Categories: ଖେଳ

ଚିନ୍ତାରେ ସାଇନା, କାଶ୍ୟପ, କିଡାମ୍ବି

ହାଇଦ୍ରାବଦ୍‌,୧୩।୩- ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କୁ ଚିନ୍ତାରେ ପକାଇ ଦେଇଛି। ସାଇନା ନେହ୍ବାଲ, ତାଙ୍କ ସ୍ବାମୀ ପାରୁପଲ୍ଲୀ କଶ୍ୟପ, କିଡାମ୍ବି ଶ୍ରୀକାନ୍ତ ଅଲଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। କିନ୍ତୁ ଏବେ ସେମାନଙ୍କ ଭାରତ ଫେରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାଶ୍ୟପ ଟୁଇଟ୍‌ କରି ଲେଖିଛନ୍ତି, ଆମେ ଏକ ଟୁର୍ନାମେଣ୍ଟ ପାଇଁ ବର୍ମିଂହାମ ଆସିଛୁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମ ସମ୍ପର୍କରେ ଅଧିକ ଜାଣିନାହୁଁ। ଆମେ ତୁରନ୍ତ ସ୍ବାସ୍ଥ୍ୟାମନ୍ତ୍ରୀ ହର୍ଷ ବର୍ଦ୍ଦନଙ୍କ ସହ କଥା ହୋଇପାରିବୁ କି? ଉଲ୍ଲେଖଯୋଗ୍ୟ ଫେବୃୟାରୀ ୧୫ ତାରିଖ ପରେ କରୋନା ଦ୍ୱାରା ପ୍ରଭାବିତ ଦେଶ ଚାଇନା, କୋରିଆ, ଫ୍ରାନ୍ସ, ସ୍ପେନ ଓ ଜର୍ମାନୀରୁ ଭାରତକୁ ଫେରୁଥିବେ ଯାତ୍ରୀଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହାର ଅର୍ଥ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାରତକୁ ଫେରିଲା ପରେ ଇଣ୍ଡିଆ ଓପନରେ ଖେଳିପାରିବେ ନାହିଁ, ଯାହାକି ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ଗୁରୁତ୍ୱପୂର୍ଣ୍ଣ।

Share