ଚାଲିଛି ତାଲା ବନ୍ଦ, ଖୋଲା ଅଭିଯାନ: ଦ୍ୱନ୍ଦ୍ୱରେ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକ

ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ କରି ବେନିୟମ ଭାବେ ଚଳାଇଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଜଗନ୍ନାଥପ୍ରସାଦ, ଭଞ୍ଜନଗର, ବେଲଗୁଣ୍ଠା ସମେତ ପ୍ରମୁଖ ବ୍ଲକର କିଛି ଶିକ୍ଷାନୁଷ୍ଠାନକୁ ସୋମବାର ସିଲ୍‌ କରି ଦିଆଯାଇଥିଲା। କିନ୍ତୁ ଚଳିତମାସ ୩୦ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବାପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲା। ଉକ୍ତ ନିର୍ଦ୍ଦେଶନାମା ଉପରେ ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ ଜାଣିନଥିଲେ। ତେଣୁ କିଛି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଥିଲା। ଏନେଇ ହୋହଲ୍ଲା ହେବାସହ ଚିଠିର ତର୍ଜମା ପରେ ବୁଧବାର ରାତିରେ ସିଲ୍‌ କରାଯାଇଥିବା ଶିକ୍ଷାନୁଷ୍ଠାନର ସିଲ୍‌ ପୁଣି ଖୋଲାଯାଇଥିଲା। ଫଳରେ ଗୁରୁବାର ତାଲା ପଡିଥିବା ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି। କିନ୍ତୁ ସବୁଦିନ ପାଇଁ ସ୍କୁଲ ଖୋଲିବ ନା ଆଗକୁ ପୁଣି କିଛି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସନ୍ଦେହ ଦୁରିଭୂତ ହୋଇନାହିଁ। ଅପରପକ୍ଷେ ପ୍ରଶାସନର ଏଭଳି ତାଲା ପକା ଏବଂ ଖୋଲା ଅଭିଯାନକୁ ନେଇ ଅଭିଭାବକମାନେ ଦ୍ୱନ୍ଦ୍ୱରେ ରହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିକ୍ଷାବର୍ଷ ମଝିରେ ପ୍ରଶାସନର ଏଭଳି କଡା କାର୍ଯ୍ୟାନୁଷ୍ଠାନ ଯୋଜନାକୁ ନେଇ ସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ଯଦି ଭବିଷ୍ୟତରେ ବେନିୟମ ଭାବେ ଚାଲୁଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଶିକ୍ଷାବର୍ଷ ମଝିରେ ବନ୍ଦ କରିଦିଅନ୍ତି ତେବେ ସେଠାରେ ପଢୁଥିବା ଛାତ୍ରୀଛାତ୍ର କେଉଁଠି ପଢ଼ିବେ ସେନେଇ ମଧ୍ୟ ପ୍ରଶ୍ନବାଚୀ ଦେଖାଦେଇଛି। ସହରାଞ୍ଚଳ ସରକାରୀ ସ୍କୁଲ ଗୁଡିକରେ ହଠାତ୍‌ ହଜାର ହଜାର ଛାତ୍ରୀଛାତ୍ର ଘରୋଇ ସ୍କୁଲରୁ ଆସି ନାମ ଲେଖାଇବେ। ତେବେ ସେଥିପାଇଁ ଭିତ୍ତିଭୂମିର ଅଭାବ ରହିଛି। ତେଣୁ ପ୍ରଶାସନ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି। ତାଲା ପକା ଓ ଖୋଲା ଅଭିଯାନ ମଧ୍ୟରେ କେତେଜଣ ଛାତ୍ରୀଛାତ୍ର ଘରୋଇ ଶିକ୍ଷାନୁଷ୍ଠାନରୁ ଯାଇ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲେଣି। ଆଉ କେତେଜଣ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନରୁ ଟିସି ନେବା ଯୋଜନାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

ଡାକ୍ତର ଅଛନ୍ତି ମାତ୍ର ୧୦…ଛତ୍ରପୁର ହସ୍ପିଟାଲରେ ICU ଓ ଟ୍ରମା କେୟାର ପାଇଁ ଉଠିଲା ଦାବି

ଛତ୍ରପୁର,୬ା୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ପର୍ଯ୍ୟାପ୍ତ ସଂଖ୍ୟକ…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ଗଞ୍ଜାମ,୬।୯(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ୯ ବରପଲ୍ଲୀ ଗ୍ରାମକୁ ଉପଯୁକ୍ତ ରାସ୍ତା ଟିଏ ନଥିଲା । ଦୀର୍ଘ ବର୍ଷ ହେବ ମୋରମ ବିଛା…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri