ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍‌ ୫ ହଜାର

ଲୋଇସିଂହା,୧୩।୫(ଡି.ଏନ.ଏ):  ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍‌ରେ ଅନେକ ପରିବାରର ଜୀବନ୍‌ ଜୀବ୍‌କା ଚଲୁଛେ। ସେନ୍‌ତା ଆଦିବାସୀ ସମାଜର ଲୋକମାନେ ଜଂଗଲଜାତ ଦରବ୍‌ ଠୁଲେଇ ସେଟାକେ ବିକା ଭଂଗା କରି ନିଜର ଜୀବନ୍‌ ଜୀବ୍‌କା ଚଲଉଥିବାର ଦେଖ୍‌ବାକେ ମିଲସି। ଖରା ଦିନେ ଚାର, ମହୁଲ, କେଁଦୁ, ଆମ୍‌, ପନସ ଲେଖେଁ ଋତୁଫଲ ମିଲସି। ଇସବୁର ଫଲର ଚାହିଦା ବି ଆମର ସମାଜରେ କହିଁରେ କେତେ ଥିଲାବେଲେ ଅନେକ ଫଲର ମୁଜି ବି କାମେ ଲାଗୁଛେ। ଇ ଖରାଦିନେ ଜଂଗଲ ଆସର ପାସର ଗାଁର ଲୋକମାନେ ଚାର ମୁଜି ଠୁଲେଇ ସେଟାକେ ବିକାଭଂଗା କରି ନିଜର ତେଲନୁନ୍‌ ସଁସାର ଚଲଉଛନ୍‌।

ସୂଚନା ଅନ୍‌ସାରେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଙ୍ଗାବାହାଲ ଗାଁବାସୀ ଇ ଚାର ମୁଜି ଠୁଲେଇ କିଲୋ ପିଛା ୧ଶହ ଟଁକା ତକ୍‌ ବିକୁଥିବାର ଜନାଯାଇଛେ। ଗାଁର ଅନେକ ପରିବାର ବଛରକ ଥରେ ଖରାଦିନେ ୪ରୁ ୫ ହଜାର ଟଁକାର ଚାର ମୁଜି ବିକୁଛନ୍‌। ଗାଁଟା ପାହାଡ଼ ଆର ଜଂଗଲ ଘେରା ଭିତରେ ରହିଛେ। ଗାଁରେ ଡୁମାଲ, ଗଉଡ଼, ତେଲି, ହରିଜନ ସମେତ ଉନିଆ ସମାଜର ପାଖାପାଖି ୧ଶହ ପରିବାର ରହୁଛନ୍‌। ହେଲେ ଦୁଖର କଥା ଗାଁଟା ଥାନୀୟ ଗାଈଖାଇ ଡ୍ୟାମର ତଲି ଅଂଚଲରେ ଥିଲେ ବି ଲୋକ୍‌ ଚାଷବାସ ଲାଗି କେନାଲ ପାଏନ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗାଁର କେତେ ଲୋକ ଖରିଫ୍‌ ଚାଷ୍‌  ଉପରେ ନିରଭର କରୁଥିଲାବେଲେ ଅନେକ ଜଂଗଲଜାତ ଦରବ୍‌ ବିକାଭଂଗା କରି ଚଲୁଛନ୍‌। ଏପ୍ରିଲରୁ ମେ’ ଦୁଇମାସ ଗାଁବାସୀ ପାସର ଜଂଗଲରୁ ଚାର ମୁଜି ଠୁଲାସନ। ଲୋକ୍‌ ଚାରକେ ଦେବୀଦେବତାକରନେ ଭୋଗ୍‌ ହିସାବେ ବି ଲଗାସନ। ଚାରର ସୁଆଦ୍‌ଟା ଜାନ ନାଇଁଜାନ ଆମଲିଆ ମିଶା ମିଠା ଲାଗ୍‌ସି। ସେଥିରଲାଗି ଦେଶୀ ଭାଷାରେ ଲୋକ୍‌ ତୁନ୍‌ ତରକାରୀ ବାସି ହେଲେ ଚାର ଆମଲିଆ ଲାଗୁଛେ ବଲି କହେସନ୍‌। ଖରାଦିନେ ଝାର ଜଂଗଲରେ ଚାର ପାଚି ଗଛତଲେ ପଡ଼ିଥିସି। ସେଟାକେ ଗାଁବାସୀ ଠୁଲେଇ ଖରାରେ ଶୁଖେଇ ବତର କରସନ୍‌। ବଙ୍ଗାବାହାଲ ଗାଁବାସୀ ଇ ବତର ଚାର ମୁଜିକେ ବେଉସାୟୀମାନକରନେ କିଲୋ ପିଛା ୧ଶହ ଟଁକାରେ ବିକୁଥିବାର କହିଛନ୍‌। ଯଦି ଚାର ମୁଜି ଲେଖେଁ ମହୁଲ ଫୁଲର ଦରଦାମ୍‌ଟା ହେତା ଗରିବ୍‌ ଲୋକ୍‌ମାନେ ବନେ ଦୁଇପଏସା ଲାଭ ପାଏତେ ବଲି ଗାଁର ଲଲିତ ମହାକୁର, ଠାକୁର ମହାକୁର, ଫଟୁ କଲତା, ହାଡୁ ପଧାନ, ନେତ୍ର ସାହୁ, ହେମସାଗର ପରମୁଖ କହିଛନ୍‌। ହେଲେ ଇ ଚାର ମୁଜି କାଣା ହେଉଛେ ବଲି ଗାଁବାସୀକୁ ପଚରାଲାରୁ ଆମେ ନାଇଁ ଜାନି ଆଗିଆଁ, ବେପାରୀକେ ପଚରାଲେ ସେ ନାଇଁ କହେ। ଚାରମୁଜିରୁ କେହେନ୍‌ସି ଦାମ୍‌କିଆ ଉଷୋକଷା ହେଉଥିବା ଲେଖେଁ ଲାଗୁଛେ, ନାଇଁହେଲେ କିଲୋ ଶହେ ଟଁକା ହେବା କାଏଁ ଆଗିଆଁ ବଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri