ଚିକିଛା ଲାଗି ଟଁକା ଅଭାବ୍‌: ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ମା’ପୁଓ

 

କଲମପୁର, ୧୮।୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କଲମପୁର ବ୍ଲକ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁ। ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ମାଏକିନା ପିଙ୍କି ଛତ୍ରିଆ(୨୪) ଆର ପୁଓ ପ୍ରଭାସ ଛତ୍ରିଆ(୩) ରକତ୍‌ କମ୍‌ଜୋରି(ସିକଲସେଲ) ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ପରିବାରଟା ନିହାତି ଗରିବ୍‌। ଟଁକା ପଏସା ଅଭାବୁ ସୁଧାରାମ ପୁଓ ମାଏକିନାର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ବଡ଼କୁଟ୍ରୁ ପଁଚେତ୍‌ ସଦର ଗଁାର ଓ୍ବାର୍ଡ ନଂ.୧ର ସୁଧାରାମ ଛତ୍ରିଆକଁର ପରିବାର କହେଲେ ମାଏକିନା ପିଙ୍କି(୨୪) ଆର ପୁଓ ପ୍ରଭାସ(୩)କୁଁ ନେଇ ସଁସାର। ପରିବାରଟା ମୂଲୁ ସୁଖ୍‌ବାସୀ ଆଏ, ଜମିବାଡ଼ି, ଘରଡିହ, ସଁପତି ବଲି କିଛି ନାଇଁ। ସୁଧାରାମ କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ଇଆଡ଼େ ସୁଧାରାମକଁର ନିଜର ଘରବାଡ଼ି ନାଇଁଥିବାର ଲାଗି ସେ ଗଁାରେ ଥିବାର ଶଶୁରବାଡ଼ିରେ ରହୁଛନ୍‌। ହେଲେ ଶଶୁର ଘର ବି ବହୁତ୍‌ ଗରିବ୍‌, ତାକର ବି ଘରଦୁଆର ବିଶେଷ ନଁାଇଁନ। ଏନ୍‌ତାଥି ଶଶୁର ରଙ୍କନିଧି ହରିଜନ ସ୍ବଚ୍ଛ ଭାରତ ମିଶନରେ ପାଇଥିବାର ପାଇଖାନା ଘରେ ସୁଧାରାମ କୁଟୁମବସିଆ ରହୁଛନ୍‌। ଏନ୍‌ତାଥି ମାସକେତେ ତଲେ ପୁଓ ପ୍ରଭାସକଁର ଦିହିପା ଖରାପ ହେଲାରୁ ସେ ଡାକ୍‌ତରଖାନା ନେଇ ଦେଖାଲେ। ସେଠାନେ ମା’ପୁଓର ରକତ ପରୀକ୍ଷାରୁ ଜନାପଡ଼ଲା ଯେ ଦୁହିଝନ ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ଅଛନ୍‌। ସେଦିନ୍‌ଠାନୁ ପ୍ରଭାସକଁର ଦିହିପା ଖରାପ ହେଲେ ସୁଧାରାମ ଅନେକ ସମିଆରେ ଧାରଉଧାର କରି ଡାକ୍‌ତରଖାନାରେ ଦଲାଲମାନକରନୁ ରକତ୍‌ ଘିନି ପୁଓର ଜୀବନ୍‌ ବଁଚେଇ ଆସୁଛନ୍‌। ଇଥିରଲାଗି ସେ ଲୁକ୍‌କରନୁ ଧାରଉଧାର କରି ଲାଗ୍‌ବରମସରେ ବୁଡ଼ିକରି ଅଛନ୍‌। ଶେଷ ଉପେ ଶୂଇନ୍‌ ହେଇ ସୁଧାରାମ ୧୧ା୨ା୨୦୨୦ରେ କଲମପୁର ବ୍ଲକରେ ଜିଲାପାଳକଁର ଜନଅଭିଯୋଗ ଶୁନାନି ଶିବିରରେ ନିଜର ଦୁଖ୍‌ ବଖାନିଥିଲେ। ଜିଲାପାଳ ଇ ଘଟନାକେ ଗୁରୁତ୍‌ ଦେଇ ସରକାର ସାହାଯ୍‌ ଲାଗି ବିଭାଗୀୟ କତୁରପକ୍ଷକୁଁ ନିରଦେଶ ଦେଇଥିଲେ। ଜିଲାପାଳକଁର ଅଭିଯୋଗ ଶୁନାନି ଶିବିରର ଦୁତୀଅ ଦିନ୍‌ରେ ସୁଧାରାମ ଦରକାରୀ କାଗଜପତର ବିପିଓକୁଁ ଦେଇଥିଲେ। ଗଲା ଶୁକୁରବାର ଗୁଟେ ଡାକ୍‌ତରି ଦଲ ସୁଧାରାମକଁର ଘରେ ପୁହୁଁଚିଥିଲେ। ସେମାନେ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନାରେ ମା’ପୁଓକୁ ଚିକିଛା ଲାଗି ଭବାନୀପାଟଣା ମୁଖିଆ ଡାକ୍‌ତରଖାନାକେ ନେଇଥିଲେ। ହେଲେ କେହେନ୍‌ସି କାରନ୍‌ରୁ ସେଠାନେ ପରୀକ୍ଷା ନିରୀକ୍ଷା ନାଇଁ ହେଇପାରଲାରୁ ଫିରି ଆଏଲେ। ଇ ବାବ୍‌ଦେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଓ ଦୀପକ କୁମାର ବେହେରାକୁଁ ପଚ୍‌ରାଲାରୁ ମା’ପୁଓ ରକତ୍‌ କମ୍‌ଜୋରି ରୋଗ୍‌ରେ ପୀଡ଼ିତ ଥିବାର ଖବର ପାଇଛୁଁ। ଆମେ ଦୁହିଁକୁ ଇ ହପ୍‌ତେ ଭିତରେ ଜିଲା ମୁଖିଆ ଡାକ୍‌ତରଖାନାକେ ନେଇ ଚିକିଛା କରାମୁ ବଲି ସେ କହିଥିଲେ।