଚାରିବାରୁ ମୋର ମୋବାଇଲ ଖରାପ। ଦରମା ଖାତାରେ ଚଢୁଛି କି ନାହିଁ ଜାଣି ନାହିଁ। ମଁୁ ଛୁଟିରେ ରହିଛି ା ଦରଖାସ୍ତ ପଠାଇଥିଲି କିନ୍ତୁ ବିଦ୍ୟାଳୟରେ ପହଞ୍ଚତ୍ ପାରିନାହିଁ। ମେଡିକାଲ ରିପୋର୍ଟ ଓ ଛୁଟି ଦରଖାସ୍ତର ସମସ୍ତ ତଥ୍ୟ ମୋ ପାଖରେ ରହିଛି। କେତେ ଦିନ ଛୁଟିିରେ ଅଛନ୍ତି ବୋଲି ପଚାରିବାରୁ ତାହାର ସଠିକ ଉତ୍ତର ସେ ଦେଇ ନ ଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନୀଙ୍କୁ ପଚାରିବାରୁ ସାଥୀରେ ରହୁଥିବାରୁ ମଧୁସ୍ମିତା ମେ’ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ଥିବା ରିପୋର୍ଟ ପ୍ରଦାନ କରିଛି। ତାହା ପରଠାରୁ ସେ ବିଦ୍ୟାଳୟ ଆସି ନାହାନ୍ତି। ଜୁନ୍‌ ମାସରୁ ମଧୁସ୍ମିତା ଛୁଟିରେ ଅଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମେ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ନିୟମିତ ରହିଥିବା ସମ୍ପର୍କରେ ପଚାରିବାରୁ ମଧୁସ୍ମିତା ଅନୁପସ୍ଥିତ ଥିବା ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇ ଆସୁଛି। ଉପସ୍ଥିତ ରିପୋର୍ଟ ସେଠାରେ କିଭଳି ଅଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଥିଲେ। ଅନ୍ୟ ପକ୍ଷେ ଜିଲା ଶିକ୍ଷା ଅଧିକାରୀଙ୍କୁ ଛୁଟି ଦରଖାସ୍ତ କାର୍ଯ୍ୟାଳୟକୁ ଆସିଛି କି ବୋଲି ପଚାରିବାରୁ ମଧୁସ୍ମିତା ଛୁଟି ଦରଖାସ୍ତ କାର୍ଯ୍ୟାଳୟରେ ନାହିଁ ବୋଲି ଜଣାଇଛନ୍ତି।
ସରକାରୀ ନିୟମାନୁଯାୟୀ, ଡିଇଓ, ଏଡିଇଓ, ବିଇଓ ଏବଂ ଏବିଇଓମାନେ ବିଦ୍ୟାଳୟଗୁଡିକ ପରିଦର୍ଶନ କରି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ଉପକରଣ, ଲାଇବ୍ରେରୀ, ପାଠ୍ୟ ଖସଡା କିଭଳି ଚାଲିଛି, ଶିକ୍ଷୟତ୍ରୀ ଶିକ୍ଷକଙ୍କ ଉପସ୍ଥାନ ଆଦି ନିରୀକ୍ଷଣ କରିବା କଥା। କିନ୍ତୁ ଚଚ୍ଚା ୟୁଜି ହାଇସ୍କୁଲରେ ଶିକ୍ଷୟିତ୍ରୀ ଜଣକ ୬ମାସ ଅନୁପସ୍ଥିତ ରହିବା କଥା କୌଣସି ଅଧିକାରୀ କିଭଳି ଜଣିପାରିଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ବିଦ୍ୟାଳୟରେ ଅନୁପସ୍ଥିତ ଶିକ୍ଷକ ନିୟମିତ ଦରମା ପାଉଥିବା ସଂଖ୍ୟା ଖୋଜିଲେ ଜିଲାରେ ଅନେକ ଅସିଯିବେ। ତଥାପି ଜିଲା ଶିକ୍ଷା ବିଭାଗରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବିଡମ୍ବନାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri