Categories: ଖେଳ

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ପୋର୍ଟୋ (ପର୍ତ୍ତୁଗାଲ), ୧୮।୪(ଏଏଫ୍‌ପି)- ୟୁରୋପର ବଛା ବଛା ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଚାଲିଥିବା ଚାମ୍ପିୟନ୍ସ ଲିଗ୍‌ ପ୍ରତିଯୋଗିତାର ସେମିଫାଇନାଲରେ ଲିଭରପୁଲ ଦଳ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ୨ୟ ଲେଗ୍‌ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲିଶ କ୍ଲବ ଲିଭରପୁଲ ୪-୧ ଗୋଲରେ ଘରୋଇ ଏଫ୍‌ସି ପୋର୍ଟୋକୁ ପରାସ୍ତ କରଛି। ବିଜୟୀ ଦଳ ପକ୍ଷରୁ ସାଡିଓ ମାନେ (୨୬ତମ ମିନିଟ୍‌), ମହମ୍ମଦ ସାଲ୍‌ହା (୬୫ତମ), ରବର୍ଟ ଫିର୍‌ମିନୋ (୭୭ତମ) ଓ ଭିର୍ଗିଲ ଭାନ୍‌ ଡିଜେକ୍‌ (୮୪ତମ) ଗୋଟିଏ ଲେଖାଏ ଗୋଲସ୍କୋର କରିଥିଲେ। ଭିର୍ଗିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏଥିପୂର୍ବରୁ ଦୁଇ ଦଳ ମଧ୍ୟରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଲେଗ୍‌ କ୍ୱାର୍ଟର ଫାଇନାଲକୁ ମଧ୍ୟ ଲିଭରପୁଲ ୨-୦ରେ ଜିତିଥିଲା। ଫଳରେ ୨ଟି ଯାକ କ୍ୱାର୍ଟର ଫାଇନାଲର ଫଳାଫଳ ଅନୁଯାୟୀ ଲିଭରପୁଲକୁ ୬-୧ ଗୋଲରେ ବିଜୟୀ ଘୋଷିତ କରାଯାଇଥିଲା। ସେମିଫାଇନାଲରେ ଲିଭରପୁଲର ମୁକାବିଲା ୟୁରୋପ୍‌ ମହାଦେଶର ଅନ୍ୟତମ ଶକ୍ତିଶାଳୀ କ୍ଲବ ବାର୍ସିଲୋନ ସହ ହେବ। ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଲିଓନେଲ ମେସିଙ୍କ ବାର୍ସିଲୋନା ୪-୦ ଗୋଲ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମାଞ୍ଚେଷ୍ଟର ୟୁନାଇଟେଡ୍‌ କ୍ଲବକୁ ପରାସ୍ତ କରିଥିଲା।

Share