ଚାଷୀର ମୁଡ଼େ ଚଡକ୍‌: ମକା ଫସଲରେ ବିଦେଶୀ ପୋକ୍‌

ଭବାନୀପାଟଣା,୮।୮(ଡି.ଏନ.ଏ.):  କଳାହାଣ୍ଡି ଜିଲାରେ ଆମେରିକୀୟ ପୋକ୍‌ ଫଲ୍‌ ଆର୍ମି ଓ୍ବର୍ମର (ଏଫ୍‌ଏଡ୍‌ବ୍ଲ୍ୟୁ) ଦେଖାଦେଇଛେ। ଆମେରିକାରେ ଦେଖାଯାଉଥିବାର ଇ ପୋକ୍‌ ଗଲା ବଛର ଦେଶର କେତେ ରାଏଜ୍‌ରେ ଦେଖାଦେଇଥିଲା। ହେଲେ ଚଲତି ବଛର କଳାହାଣ୍ଡି ଜିଲାରେ ଦେଖାଦେଇଛେ। ଇ ଘଟନା ଏହେଦେ ଚାଷୀମାନକର ମୁଡ଼ଦୁଖାର କାରନ୍‌ ହେଇଛେ। ଇ ପୋକ୍‌ ଗୁଟେ ରାତିରେ ୧ଶହ କି.ମି.ରୁ ୫ଶହ କି.ମି. ତକ୍‌ ଯାଇ ପାରୁଛେ। ଯେନ୍‌ଥିରଲାଗି କୃଷି ବିଭାଗ ଆର ଚାଷୀମାନେ ଆଶଁକାରେ ରହିଛନ୍‌। ପହେଲା ଜିଲାର ନର୍ଲା ବ୍ଲକ ଖାଇଚୁଅଁା ଗଁାରେ ମକା ଫସଲରେ ଇ ପୋକ୍‌ ସଂକରମନ୍‌ ହେଇଥିବାର ଚିନ୍‌ହଁଟ ହେଇଥିଲା। ହେଲେ ଏହେଦେ ଇ ପୋକ୍‌ ଜିଲାର ଉନିଆ ଅଂଚଲକେ ବି ବହପୁଥିବାର ଖବର ଆସୁଛେ। ଏଭ୍‌ତକ ନର୍ଲା ବ୍ଲକର ଖାଇଚୁଅଁା, ଗୋଲାମୁଣ୍ଡା ବ୍ଲକର ମାନଝରୀ, ଆମ୍ବଗୁଡ଼ା, କେସିଙ୍ଗା ବ୍ଲକର ଗୋକୁଳେଶ୍ୱର ଟେମରା, ଭବାନୀପାଟଣା ବ୍ଲକର ଦାଦପୁର ପଁଚେତ୍‌ର ସାଲେପାଲି ସମେତ ସଦର ବ୍ଲକର ସାପସିଲେଟ ଗଁାରେ ଏପ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ମକା ଫସଲରେ ଲାଗିଥିବାର ନଜରକେ ଆସିଛେ। ଇ ପୋକ୍‌ ସଂକରମନକେ ଦମନ କରବାର ଲାଗି ଜିଲା କୃଷି ବିଭାଗ ତରଫୁ ସଜବାଜ ଆରମ୍‌ ହେଇଛେ। କୃଷି ବିଭାଗ ତରଫୁ ଗଲା ୪ ତାରିଖ ଜୁନାଗଡ଼, ୫ ତାରିଖ ଭାବାନୀପାଟଣା ଆର ୬ ତାରିଖରେ ଧର୍ମଗଡ଼ରେ ଏଫ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ଦମନ ଉପରେ ସଚେତନତା, ତାଲିମ କାଯ୍‌କରମ ଅନୁଷ୍ଠିତ ହେଇଛେ। ସେନ୍‌ତା ୭ ତାରିଖ ନର୍ଲା ବ୍ଲକରେ ସଚେତନତା କାଯ୍‌କରମ ହେବା ବଲି ଜିଲା କୃଷି ଉପନିର୍ଦ୍ଦେଶକକଁର ତପ୍‌ତର ତରଫୁ ସୂଚନା ଦିଆଯାଇଛେ। ୩ ଦିନ୍‌ ଭିତରେ ଜିଲାର ଜୁନାଗଡ଼, ଭବାନୀପାଟଣା ଆର ଧର୍ମଗଡ଼ ବ୍ଲକରେ ଭିଏଡବ୍ଲ୍ୟୁ, ସରକାରୀ କୃଷି ଅଧ୍‌କାରୀ ଆର ଚାଷୀକୁଁ ମିଶେଇ ୨୫୦ ଝନ୍‌କୁ ନେଇ ସଚେତନତା କାଯ୍‌କରମ, ତାଲିମ ଶିବିର ଆୟୋଜନ କରାଯାଇଛେ ବଲି ଜିଲା କୃଷି ଉପନିର୍ଦ୍ଦେଶକକଁର ଦପ୍‌ତର ତରଫୁ କୁହାଯାଇଛେ। ଇ ହିସାବେ ଜିଲାର ୭୫୦ ଝନ୍‌ ଚାଷୀକୁଁ ଏଫ୍‌ଏଡ୍‌ବ୍ଲ୍ୟୁ ପୋକ୍‌ ସଂକରମନ ଆର ଇତାର ପରତିକାର ବାବ୍‌ଦେ ସୂଚନା ଦିଆଯିବା ବଲି କୃଷି ବିଭାଗ ତରଫୁ କୁହାଯାଇଛେ। ଇଆଡ଼େ କଳାହାଣ୍ଡି ଜିଲାରେ ଗୁଟେ ପରେ ଗୁଟେ ବ୍ଲକକେ ଇ ପୋକ୍‌ ବହପୁଥିବାର ଘଟନାକେ ନେଇ ଚାଷୀ ମହଲରେ ଭାଲନି ପଡ଼ିଛେ। ଜିଲା କୃଷକ ସଂଗଠନ ଆର କୃଷକ ନେତାମାନେ ଇ ବିଦେଶୀ ପୋକ୍‌କେ ଯେତେ ଜଲଦି ହେବା ଦମନ୍‌ କରି ଜିଲାର ଚାଷୀକୁଁ ରକ୍ଷା କରବାକେ ଦାବି କରିଛନ୍‌। ଇଆଡ଼େ ଏଫ୍‌ଏଡ୍‌ବ୍ଲ୍ୟୁ ବିଦେଶୀ ପୋକ୍‌ ମକା, ଧାନ, କପା ଆର ପନିପରିବା ଫସଲକେ ବି ଉଜାଡ଼ି ଦେବାର ଆଶଁକା ରହିଛେ। ସେଥିରଲାଗି ଜିଲାସ୍ତରରେ କୃଷି ଅଧ୍‌କାରୀମାନେ ବଇଠକ୍‌ ଉପରେ ବଇଠକ୍‌ କରି ଚାଷୀକୁ ସଚେତନ କରୁଛନ୍‌। ଏଫ୍‌ଏଡ୍‌ବ୍ଲ୍ୟୁ ସଂକରମନ ଗୁଟେ ଜାତୀୟ ସମସିଆ ହେଇଥିଲାବେଲେ କେନ୍ଦ୍ର ଆର ରାଏଜ୍‌ ସରକାର ଇ ପୋକ୍‌କେ ଦମନ କରବାର ଲାଗି ପଦକ୍ଷେପ ନେବାକେ ଚାଷୀ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri