ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ ଆହୁରି ୧୫ଦିନ ବୃଦ୍ଧି ପାଇଁ ସୁପାରିଶ ପରେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। ରୋଗ ସଂକ୍ରମଣ ଠୁ ଅନେକଙ୍କ ଭବିଷ୍ୟତ ଚିନ୍ତା ଭୟଙ୍କର ରୂପ ନେବାରେ ଲାଗିଛି। ବଲାଙ୍ଗୀର ଜିଲାର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକ ଏଭଳି ମହାଚିନ୍ତାରେ ପଡିଛନ୍ତି।
ବଲାଙ୍ଗୀର ଜିଲାରେ ୩ଟି କେନ୍ଦୁପତ୍ର ବନଖଣ୍ଡ ରହିଛି। ଏଥିରେ ପ୍ରାୟ ୧୧ଶହରୁ ଉର୍ଦ୍ଧ୍ୱ ଗ୍ରାମରେ କେନ୍ଦୁପତ୍ର ସଂଗ୍ରହ ପାଇଁ ଫଡିଘର ରହିଛି। ବିଭାଗୀୟ ପରିଚୟପତ୍ର ବଳରେ ତିନି ବନଖଣ୍ଡର ପ୍ରାୟ ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକେ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ବହୁ ବିଳମ୍ବରେ ଗୋଛାକଟା ଆରମ୍ଭ ହୋଇଥିଲା। ଫେବୃୟାରୀ ତୃତୀୟ ସପ୍ତାହ ପରିବର୍ତ୍ତେ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଥିତ୍ବା ଗୋଚ୍ଛାକଟାକୁ ୨୪ତାରିଖ ଦିନ ବନ୍ଦ କରିଦିଆଯାଇଥିଲା। କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ କେନ୍ଦୁପତ୍ର ସଂଗ୍ରହ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଜିଲାରେ ପ୍ରାୟ ୬୦ପ୍ରତିଶତ ଗୋଚ୍ଛାକଟା ହୋଇଛି। ଗୋଛାକଟା ସମୟରୁ ୪୫ଦିନ ବ୍ୟବଧାନରେ କେନ୍ଦୁପତ୍ର ତୋଳିବା ଆରମ୍ଭ ହୋଇଥାଏ। ଏବେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବାକୁ ସୁପାରିଶ କରିବା ପରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଚିନ୍ତା ବଢ଼ିଛି। ପ୍ରତିବର୍ଷ କେନ୍ଦୁପତ୍ର ତୋଳାଳିମାନେ ପରିବାର ପିଛା ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ତେବେ ଅନିୟମିତ ବର୍ଷା ଓ କରୋନା ଚଳିତବର୍ଷ କେନ୍ଦୁପତ୍ର ତୋଳାଳିଙ୍କ ରୋଜଗାରରେ ପାଣି ପକାଇ ଦେଲାଣି। କରୋନା ପାଇଁ ସାମାଜିକ ଦୂରତା ବଜାୟ ରହିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଏହି ଗରିବ ଶ୍ରେଣୀର ଲୋକଙ୍କ ନିଶ୍ଚିତ ରୋଜଗାର ଏବେ ଅନିଶ୍ଚିତତାକୁ ଚାଲିଯାଇଛି। କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକମାନେ ରାଜ୍ୟ ସରକାରଙ୍କ ଜନଶ୍ରୀ ବୀମା ଯୋଜନା, କେନ୍ଦୁପତ୍ର କର୍ମଚାରୀ କଲ୍ୟାଣ ପାଣ୍ଠି ବାବଦରେ ମିଳୁଥିବା ଝିଅ ବାହାଘର ସହାୟତା, ଯୁକ୍ତଦୁଇ ଉଚ୍ଚଶିକ୍ଷା ପାଇଁ ଶିକ୍ଷାବୃତ୍ତି, ସ୍ବାସ୍ଥ୍ୟ କଲ୍ୟାଣ ସହାୟତା ଓ ଅନ୍ୟ ସୁବିଧା ପାଇପାରିବେ କି ନାହିଁ ସେହି ଚିନ୍ତାରେ ପଡିଛନ୍ତି। ନିହାତି ଗରିବ ଶ୍ରେଣୀର ଲୋକଙ୍କ ନିର୍ଭରଶୀଳ ରୋଜଗାର କେନ୍ଦୁପତ୍ର ସଂଗ୍ରହ ଏବେ ଘୋର ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଏଭଳି ସ୍ଥିତିିକୁ ଗୁରୁତ୍ୱର ସହ ବିଚାର କରି ସରକାର ବିଧିବଦ୍ଧ ପଦକ୍ଷେପ ଗ୍ରହଣ କଲେ କେନ୍ଦୁପତ୍ର ତୋଳାଳିମାନେ ଉପକୃତ ହେବେ ବୋଲି ଜିଲା ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଫୋରମ୍‌ ଆବାହକ କୁଳମଣି ସାହୁ କହିଛନ୍ତି। ଏନେଇ ଜିଲା କେନ୍ଦୁପତ୍ର ଡିଏଫ୍‌ଓ ରଞ୍ଜିତ ମଲ୍ଲିକଙ୍କୁ ପଚରାଯିବାରୁ ଚଳିତବର୍ଷ ପ୍ରାୟ ୮୦ ପ୍ରତିଶତ ଗୋଚ୍ଛାକଟା ହୋଇଛି। ଆଗକୁ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ସେନେଇ କିଛି ବି ସୂଚନା ମିଳିନାହିଁ। ସାମାଜିକ ଦୂରତ୍ୱ ରଖି କେନ୍ଦୁପତ୍ର ତେଳା ଯାଇପାରିବ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?