ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ ବି ପୋଲିସ ମାମଲା ରୁଜୁ କରିନାହିଁ। କିଛିଦିନ ତଳେ ଚିନିକଳ ବିକ୍ରି ହେବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏହା ପରେ କୃଷକ, ଶ୍ରମିକ, ନେତାମାନେ ଏକାଠି ହୋଇ ଏହାକୁ ଖୋଲିବା ଲାଗି ବୈଠକ କରିଥିଲେ। ଏପରି କି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରିଥିଲେ। ଏପରି ସମୟରେ ଗତ ୧୮ ତାରିଖ ସନ୍ଧ୍ୟାରେ ଇଟାମାଟି ବଜାରର ଏକ ଲେଦ୍‌ରେ ଯୋଗେନ୍ଦ୍ର ଚିନିକଳର ଦୁଇଟି ମୋଟର ଥିବା ଦେଖିବାକୁ ପାଇଥିଲେ। ମୋଟର ଦୁଇଟିର ନମ୍ବର ୨୮୧୫୧୧୫-୧୦ ଓ ୨୮୫୧୧୫-୩ ଥିବାରୁ ଉକ୍ତ ଦୁଇଟି ଚିନିକଳର ବୋଲି ସେ ନିଶ୍ଚିତ ହୋଇଥିଲେ। ଏହା ୪୦ ହର୍ସ ପାୱାର ଜୁସ୍‌ ପମ୍ପ ହୋଇଥିବା ଜାଣି ସେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ଚିନିକଳ ନୟାଗଡ଼ ବ୍ଲକ ପାଣିପୋଇଲାଠାରେ ଅବସ୍ଥିତ ଥିବାରୁ ଏହା ସଦର ଥାନା ଅଧୀନରେ ଆସୁଛି, ତେଣୁ ତୁମେ ସେଠାରେ ଅଭିଯୋଗ କର ବୋଲି ଇଟାମାଟି ଥାନା ଅଧିକାରୀ ଯୋଗନ୍ଦ୍ରେଙ୍କୁ କହିଥିଲେ। ଯୋଗେନ୍ଦ୍ର ଉକ୍ତ ରାତିରେ ଆସି ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ରଖିବା ପରିବର୍ତ୍ତେ ଚିନକଳ ଚୋରି ମାମଲାରେ ତୁମେ ଏତଲା ଦେବାକୁ କିଏ ବୋଲି ଓଲଟା ପ୍ରଶ୍ନ କରିଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି। ତାଙ୍କ କହିବା ପ୍ରକାରେ ଚିନକଳ ସମବାୟ ସଂସ୍ଥାର ହୋଇଥିଲେ ମଧ୍ୟ ସମାନ ଦାୟିତ୍ୱ ଚିନିକଳ କର୍ମଚାରୀଙ୍କର ମଧ୍ୟ ଅଛି। ପୋଲିସ ଜାଣତରେ ବିଭିନ୍ନ ସମୟରେ ଚିନିକଳରୁ ଚୋରି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଯୋଗେନ୍ଦ୍ର ତାଙ୍କ ଅଭିଯୋଗରେ ଉକ୍ତ କମ୍ପାନୀର ମାଲିକଙ୍କ ଜ୍ଞାତସାରରେ ଏହା ବିକ୍ରି ହେଉଥିବା ଦର୍ଶାଇଛନ୍ତି। ତେଣୁ ଚିନିକଳର ମାଲିକଙ୍କୁ ଡକାଯାଇ ପଚରାଉଚରା କରାଯିବ। ସେହିଭଳି ଉକ୍ତ ଦୁଇଟି ମୋଟର ଲେଦ୍‌ରେ ସଜଡ଼ିବା ପାଇଁ ଦିଆଯାଇଥିବା ନେଇ ମାଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri