ଚାପ ପକାଇ ଦାବି ହାସଲ କରିବାକୁ ନିଷ୍ପତ୍ତି

ଭଞ୍ଜନଗର,୧୧।୮(ଡି.ଏନ.ଏ.)- ବ୍ରହ୍ମପୁର ଭାୟା ଭଞ୍ଜନଗର ସମ୍ବଲପୁର ରେଳ ଲାଇନ ଦାବି ନେଇ ଭଞ୍ଜନଗର ବାର୍‌ ଆସୋସିଏଶନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ବୈଠକ ହୋଇଯାଇଛି। ବୈଠକରେ ଗଞ୍ଜାମ, କନ୍ଧମାଳ ଓ ବୌଦ୍ଧ ଜିଲାର ବିଭିନ୍ନ ବାର ଆସୋସିଏଶନ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। କନ୍ଧମାଳ ଓ ବୌଦ୍ଧ ଜିଲାବାସୀ ଏ ଯାଏ ରେଳଲାଇନ ଦେଖିନାହାନ୍ତି। ଅନ୍ୟପକ୍ଷରେ ଦେଶ ସ୍ବାଧୀନ ହେବା ପୂର୍ବରୁ ଗଞ୍ଜାମ ଜିଲାରେ ଯେତିକି ରେଳଲାଇନ ଥିଲା ବର୍ତ୍ତମାନ ସେତିକି ଅଛି। କେନ୍ଦ୍ର ସରକାର ରେଳଲାଇନ ସଂପ୍ରସାରଣ ଯୋଜନା କରୁନାହାନ୍ତି। ବିଭିନ୍ନ ସମୟରେ ଏ ନେଇ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଉନି। ତେଣୁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପଦକ୍ଷେପ ନିଆଯିବ। ଦାବି ହାସଲ ପାଇଁ ବିଭିନ୍ନ ସଙ୍ଗଠନକୁ ଏକାଠି କରିବାକୁ ହେବ। ବିଭିନ୍ନ ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପଡ଼ିଲେ ଯାଇ ଦାବି ପୂରଣ ହୋଇପାରିବ। ତେଣୁ ଆନ୍ଦୋଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭଞ୍ଜନଗର ବାର ଆସୋସିଏଶନ ସଭାପତି ଅଭିମନ୍ୟୁ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଅଶୋକ ଜେନା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ବ୍ରହ୍ମପୁର ବାର ଆସୋସିଏଶନର ପୂର୍ବତନ ସଭାପତି ମୋହନ ସିଂଘାରୀ, ଆସିକା ବାର ଆସୋସିଏଶନର ସଭାପତି ସରୋଜ ତ୍ରିପାଠୀ, ଭାରତ ବିକାଶ ପରିଷଦ ସଭାପତି ସୁରେଶ ପାଣିଗ୍ରାହୀ, ହିଞ୍ଜିଳି ସମ୍ପାଦକ ମାନସ ପାଢ଼ୀ, ଆଇନଜୀବୀ ଏମ୍‌.ତାଜ୍‌ ଆଦେନୀ, ଦିବାକର ନାୟକ, ସନ୍ତୋଷ ନାୟକ, ସନ୍ତୋଷ ତ୍ରିପାଠୀ, ସନ୍ତୋଷ ତିଆଡ଼ି, ଦଣ୍ଡପାଣି ସ୍ବାଇଁ, ବିନୟ କୁମାର ରଥ, କବିସୂର୍ଯ୍ୟନଗରର ବି.ଶଙ୍କର ପାତ୍ର, ଜି.ଉଦୟଗିରି ବାର ଆସୋସିଏଶନର ପୂର୍ବତନ ସଭାପତି ବୁଲିୟାନ ନାୟକ, ଦାରିଙ୍ଗିବାଡ଼ିର ଦିଲୀପ ବଳିଆରସିଂ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri