ଛାତ୍ରୀଛାତ୍ର ପିଉଛନ୍ତି ନଳକୂପର ଗୋଳିଆ ପାଣି

ଲାଠୋର, ୨୩ା୬(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏଠାରେ ୧୩୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଶିକ୍ଷାଦାନ ପାଇଁ ୫ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ସ୍କୁଲରେ ରହିଛି ଦୁଇଟି ନଳକୂପ। ଗୋଟିଏ ନଳକୂପ ଅଚଳ ହୋଇଥିବା ବେଳେ ଅନ୍ୟଟିରୁ ଗୋଳିଆ ପାଣି ବାହାରୁଛି। ଏହି ପାରି ଫ୍ଲୋରାଇଡ ଯୁକ୍ତ ବୋଲି ଅଭିଯୋଗ ହେଉଛି। ଗ୍ରାମରେ ପାନୀୟ ଜଳର ଅସୁବିଧା ରହିଥିବା ବେଳେ ସ୍କୁଲ ନଳକୂପରୁ ଗୋଲିଆ ପାଣି ବାହାରିବା ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଅନ୍ୟନୋପାୟ ହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସେହି ଗୋଳିଆ ପାଣିକୁ ପାନୀୟ ଓ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରୁଛନ୍ତି। ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭଗବାନ ସେଠଙ୍କୁ ପଚାରିବାରୁ ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ସରପଞ୍ଚ ବିଜୟଲକ୍ଷ୍ମୀ ବାଗଙ୍କୁ ଯୋଗାଯୋଗ କରିବାରୁ ଖପ୍ରାଖୋଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହ ଯୋଗାଯୋଗ କରି ଉକ୍ତ ନଳକୂପର ପାଣିକୁ ପରୀକ୍ଷା ପାଇଁ ପଠାଯିବ। ଏଥି ସହିତ ପାନୀୟଜଳ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଛାତ୍ରୀଛାତ୍ରଙ୍କୁ ଅବିଳମ୍ବେ ସ୍ବଚ୍ଛ ପାନୀୟ ଜଳ କିପରି ଯୋଗାଇ ଦିଆଯାଇ ପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?