ଚାଲିଲା ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ : ପୁରୀରୁ ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ସେବା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ)-ବାତ୍ୟା ପାଇଁ ବାତିଲ ହୋଇଥିବା ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣିଥରେ ଚଳାଚଳ ଆରମ୍ଭ କରିଛି। ରବିବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ମୋଟ ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ ଆରମ୍ଭ କରିଛି। ଏହାମଧ୍ୟରୁ କେବଳ ପୁରୀରୁ ୧୫ ଏକ୍ସପ୍ରେସ୍‌ ରବିବାର ଯାତ୍ରା କରିଛି। ବାତ୍ୟା ‘ଫନୀ’ରେ ପୁରୀ ରେଳଷ୍ଟେଶନ ଏବଂ ରେଳପଥ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଟ୍ରାକ୍‌ ମରାମତି କରାଯାଇ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ସେହିଭଳି ବାତ୍ୟା ପରେ ବାତିଲ ହୋଇଥିବା ଭୁବନେଶ୍ୱରରୁ ଦୁଇଟି ଏକ୍ସପ୍ରେସ୍‌ ଏବଂ ଖୋର୍ଦ୍ଧା ରୋଡ୍‌ରୁ ଗୋଟିଏ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବଭଳି ଚଳାଚଳ କରିଛି। ଏହାବ୍ୟତୀତ ପୁରୀ-ହାଓ୍ବଡା ଶତାବ୍ଦୀ ଏବଂ ପାରାଦୀପ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ୍‌ ପୂର୍ବରୁ ବାତ୍ୟା ପାଇଁ ବାତିଲ କରାଯାଇଥିବା ବେଳେ ଏବେ ଏହା ସାଧାରଣ ଭାବେ ଚଳାଚଳ ଆରମ୍ଭ କରିଛି। ଏପଟେ ଟ୍ରେନ୍‌ ସେବା ଆରମ୍ଭ ହେବା ପରେ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଛି। ବିଶେଷକରି ପର୍ଯ୍ୟଟନସ୍ଥଳ ପୁରୀ ପୁଣିଥରେ ସାଧାରଣ ଅବସ୍ଥାକୁ ଫେରିବ ବୋଲି ଆଶା କରାଯାଇଛି। ଜୁନ୍‌ ପ୍ରଥମ ସପ୍ତାହରୁ ପର୍ଯ୍ୟଟକଙ୍କ ପାଇଁ ପୁରୀ ଦ୍ୱାର ଖୋଲିବା ନେଇ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ସ୍ବାଭାବିକ ଟ୍ରେନ୍‌ ସେବା ଏଥିରେ ସାହାଯ୍ୟ କରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୪।୭: ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସବୁ ଔଷଧ ଦୋକାନ ଆଗରେ ରେଟ୍‌ ଚାର୍ଟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଶାସ୍ତ୍ରୀ ନଗର ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ: କିଲର ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୩।୭: ରାଜଧାନୀ ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାମଲାରେ କମିଶନରେଟ୍ ପୋଲିସ ବଡ଼ ସଫଳତା ପାଇଛି। ଦୁର୍ଘଟଣା ଘଟାଇ ଜଣଙ୍କ ମୃତ୍ୟୁର କାରଣ…

ଭୁଶୁଡିଲା ବିଜେଡି ଗଡ଼; ସାମୂହିକ ଇସ୍ତଫା ଦେଲେ ୧୦ କାଉନସିଲର, ଜାଣନ୍ତୁ କାହିଁକି…

ଝାରସୁଗୁଡ଼ା,୧୪।୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼। ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର। ହିତେଶ ଠକରଙ୍କୁ ନିଲମ୍ବନ ପରେ କାଉନସିଲର ବିଜେଡି…

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ଏହି ଛାତ୍ରୀଛାତ୍ରଙ୍କୁ ମିଳିବ କେଜିରୁ ପିଜି ମାଗଣା ଶିକ୍ଷା; ଜାରି ହେଲା ଯୋଗ୍ୟତା ସର୍ତ୍ତ

ଭୁବନେଶ୍ୱର,୧୪।୭: କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ ଉପରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି କରାଯାଇଛି। ସୂଚନାନୁସାରେ ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri