ଛତୁଚାଷ ପାଇଁ ମଡେଲ ସାଜିଛନ୍ତି କୃଷକ ଦମ୍ପତି

ବୈପାରୀଗୁଡ଼ା,୧୦।୧(ଡି.ଏନ୍‌.ଏ.)- ପାରମ୍ପରିକ ଚାଷ ବଦଳରେ ଛତୁ ଚାଷ ଦ୍ୱାରା ସୀମିତ ଜମିରେ ଖୁବ୍‌ କମ୍‌ ଦିନରେ ଲାଭ ମିଳିଥାଏ ା ବଜାରରେ ଛତୁର ଚାହିଦା ଅଧିକ ଥିବାରୁ ବିକ୍ରି ପାଇଁ ମଧ୍ୟ କୌଣସି ସମସ୍ୟା ନ ଥାଏ। ଏଥିପାଇଁ କେବଳ ବୈଷୟିକ ଜ୍ଞାନର ଆବଶ୍ୟକତା ରହିଛି। ଗତ ୧୭ ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ଛତୁଚାଷ ପାଇଁ ପ୍ରୋତ୍ସାହିତ କରି ବହୁ ଚାଷୀଙ୍କୁ ସ୍ବାବଲମ୍ବୀ କରିବାରେ ସକ୍ଷମ ହୋଇଛନ୍ତି ଏକ କୃଷକ ଦମ୍ପତି ା
ବୈପାରୀଗୁଡ଼ା ବ୍ଲକ ଦୋରାଗୁଡ଼ା ପଞ୍ଚାୟତ ମାଝିଗୁଡ଼ା ଗାଁରେ ରହିଛି ମା’ ମଙ୍ଗଳା ବିହନ ଓ ଛତୁ ଉପତ୍ାଦନ କେନ୍ଦ୍ର। ଉକ୍ତ କେନ୍ଦ୍ରକୁ ପରିଚାଳନା କରୁଛନ୍ତି ଶ୍ୟାମ ସୁନ୍ଦର ପ୍ରଧାନ (୫୧) ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ (୪୫) ା ଏହି କେନ୍ଦ୍ରରେ ଉଭୟ ପାଳ ଓ ଡିଙ୍ଗିରି ଛତୁ ତଥା ସେଗୁଡିକର ବିହନ ଉପତ୍ାଦନ ହେଉଛି। ଶ୍ୟାମ ଛତୁଚାଷ ଦାୟିତ୍ବରେ ଥିବାବେଳେ ଛତୁରୁ ବିହନ ସଂଗ୍ରହ କରିବା ତଥା ଛତୁକୁ ନେଇ ବିଭିନ୍ନ ଖାଦ୍ୟ ଯଥା ଆଚାର ଓ ବଡି ପ୍ରସ୍ତୁତ କରନ୍ତି ସନ୍ଧ୍ୟାରାଣୀ ା ଏଠାରେ ଖରା ଓ ବର୍ଷାଦିନେ ପାଳଛତୁ ଓ ଶୀତଦିନେ ଡିଙ୍ଗିରି ଛତୁ ଚାଷ କରାଯାଏ। ଛତୁଚାଷ ପାଇଁ ଆବଶ୍ୟକ ସାମଗ୍ରୀ ହେଲା ଛତୁ ବିହନ, ନଡ଼ା ଓ ପଲିଥିନ। ଡିଙ୍ଗିରି ଛତୁ ପାଇଁ ପଲିଥିନ ପ୍ୟାକେଟ୍‌ ମଧ୍ୟରେ କଟା ନଡ଼ାରେ ବିହନ ବିଞ୍ଚାଯାଇ ପ୍ୟାକେଟ ବାହାର ପଟୁ ଛିଦ୍ର କରାଯାଏ। ପ୍ୟାକେଟ୍‌ ମୁହଁକୁ ବନ୍ଧାଯାଇ ଛତୁ ଘରେ ୨୦ ଦିନ ଯାଏ ରଖାଯାଇ ପରେ ପଲିଥିନ ପ୍ୟାକେଟ୍‌ ବାହାର କରାଯାଏ। ପରେ ସେଥିରେ ନିୟମିତ ପାଣି ସିଞ୍ଚତ୍ଲେ ୮ ଦିନରେ ଛତୁ ବାହାରିପଡ଼େ। ୨ ମାସ ଯାଏ। ଏଥିରୁ ଛତୁ ବାହାରିଥାଏ। ସେହିପରି ପାଳଛତୁ ଚାଷ ପାଇଁ ଏକ ଛାଇ ଜାଗାରେ ପାଳବେଡ୍‌ ପ୍ରସ୍ତୁତ କରାଯାଇ ସେଥିରେ ବିହନ ପକାଯାଇ ପଲିଥିନ ଘୋଡାଇ ୯ ଦିନ ଯାଏ ଛାଡ଼ି ଦିଆଯାଏ। ନବମ ଦିନରେ ପାଣି ପକାଯାଏ। ପରେ ୧୩ରୁ ୧୫ ଦିନ ମଧ୍ୟରେ ଛତୁ ବାହାରିବା ଆରମ୍ଭ କରେ। ପ୍ରାୟ ଏକ ସପ୍ତାହ ଧରି ଛତୁ ଅମଳ ହୋଇଥାଏ। ଜଣେ ଚାଷୀ ୩ ଡିସିମିଲ ଜାଗାରେ ମଧ୍ୟ ବର୍ଷ ତମାମ ଛତୁଚାଷ କରିପାରିବ ା ଜଣେ ଚାଷୀ ଏ ବାବଦକୁ ୧୦ ହଜାର ଟଙ୍କା ଖର୍ଚ୍ଚ କଲେ ମାସକ ପରେ ୨୦ ହଜାର ଟଙ୍କାର ଛତୁ ଉପତ୍ାଦନ କରିପାରିବ ା ଅର୍ଥାତ୍‌ ୧୦ ହଜାର ଟଙ୍କା ରୋଜାଗାର କରିପାରିବ ବୋଲି କହିଛନ୍ତି ଶ୍ୟାମ। ସେହିପରି ବିହନ ପ୍ରସ୍ତୁତି ପାଇଁ ଉପକରଣ ହେଉଛି ଅଟୋ ଡିକ୍ଲେଭ୍‌ ମେଶିନ, କାଚ ବୋତଲ ଓ ଶିଝା ଗହମ। ଏକ ପ୍ରକାର ରାସାୟନିକ ଦ୍ରବଣରେ ଛତୁକୁ ପକାଯାଇ ସେଥିରୁ ଫିମ୍ପି ସଂଗ୍ରହ କରାଯାଇଥାଏ ା ପୂର୍ବରୁ ଏକ ବୋତଲରେ ଶିଝା ଗହମକୁ ରଖି ଅଟୋକ୍ଲେଭ୍‌ ମେଶିନରେ ଷ୍ଟେରିଲାଇଜେସନ କରାଯାଇ ୱାଟ୍‌ର ଆବଜର୍ବେଣ୍ଟ କଟନ୍‌ ଦ୍ବାରା ଠିପି ବନ୍ଦ ରଖାଯାଇଥାଏ ା ଏକ ନିବୁଜ୍‌ କୋଠରିରେ ସ୍ପିରିଟ୍‌ ବତୀ ଜଳୁଥିବା ଅବସ୍ଥାରେ ବିହନକୁ ବୋତଲରେ ଭର୍ତ୍ତି କରାଯାଇ ଠିପିକୁ ପୂର୍ବ ପରି ବନ୍ଦ ରଖାଯାଏ ା ଏକ ଛାଇ ଜାଗାରେ ଉକ୍ତ ବୋତଲକୁ କିଛି ଦିନ ରଖିବା ମଧ୍ୟରେ ଫିମ୍ପି ବଂଶ ବିସ୍ତାର କରି ବୋତଲ ଭର୍ତ୍ତି ହୋଇଯାଇଥାଏ ା ଏହି ଫିମ୍ପିକୁ ହିଁ ବାହାରକୁ ଣାଯାଇ ବିହନ ରୂପେ ବ୍ୟବହାର କରାଯାଏ। ଜିଲା ଓ ବାହାରୁ ବହୁ ଚାଷୀ ଏଠାରୁ ବିହନ କିଣିବାକୁ ଆସିଥାନ୍ତି। ବିହନ ଉତ୍ପାଦନରେ ପ୍ରାୟ ୧ ତୃତୀୟାଂଶ ଲାଭ ରହେ ବୋଲି କହନ୍ତି ସନ୍ଧ୍ୟାରାଣୀ ା
ଉଲ୍ଲେଖଯୋଗ୍ୟ, ଶ୍ୟାମଙ୍କ ନିଜ ଘର ପୁରୀ ଜିଲା ଡେଲାଙ୍ଗ ବ୍ଲକ ତୋରାବଇ ଗ୍ରାମ। ଚାଷୀ ପରିବାରରେ ଜନ୍ମ ହୋଇ ଯୁକ୍ତ ୨ ପାସ୍‌ କରିବା ପରେ ପାଠ ଛାଡ଼ି ସେ ଚାଷରେ ମନ ଦେଇଥିଲେ। ୧୯୮୪ରେ ଓଏୟୁଟି ପକ୍ଷରୁ ପିପିଲି ବ୍ଲକ ଦାଣ୍ଡମକୁନ୍ଦପୁରରେ ୧୦ ଜଣ ଆଗ୍ରହୀ ଚାଷୀଙ୍କୁ ନେଇ ପରୀକ୍ଷାମୂଳକ ଭାବେ ପ୍ରଥମ ଥର ଛତୁ ଚାଷ ଆରମ୍ଭ ହୋଇଥିଲା। ସେଠାରୁ ଅନୁପ୍ରାଣିତ ହୋଇ ସେ ମଧ୍ୟ ସଫଳ ଛତୁ ଚାଷୀ ପାଲଟିଥିଲେ। ଭୁବନେଶ୍ୱର ସହରରେ ପ୍ରତିଷ୍ଠା ପାଇବା ପରେ ୨୦୦୨ରେ ବୈପାରୀଗୁଡ଼ାସ୍ଥିତ ଏକ ଏନ୍‌ଜିଓ ଦ୍ବାରା ନିଯୁକ୍ତି ପାଇ ଏଠାରେ ଏକ ଛତୁର ଡେମୋ ଫାର୍ମ ପ୍ରତିଷ୍ଠା କରିବା ସହ ସ୍ଥାନୀୟ ଚାଷୀଙ୍କୁ ଛତୁଚାଷ ସଂପର୍କରେ ତାଲିମ୍‌ ଦେଇଥିଲେ। ଓଏୟୁଟିର ପ୍ରଫେସର ଆଦିତ୍ୟ ପାତ୍ରଙ୍କ ପରାମର୍ଶ କ୍ରମେ ସନ୍ଧ୍ୟାରାଣୀ ସେଠାରେ ଛତୁ ବିହନ ପ୍ରସ୍ତୁତି ଓ ଛତୁରୁ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ସଂପର୍କରେ ତାଲିମ୍‌ ନେଇ ଫେରିବା ପରେ ଉକ୍ତ ଦମ୍ପତି ନିଜସ୍ବ ଉଦ୍ୟମରେ ଛତୁଚାଷ ଓ ବିହନ ଉପତ୍ାଦନ କେନ୍ଦ୍ର ଖୋଲିଛନ୍ତି। ସେମାନଙ୍କଠାରୁ ବ୍ଲକର ବାଲିଗଁା, ପେଟାଲାଡି, ଲିମାଲାଡି, ଦଣ୍ଡାବାଡି, କୁନ୍ଦୁରା ବ୍ଲକର ଦିଗାପୁର, କଟଲାପଦର ଓ ମାଲକାନଗିରି ଜିଲା ଗୋବିନ୍ଦପାଲି ଅଞ୍ଚଳର ବହୁ ଚାଷୀ ତାଲିମ୍‌ ନେଇ ସଫଳ ଛତୁ ଚାଷୀ ହୋଇପାରିଛନ୍ତି। ଛତୁ ଚାଷରେ ପାରଦର୍ଶିତା ପାଇଁ ଏହି ଦମ୍ପତି ବହୁ ସଂଗଠନ ଦ୍ବାରା ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri