ଚେତିଲା ଶକ୍ତିସୁଗାର, ପାର୍କିଂ ରାସ୍ତାରେ ବାଡ଼

ଢେଙ୍କାନାଳ ଅଫିସ, ୧୦।୫ – ଖୋର୍ଦ୍ଧାରୁ ସ୍ପିରିଟ୍‌ ନେବାକୁ ଆସି ଢେଙ୍କାନାଳ ଶକ୍ତିସୁଗାର କମ୍ପାନୀ ମୁଖ୍ୟଫାଟକ ସମ୍ମୁଖ ପାର୍କିଂ ଅଞ୍ଚଳରେ ଦେଢ଼ମାସ ହେଲା ରହିଥିବା ୩ ବିହାରୀ ଟ୍ୟାଙ୍କର ଚାଳକଙ୍କ ଅସ୍ବାଭାବିକ ମୃତ୍ୟୁ ପରେ କାରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଶନିବାର ଅପରାହ୍ନରେ କମ୍ପାନୀ ପକ୍ଷରୁ ୫୫ନଂ. ଜାତୀୟ ରାଜପଥକୁ ଲାଗିଥିବା ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ଲାଗି ବାଉଁଶ ବାଡ ବନ୍ଧାଯାଇଛି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ସ୍ପିରିଟ୍‌ ନେବା ପାଇଁ ଆସି ଟ୍ୟାଙ୍କରଗୁଡ଼ିକ କିପରି ପାର୍କିଂ ଅଞ୍ଚଳରେ ରହିଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏ ସଂକ୍ରାନ୍ତରେ କମ୍ପାନୀର ଆଇନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ କୁମାର ଦାସ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଅଯଥାରେ ଗାଡିଗୁଡିକ ପାର୍କିଂ ଅଞ୍ଚଳରେ ଆସି ରହୁଛି। ଏହି ଘଟଣା ପରେ ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ପାଇଁ ଅସ୍ଥାୟୀ ଭାବେ ବାଉଁଶ ବାଡ଼ ବନ୍ଧାଯାଇଛି। ଆଗାମୀ ଦିନରେ ଲୁହା ବାଡ଼ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୃତ ଟ୍ୟାଙ୍କର ଚାଳକଙ୍କ ପରିବାର ସଦସ୍ୟ ଶନିବାର ଢେଙ୍କାନାଳରେ ପହଞ୍ଚତ୍ ଟାଉନ ଥାନା ପୋଲିସ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମୃତକମାନେ ସମ୍ପର୍କରେ ୩ ଭାଇ ହୋଇଥିବାବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ରୁବେଲ ଭାରତୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକେ କଟକ ଯାଇଥିବା ପୋଲିସ କହିଛି। ସେଠାରୁ ଫେରିବା ପରେ ରବିବାର ଜିଲା ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦିଲୀପ ଭାରତୀ ଏବଂ ହରେରାମ ଭାରତୀଙ୍କ ମୃତଦେହ ହସ୍ତାନ୍ତର କରାଯିବ। ମୃତଦେହର ଶେଷକୃତ୍ୟ ଢେଙ୍କାନାଳରେ କରିବାକୁ ପରିବାର ଲୋକେ ଆଲୋଚନା କରୁଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଫୁଡ୍‌ ପଏଜନିଂ ଯୋଗୁ ୩ଭାଇଙ୍କ ମୃତ୍ୟୁ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri