ଛତିଆ ଅଞ୍ଚଳରେ ପୁଣି ଲୁଟେରା ସକ୍ରିୟ : ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲୁଟ୍‌

ଛତିଆ,୯।୮(ଡିଏନ୍‌ଏ)- ଦୀର୍ଘଦିନର ନୀରବତା ପରେ ଛତିଆ ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ଗୁରୁବାର ଅପରାହ୍ନରେ ଲୁଟେରାମାନେ ବନ୍ଧୁକ ଦେଖାଇ ୩ଜଣ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୮୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ବୈରୀସ୍ଥିତ ବନ୍ଧନ ବ୍ୟାଙ୍କ୍‌ର ୩ଜଣ ଡିବିଓ ସୁମନ ମାଇତି, ସ୍ବପ୍ନ ସାଗର ବେହେରା, ପ୍ରିତମ୍‌ ସିହ୍ନା କଟକ ଜିଲାର ଗୋବିନ୍ଦପୁର ମାଗୁରା ନିଶ୍ଚନ୍ତା ଗୋକୁଳପୁର ଗ୍ରାମରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଋଣ ଆଦାୟ କରି ଫେରୁଥିଲେ। ଅପରାହ୍ନ ପ୍ରାୟ ୧ଟା ସମୟରେ ବୈରୀ ଥାନା ଛତିଆ ବିଟ୍‌ ହାଉସ୍‌ ଅଧୀନ ନେଳିଆ ପଞ୍ଚାୟତର ପଦ୍ମନାଭପୁର ଗେଙ୍ଗୁଟି ନଦୀ ପୋଲ ନିକଟରେ ଏକ ନମ୍ବର ବିହୀନ କଳା ଆପାଚିରେ ୩ ଲୁଟେରା ଛିଡା ହୋଇଥିଲେ। ଏହାପରେ ଲୁଟେରାନେ ସୁମନଙ୍କୁ ଧକ୍କା ଦେବାରୁ ସେ ପଡିଯିବା ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌କୁ ଝାମ୍ପି ନେଇଥିଲେ। ସୁମନ୍‌ ଭୟରେ ପଦ୍ମନାଭପୁର ଗ୍ରାମ ଆଡକୁ ପଳାଇ ଯାଇଥିଲେ। ପଛରେ ସ୍ବପ୍ନ ସାଗର ଓ ପ୍ରିତମ୍‌ ଅନ୍ୟ ଏକ ବାଇକ୍‌ରେ ଆସୁଥିବାବେଳେ ଲୁଟେରାମାନେ ସେମାନଙ୍କ ଗାଡିକୁ ଜୋର୍‌ରେ ଧକ୍କା ଦେଇ ସେମାନଙ୍କୁ ମଧ୍ୟ ତଳେ ପକାଇ ଦେଇଥିଲେ। ଏହାପରେ ଜଣେ ଲୁଟେରା ଆସି ପ୍ରିତମ୍‌ଙ୍କ ମୁଣ୍ଡକୁ ପ୍ରହାର କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ବପ୍ନ ସାଗର ପଡିଯାଇଥିବା ସମୟରେ ଲୁଟେରାମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ୍‌ ଛଡାଇ ନେଇ ମାଗୁରା ଆଡେ ପଳାଇ ଯାଇଥିଲେ। ଖବର ପାଇ ଛତିଆ ବିଟ୍‌ ହାଉସ୍‌ ଅଧିକାରୀ ଜଗଦିଶ କର, ଅଯୋଧ୍ୟା ନାୟକ, ଫରିଦ୍‌ ଖାନ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ହେଁ ଲୁଟେରାଙ୍କ ସମ୍ପର୍କରେ କୌଣସି ସୁରାକ ପାଇ ନ ଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri