ଛତିଶଗଡ଼ ସୀମାନ୍ତରେ ଚାଷୀଙ୍କୁ ପଙ୍ଗପାଳ ଭୟ

ନୂଆପଡ଼ା ଅଫିସ,୨ା୬- ନୂଆପଡ଼ା ଜିଲାବାସୀ କରୋନା ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ଛତିଶଗଡ ପଟୁ ପଙ୍ଗପାଳ ମାଡିଆସୁଥିବା ନେଇ ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଚାଷୀଙ୍କ ସହ କୃଷି ବିଭାଗ ସୀମାନ୍ତରେ ଦୃଷ୍ଟି ରଖିଛି। ଇତିମଧ୍ୟରେ ଜିଲା କୃଷି ବିଭାଗ ତୁହାକୁ ତୁହା ବୈଠକ କରି ପଙ୍ଗପାଳ ଅଟକାଇବା ନେଇ ପ୍ରସ୍ତୁତି କରୁଛି । ବର୍ତ୍ତମାନ ଛତିଶଗଡ଼ ରାଜ୍ୟ କରୁଆଁ ଜିଲା ଭରତପୁରର ୩/୪ଟି ଗାଁରେ ପଙ୍ଗପାଳ ପହଞ୍ଚି ଥିବା କୁହାଯାଉଛି। ଯଦି ସେମାନେ ଓଡ଼ିଶା ମୁହାଁ ହୁଅନ୍ତି ତେବେ ପରିସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସମ୍ପ୍ରତି ଜିଲାର ସୀମାନ୍ତ ଅଞ୍ଚଳ ନୂଆପଡା, ଖଲନା, ସାରାବଙ୍ଗ, କେନ୍ଦୁବାହାରା, ପରକୋଡ, ବେଲଟୁକୁରୀ ଆଦି ଗାଁରେ ରବିଧାନ ଅମଳ ସରି ନ ଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ପରସ୍ଥିତିକୁ ଦୃଷ୍ଟିରେ ରଖି ଜିଲା କୃଷି ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଜରୁରିକାଳୀନ ବୈଠକ ବସିଥିଲା। ଏଥିରେ ପଙ୍ଗପାଳ ସମ୍ଭାବ୍ୟ ଆଗମନକୁ ନେଇ ସମ୍ପୃକ୍ତ ଅଞ୍ଚଳର ଚାଷୀମାନଙ୍କୁ ସତର୍କ କରିଦିଆଯାଇଛି । ବୈଠକରେ ସମସ୍ତ କୃଷି କର୍ମଚାରୀ,ଔଷଧ ଡିଲରମାନଙ୍କୁ ଆବଶ୍ୟକ ପରିମାଣର ଔଷଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କୀଟମାନେ ପାଗ କୋହଲା ହେଲେ ଆଗକୁ ଆଗକୁ ଯାଇ ପାରି ନ ଥାନ୍ତି। ବର୍ତ୍ତମାନ ଓଡ଼ିଶାରେ ମଝିରେ ମଝିରେ ବର୍ଷା ହେଉଥିବାରୁ ଚାଷୀଙ୍କୁ ବେଶି ଭୟଭୀତ ହେବାର ନାହିଁ। ଏମାନଙ୍କୁ ମୁକାବିଲା କରିବାକୁ ଆମ ନିକଟରେ ଯଥେଷ୍ଟ ଦକ୍ଷତା ରହିଛି ବୋଲି ସହକାରୀ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ର କହିଛନ୍ତି। ଏମାନଙ୍କ ଆଗମନ ଉପରେ ଟିକିଏ ସୁରାକ ପାଇଲେ ତତ୍‌କ୍ଷଣାତ କୃଷି କର୍ମଚାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି । ଏହାକୁ ନେଇ ଏକ କଣ୍ଟ୍ରୋଲ ରୁମ୍‌ କରାଯାଇଛି । ଚାଷୀମାନେ ୨୪ଘଣ୍ଟା ମୋବାଇଲ ନମ୍ବର୯୪୩୯୨୬୪୬୯୫ରେ ଯୋଗାଯୋଗ କରିବାକୁ ଜିଲା କୃଷି ଉପନିର୍ଦ୍ଦେଶକ ଜାହିଦ ମହମ୍ମଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri