ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନର ପରିଣାମ;ପାକିସ୍ତାନରେ ଟମାଟୋ କିଲୋ ୩୦୦ ଛୁଇଁଲା

ଇସ୍‌ଲାମାବାଦ୍‌,୧୧-୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯିବା ପ୍ରତିବାଦରେ ଭାରତ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ପରିଣାମ ସ୍ବରୂପ ଏବେ ଭାରତରୁ ପଡୋଶୀ ଦେଶକୁ ଟମାଟୋ ରପ୍ତାନି ହୋଇପାରୁନି। ଫଳରେ ସେ ଦେଶରେ ଏବେ ଏହାର ଦରରେ ନିଆଁ ଲାଗିଛି। ସେଠାରେ ଟମାଟୋ କେଜି ୩୦୦ ଟଙ୍କାରେ ପହଞ୍ଚତ୍ୟାଇଛି। ପାକିସ୍ତାନବାସୀ ପୂର୍ବରୁ ମହଙ୍ଗା ମାଡର ସମ୍ମୁଖୀନ ହେଉଥିବା ବେଳେ ଟମାଟୋର ଅଚାନକ ଦରବୃଦ୍ଧି ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ଭାରତ ସହ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିଷ୍ପତ୍ତି ଦେଶବାସୀଙ୍କ ପାଇଁ କେତେ ମହଙ୍ଗା ହୋଇଛି ଏଥିରୁ ତାହା ସ୍ପଷ୍ଟ ଅନୁମେୟ। ସେଦେଶର ସାଧାରଣ ନାଗରିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି। ସୂଚନାଥାଉ କି, ଦୁଇ ଦେଶ ଭିତରେ ବାଣିଜ୍ୟ ସମ୍ପର୍କ ଥିବା ବେଳେ ଭାରତରୁ ଭାରି ମାତ୍ରାରେ ଟମାଟୋ, ପିଆଜ ଓ ସବୁଜ ପନିପରିବା ପାକିସ୍ତାନ ଯାଉଥିଲା। ଏବେ ବାଣିଜ୍ୟ ସମ୍ପର୍କ ରଦ୍ଦ ପରେ ସେ ଦେଶକୁ ଏସବୁର ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳସ୍ବରୂପ ଏହି ପରିବାଗୁଡ଼ିକ ଏବେ ପାକିସ୍ତାନରେ ଦୁର୍ମୂଲ୍ୟ ହୋଇଛି। ପାକିସ୍ତାନର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଟ୍ରକ ଅପରେଟର ମାନେ କହିଛନ୍ତି ଯେ, ବାଣିଜ୍ୟ ସମ୍ପର୍କ ବନ୍ଦ କରିଦେବା ଯୋଗୁ ଭାରତର କ୍ଷତି ହେବ ବୋଲି ଯଦି ପାକିସ୍ତାନ ଭାବୁଛି, ତେବେ ସେମାନଙ୍କୁ ଏଥିପାଇଁ ମୁର୍ଖ କୁହାଯାଇପାରିବ। କାରଣ ଉକ୍ତ ନିଷ୍ପତ୍ତି ଯୋଗୁ ପଡୋଶୀ ଦେଶରେ ପନିପରିବା ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ନାଗରିକ ତ୍ରାହି ତ୍ରାହି ଡାକ ଛାଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri