ଚିଲଗୁଡା ଅଞ୍ଚଳରେ ମଦ, ସଟ୍ଟା କାରବାର ବୃଦ୍ଧି; ନୀରବ ଦ୍ରଷ୍ଟା ସାଜିଛି ସ୍ଥାନୀୟ ଫାଣ୍ଡି ପୋଲିସ

ଜୁନାଗଡ,୧୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ଥାନା ଅଧୀନ ଚିଲଗୁଡା ଅଞ୍ଚଳରେ ମଦ, ସଟ୍ଟା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ସ୍ଥାନୀୟ ଚିଲଗୁଡା ଫାଣ୍ଡି ପୋଲିସ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜିଥିବାରୁ ଦିନକୁ ଦିନ ମଦ ଓ ସଟ୍ଟା ବେପାରୀଙ୍କ କାରବାର ବଢିବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ଚିଲଗୁଡା ଅଞ୍ଚଳରେ ଆଇନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ତଥା ନିଶା କାରବାରକୁ ରୋକିବା ପାଇଁ ଏକ ଫାଣ୍ଡି ସ୍ଥାପନ କରାଯାଇଛି। ବର୍ତ୍ତମାନ ଏହି ଫାଣ୍ଡି ଅଧୀନରେ ଥିବା ଚିଲଗୁଡା ସମେତ ଦାସିଗଁା, ଚିଲକପୁର, ତାଲପଦର ଆଦି ଗ୍ରାମରେ ମଦ, ସଟ୍ଟା କାରବାର କୁଟିର ଶିଳ୍ପରେ ପରିଣତ ହୋଇଛି। ମଦ ଓ ସଟ୍ଟା ନିଶାରେ ପଡି ଗରୀବ ଲୋକମାନେ ସର୍ବସାନ୍ତ ହେଉଛନ୍ତି। ଦିନସାରା ହାଡ ଭଙ୍ଗା ପରିଶ୍ରମ କରି ଯାହାକିଛି ପାରିଶ୍ରମିକ ଆଣୁଛନ୍ତି ତାହା ମଦ କୋଠିରେ ଓ ସଟ୍ଟା ଖେଳି ଖର୍ଚ୍ଚ କରିଦେଉଛନ୍ତି। ଫଳରେ ତାଙ୍କ ପରିବାର ଚଳିବା କଷ୍ଟକର ହୋଇପଡୁଛି। ଯାହାକୁ ନେଇ ବିଭିନ୍ନ ସମୟରେ ପରିବାର ମଧ୍ୟରେ କଳିକଜିଆ ମଧ୍ୟ ଲାଗିରହୁଛି। ଅନ୍ୟପକ୍ଷରେ ଅଞ୍ଚଳରେ ମଦ, ସଟ୍ଟାକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ ଚିଲଗୁଡା ଫାଣ୍ଡି ପୋଲିସ ରହିଥିବା ବେଳେ ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଏଥିପ୍ରତି ଆଖି ଦୃଷ୍ଟିଆ ଦୃଷ୍ଟି ନ ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଳେ ବେଳେ ଅଭିଯୋଗ ଆସିଲେ ଲୋକ ଦେଖାଣିଆ କାଁଭାଁ ଚଢାଉ କରି ଛୋଟ ମୋଟ ମଦ, ସଟ୍ଟା ବେପାରୀଙ୍କୁ ଧରପଗଡ କରାଯାଉଛି। ସେହିପରି ପ୍ରାୟ ସମୟରେ ଏଠାକାର ଫାଣ୍ଡି ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଏଠାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏ ନେଇ ଚିଲଗୁଡା ଫାଣ୍ଡି ଅଧିକାରୀ ଅଶୋକ ବିହାରୀଙ୍କୁ ପଚାରିବାରୁ ବିଭିନ୍ନ ସମୟରେ ମଦ, ସଟ୍ଟା ଉପରେ ଚଢାଉ କରାଯାଉଛି ବୋଲି କହିଥିଲେ। ସେହିପରି କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନ ଥିବା ବିଷୟରେ ପଚାରିବାରୁ କଥାଟିକୁ ଅସ୍ବିକାର କରିଥିଲେ। କଳାହାଣ୍ଡି ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେଇ ସରଜମିନ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

ମହିଳାଙ୍କୁ ବଳାତ୍କାର: ଧରାପଡ଼ିଲେ ମୌଲାନା

କଟକ,୫।୬(ପ୍ରଭୁ କଲ୍ୟାଣ ପାଲ): ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଶୁକ୍ରବାର ଜଣେ ମୌଲାନାଙ୍କୁ ଗିରଫ କରିଛି। ସେ ହେଲେ ଏସ୍‌.କେ ନାଜମୁଲ ଆରଫିନ…

ସତନ୍ତ୍ର ସଘନ ସଂଶୋଧନରେ ଯାଇଥିବା ବିଏଲଓଙ୍କୁ ଠେଲାପେଲା କରିବା ଘଟଣା: ଜନସାଧାରଣଙ୍କୁ ଏମିତି ନିବେଦନ କଲା ଜିଲା ପ୍ରଶାସନ

ପାଟଣା,୫।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ସତନ୍ତ୍ର ସଘନ ସଂଶୋଧନ ଗୁରୁବାର ପୂର୍ବାହ୍ନରେ ଚାଲିଥିବାବେଳେ ବିଏଲଓ ସଦାନନ୍ଦ ସେଠୀଙ୍କୁ ଠେଲାପେଲା…

ବିଜେଡିର ବିଶାଳ ମହିଳା ସମାବେଶ: ଏହାଠି ହେଲେ ହଜାର ହଜାର ମହିଳା

ଖୋର୍ଦ୍ଧା,୫।୬: ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ। ଜିଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ…

ପଞ୍ଚାୟତ ନିର୍ବାଚନ ପାଇଁ ୬ ମାସ ଥିବାବେଳେ ଅଣ୍ଟାଭିଡିଲେ ଏନଏସି ଯୁବମୋର୍ଚ୍ଚା: ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ…

ଗଞ୍ଜାମ ,୫।୬(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସିର ଯୁବ ମୋର୍ଚ୍ଚାର ଏକ ସାଙ୍ଘଠନିକ ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଏନଏସି ମଣ୍ଡଳ ସଭାପତି…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ,୫।୬(ସନାତନ ରାଉତ): ଏକ ଘରୋଇ ସ୍କୁଲକୁ ଏନ୍‌ଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲା…

ରାସ୍ତାପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ଦାବି ନେଇ ଦହସିଲଦାରଙ୍କୁ ଦାବିପତ୍ର

ଅମରପାଲି,୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳମୁଣ୍ଡା ଗ୍ରାମରେ ଗୋଚର ଓ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri